Farmers Protest: ଡ୍ରୋନ୍କୁ ଖସାଇଲା ୧୦ ଟଙ୍କାର ଗୁଡ଼ି, ଭାଇରାଲ ହେଲା ଭିଡିଓ
କିନ୍ତୁ ପୋଲିସ୍ର ଏହି ଡ୍ରୋନ୍କୁ ଖସାଇବାରେ ସଫଳ ହୋଇଛନ୍ତି କୃଷକ। ଗୁଡ଼ି ସାହାଯ୍ୟରେ ଡ୍ରୋନ୍ଗୁଡ଼ିକୁ ଚାଷୀମାନେ ତଳକୁ ଖସାଇବାକୁ ଚେଷ୍ଟା କରିଥିଲେ।
ଏମ୍ଏସ୍ପି ବୃଦ୍ଧି ସମେତ ୭ ପ୍ରମୁଖ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି କୃଷକ ସଂଗଠନ। କୃଷକମାନେ ତାଙ୍କ ଦାବି ପୂରଣ ପାଇଁ ଦିଲ୍ଲୀ ଚାଲୋ ଡାକରା ଦେଇଛନ୍ତି। କିନ୍ତୁ ଆନ୍ଦୋଳନରତ କୃଷକମାନଙ୍କୁ ରାଜଧାନୀ ଦିଲ୍ଲୀରେ ପୂରାଇ ନଦେବାକୁ ଯଥାସମ୍ଭବ ଚେଷ୍ଟା କରୁଛି ପୋଲିସ୍। ଦିଲ୍ଲୀ ପୋଲିସ୍ ରାଜଧାନୀର ସବୁ ବର୍ଡରକୁ ସିଲ୍ କରିଦେଇଛି। ଏମିତିକି ଟିକ୍ରି ସୀମାରେ ପୋଲିସ୍ ରାତାରାତି ୧୦ ଫୁଟ୍ର ପାଚେରୀ ମଧ୍ୟ ନିର୍ମାଣ କରିଛି। ଏହା ବ୍ୟତୀତ ଆକାଶମାର୍ଗରୁ ଚାଷୀଙ୍କ ଉପରେ ନଜର ରଖିବା ପାଇଁ ଡ୍ରୋନ୍ର ବ୍ୟବହାର କରୁଛି। ମଙ୍ଗଳବାର ପୋଲିସ୍ ଆନ୍ଦୋଳନରତ ଚାଷୀଙ୍କ ଉପରେ ଲୁହ ବୁହା ଗ୍ୟାସ୍ ପ୍ରୟୋଗ କରିବା ପାଇଁ ଡ୍ରୋନ୍ର ବ୍ୟବହାର କରିଥିଲା। କିନ୍ତୁ ପୋଲିସ୍ର ଏହି ଚାଲ୍କୁ କୃଷକମାନେ ସଫଳ କରାଇ ଦେଇନଥିଲେ। କୃଷମାନେ ୧୦ ଟଙ୍କା ମୂଲ୍ୟର ଗୁଡ଼ି ବ୍ୟବହାର କରି ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର ଡ୍ରୋନ୍ ଖସାଇବାରେ ସଫଳ ହୋଇଥିଲେ।
Farmers are flying kites to stop the drones being sent by the police for surveillance and releasing tear gas shells on the #ShambhuBorder.#FarmersProtest #FarmersProtest2024 #DelhiChalo pic.twitter.com/exfmQkiKSC — Hate Detector