ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକଙ୍କ ଭାଇଙ୍କ ଘରେ ପଶିଲା ଇଡି

ପୂର୍ବତନ ମନ୍ତ୍ରୀ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଭାଇ ସ୍ୱର୍ଗତ କ୍ଷୀରୋଦ ମଲ୍ଲିକ ବିଶ୍ୱ ଏନଜିଓର ଫାଉଣ୍ଡର ଥିଲେ।

ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକଙ୍କ ଭାଇଙ୍କ ଘରେ ପଶିଲା ଇଡି

ବିଶ୍ୱ ଏନଜିଓ ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ବଡ଼ ଧରଣର ଚଢ଼ଉ କରାଯାଇଛି। ସମ୍ବଲପୁରର ୩ଟି ଏବଂ ଦିଲ୍ଲୀର ଗୋଟିଏ ସ୍ଥାନରେ ରେଡ୍ କରାଯାଇଛି। ୨୩୧ କୋଟି ଟଙ୍କାର ଠକେଇ ଅଭିଯୋଗରେ ଇଡି ପକ୍ଷରୁ ଚଢ଼ାଉ କରାଯାଇଥିବା ଜଣାଯାଇଛି। 

ପୂର୍ବତନ ମନ୍ତ୍ରୀ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଭାଇ ସ୍ୱର୍ଗତ କ୍ଷୀରୋଦ ମଲ୍ଲିକଙ୍କ ବିଶ୍ୱ ଏନଜିଓର ଫାଉଣ୍ଡର ଥିଲେ। ତାଙ୍କ ଘରେ ମଧ୍ୟ ଇଡି ପକ୍ଷରୁ ଚଢ଼ାଉ କରଯାଇଥିବା ସୂଚନା ରହିଛି। ସମ୍ବଲପୁରରେ ଥିବା ବିଶ୍ୱ ଏନଜିଓର ମୁଖ୍ୟ କାର୍ଯ୍ୟାଳୟ  ସମେତ ୩ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଛି। ଦିଲ୍ଲୀରେ ମଧ୍ୟ ଇଡି ପକ୍ଷରୁ ଚଢ଼ାଉ  ଚାଲିଥିବା ଜଣାଯାଇଛି।  

 କ୍ଷୀରୋଦ ମଲ୍ଲିକ ଏକାଧିକ ରାଷ୍ଟ୍ରାୟତ ଓ ଘରୋଇ ବ୍ୟାଙ୍କରୁ ଲୋନ ନେଇଥିଲେ। ହେଲେ ତାର ପରିଷଦ କରିନଥିଲେ।  ଏଥିସହ ବିଶ୍ୱ ଏନଜିଓ (Bharat integrated social welfare agency )୨୩୧ କୋଟି ଟଙ୍କା ଠକେଇ  କରିଥିବା ଅଭିଯୋଗ ହୋଇଥିଲା। ଏହି ଠକେଇ ଟଙ୍କା ଚଳିତ ନିର୍ବାଚନ କାର୍ଯ୍ୟରେ ବ୍ୟବହାର କରାଯାଇଥିବା ସୂଚନା ମିଳିଛି। ଏହି ତଥ୍ୟ ମିଳିବା ପରେ ଆଜି ଇଡି ପକ୍ଷରୁ ଏହି ଚଢ଼ାଉ କରାଯାଇଛି। 

ପୂର୍ବରୁ ମଧ୍ୟ ବିଶ୍ୱ ଏନଜିଓରେ କ୍ରାଇମବ୍ରାଞ୍ଚ ଓ ଇଡି ପକ୍ଷରୁ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ଜବତ କରାଯାଇଥିଲା। ସେତେବେଳେ ବିଜେଡି ସରକାର ଥିବାରୁ କ୍ରାଇମବ୍ରାଞ୍ଚ ଓ ଇଡି ଚଢ଼ାଉ ସତ୍ତ୍ୱେ ସେପରି କିଛି ଆଖି ଦୃଶିଆ କାର୍ଯ୍ୟାନୁଷ୍ଠାନ ନିଆଯାଇନଥିଲା। ଆଜି ପୁଣି ବିଶ୍ୱ ଏନଜିଓରେ ଇଡି ଚଢ଼ାଉ କରାଯାଇଛି। 

 ସୂଚନା ଥାଉକି, କିଛି ବର୍ଷ ବିଶ୍ୱ ଏନଜିଓ ସଂସ୍ଥା ବନ୍ଦ ରହିଛି। ତେବେ ଇଡି ଚଢ଼ାଉ ନେଇ ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।