Filpkartରୁ ଅଲଗା ହେଲେ କମ୍ପାନିର ଦୁଇ ପ୍ରତିଷ୍ଠାତା, ସଚିନଙ୍କ ପରେ ଏବେ ବିନ୍ନି ବଂଶଲ ଦେଲେ ଇସ୍ତଫା

ନୂଆଦିଲ୍ଲୀ: ଇ-କମର୍ସ ୱେବସାଇଟ୍ ଫ୍ଲିପକାର୍ଟର ସହ-ପ୍ରତିଷ୍ଠାତା ବିନ୍ନି ବଂଶଲ କମ୍ପାନି ବୋର୍ଡରୁ ଇସ୍ତଫା ଦେଇଛନ୍ତି । ଏହାସହ ବିନ୍ନି ବଂଶଲଙ୍କ ଫ୍ଲିପକାର୍ଟ ସହ ୧୬ ବର୍ଷର ଯାତ୍ରା ଶେଷ କରିଛନ୍ତି । ବିନ୍ନି କମ୍ପାନିରେ ନିଜ ଅଂଶଧନ ବିକ୍ରି କରିବାର ଗୋଟିଏ ମାସ ପରେ ଏହି ନିଷ୍ପତ୍ତି ନେଇଛନ୍ତି । କିଛି ବର୍ଷ ପୂର୍ବେ କମ୍ପାନିର ଅନ୍ୟ ଜଣେ ସହ-ପ୍ରତିଷ୍ଠାତା ସଚିନ ବଂଶଲ କମ୍ପାନିରୁ ବାହାର ହୋଇଥିଲେ । ବର୍ତ୍ତମାନ ସମୟରେ ସଚିନ ବଂଶଲ ଏକ ଫିନଟେକ୍ ଭେଞ୍ଚର ନଭି ପାଇଁ କାମ କରୁଛନ୍ତି । କମ୍ପାନିର ପରିଚାଳନା ୱାଲମାର୍ଟ ନିଜ ହାତକୁ ନେବା ପରେ ସଚିନ କମ୍ପାନିରୁ ଇସ୍ତଫା ଦେଇଥିଲେ । ଅନ୍ୟପଟେ ବିନ୍ନି ବଂଶଲଙ୍କ ଇସ୍ତଫା ଏପରି ସମୟରେ ଆସିଛି, ଯେତେବେଳେ ସେ ନିଜର ଏକ କମ୍ପାନି ଆରମ୍ଭ କରୁଥିବା ଚର୍ଚ୍ଚା ଚାଲିଛି । କମ୍ପାନିର ବୋର୍ଡରୁ ଇସ୍ତଫା ଦେଇ ବିନ୍ନି ବଂଶଲ ଅନେକ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି । ସେ କହିଛନ୍ତି, 'ଗତ ୧୬ ବର୍ଷରେ ଫ୍ଲିପକାର୍ଟର ଉପଲବ୍ଧିରେ ମୁଁ ଗର୍ବିତ । ଫ୍ଲିପକାର୍ଟ ମଜଭୁତ ସ୍ଥିତିରେ ଅଛି । କମ୍ପାନି ପାଖରେ ଏକ ମଜଭୁତ ନେତୃତ୍ୱ ଏବଂ ଆଗକୁ ବଢିବା ପାଇଁ ସ୍ପଷ୍ଟ ରାସ୍ତା ଅଛି । ମୁଁ କହିପାରିବି ଯେ କମ୍ପାନି ସକ୍ଷମ ଲୋକଙ୍କ ହାତରେ ଅଛି'। ପଢନ୍ତୁ: ୫ଜିକୁ ଆଗକୁ ବଢ଼ାଇବା ପାଇଁ ହାତ ମିଳାଇଲେ ରିଲାଏନ୍ସ ଜିଓ ଏବଂ ୱାନପ୍ଲସ୍ ଇଣ୍ଡିଆ ଫ୍ଲିପକାର୍ଟ ବୋର୍ଡର ସଦସ୍ୟ ଲେହ ହପକିଂସ କହିଛ

Filpkartରୁ ଅଲଗା ହେଲେ କମ୍ପାନିର ଦୁଇ ପ୍ରତିଷ୍ଠାତା, ସଚିନଙ୍କ ପରେ ଏବେ ବିନ୍ନି ବଂଶଲ ଦେଲେ ଇସ୍ତଫା

ନୂଆଦିଲ୍ଲୀ: ଇ-କମର୍ସ ୱେବସାଇଟ୍ ଫ୍ଲିପକାର୍ଟର ସହ-ପ୍ରତିଷ୍ଠାତା ବିନ୍ନି ବଂଶଲ କମ୍ପାନି ବୋର୍ଡରୁ ଇସ୍ତଫା ଦେଇଛନ୍ତି । ଏହାସହ ବିନ୍ନି ବଂଶଲଙ୍କ ଫ୍ଲିପକାର୍ଟ ସହ ୧୬ ବର୍ଷର ଯାତ୍ରା ଶେଷ କରିଛନ୍ତି । ବିନ୍ନି କମ୍ପାନିରେ ନିଜ ଅଂଶଧନ ବିକ୍ରି କରିବାର ଗୋଟିଏ ମାସ ପରେ ଏହି ନିଷ୍ପତ୍ତି ନେଇଛନ୍ତି । କିଛି ବର୍ଷ ପୂର୍ବେ କମ୍ପାନିର ଅନ୍ୟ ଜଣେ ସହ-ପ୍ରତିଷ୍ଠାତା ସଚିନ ବଂଶଲ କମ୍ପାନିରୁ ବାହାର ହୋଇଥିଲେ । ବର୍ତ୍ତମାନ ସମୟରେ ସଚିନ ବଂଶଲ ଏକ ଫିନଟେକ୍ ଭେଞ୍ଚର ନଭି ପାଇଁ କାମ କରୁଛନ୍ତି । କମ୍ପାନିର ପରିଚାଳନା ୱାଲମାର୍ଟ ନିଜ ହାତକୁ ନେବା ପରେ ସଚିନ କମ୍ପାନିରୁ ଇସ୍ତଫା ଦେଇଥିଲେ । ଅନ୍ୟପଟେ ବିନ୍ନି ବଂଶଲଙ୍କ ଇସ୍ତଫା ଏପରି ସମୟରେ ଆସିଛି, ଯେତେବେଳେ ସେ ନିଜର ଏକ କମ୍ପାନି ଆରମ୍ଭ କରୁଥିବା ଚର୍ଚ୍ଚା ଚାଲିଛି ।

କମ୍ପାନିର ବୋର୍ଡରୁ ଇସ୍ତଫା ଦେଇ ବିନ୍ନି ବଂଶଲ ଅନେକ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି । ସେ କହିଛନ୍ତି, 'ଗତ ୧୬ ବର୍ଷରେ ଫ୍ଲିପକାର୍ଟର ଉପଲବ୍ଧିରେ ମୁଁ ଗର୍ବିତ । ଫ୍ଲିପକାର୍ଟ ମଜଭୁତ ସ୍ଥିତିରେ ଅଛି । କମ୍ପାନି ପାଖରେ ଏକ ମଜଭୁତ ନେତୃତ୍ୱ ଏବଂ ଆଗକୁ ବଢିବା ପାଇଁ ସ୍ପଷ୍ଟ ରାସ୍ତା ଅଛି । ମୁଁ କହିପାରିବି ଯେ କମ୍ପାନି ସକ୍ଷମ ଲୋକଙ୍କ ହାତରେ ଅଛି'।

ପଢନ୍ତୁ: ୫ଜିକୁ ଆଗକୁ ବଢ଼ାଇବା ପାଇଁ ହାତ ମିଳାଇଲେ ରିଲାଏନ୍ସ ଜିଓ ଏବଂ ୱାନପ୍ଲସ୍ ଇଣ୍ଡିଆ

ଫ୍ଲିପକାର୍ଟ ବୋର୍ଡର ସଦସ୍ୟ ଲେହ ହପକିଂସ କହିଛନ୍ତି ଯେ ଆମେ ଭାଗ୍ୟାଶାଳୀ ଥିଲୁ ଯେ ୨୦୧୮ରେ ୱାଲମାର୍ଟର ନିବେଶ ପରଠୁ ବିନ୍ନି ବଂଶଲ ବୋର୍ଡରେ ରହିଥିଲେ । ତାଙ୍କ ପରାମର୍ଶ ଏହଂ ଦୂରଦର୍ଶିତା ଆମକୁ ଅନେକ ଲାଭ ପହଞ୍ଚାଇଛି । ଫ୍ଲିପକାର୍ଟର ସିଇଓ କଲ୍ୟାଣ କୃଷ୍ଣମୂର୍ତ୍ତି କହିଛନ୍ତି ଯେ ଆମେ ବିନ୍ନିଙ୍କୁ କୃତଜ୍ଞତା ଜଣାଉଛି । ତାଙ୍କ ଯୋଗୁଁ କମ୍ପାନିର ମଜଭୁତ ବିସ୍ତାର ହୋଇଛି । ଉଲ୍ଲେଖଯୋଗ୍ୟ ଯେ ୨୦୦୭ ମସିହାର ଫ୍ଲିପକାର୍ଟ ଆରମ୍ଭ ହୋଇଥିଲା । ଏହି କମ୍ପାନିକୁ ସଚିନ ଏବଂ ବିନ୍ନି ବଂଶଲ ଆରମ୍ଭ କରିଥିଲେ । ପ୍ରଥମେ ଏହାକୁ ବେଙ୍ଗାଲୁରୁର ଏକ ଆପାର୍ଟମେଣ୍ଟରୁ ଅନଲାଇନ୍ ବୁକଷ୍ଟୋର ରୂପେ ଆରମ୍ଭ କରାଯାଇଥିଲା । ପ୍ରାୟ ୧୬ ବର୍ଷ ପରେ ଆଜି ଫ୍ଲିପକାର୍ଟ ଦେଶର ବୃହତ ଇ-କମର୍ସ ୱେବସାଇଟ୍ ହୋଇଛି ।

The post Filpkartରୁ ଅଲଗା ହେଲେ କମ୍ପାନିର ଦୁଇ ପ୍ରତିଷ୍ଠାତା, ସଚିନଙ୍କ ପରେ ଏବେ ବିନ୍ନି ବଂଶଲ ଦେଲେ ଇସ୍ତଫା appeared first on Prameya News7.