Lost Son Returns Home After 10 Years: ୧୦ ବର୍ଷ ହେଲା ମା କୋଳରୁ ହଜିଯାଇଥିଲା ପୁଅ, ଖୋଜି ଆଣିଲେ ମୋହନ ସରକାର
ସ୍ୱାମୀ କମଳାକାନ୍ତ ମିଶ୍ରଙ୍କ ସହ କଳି ବିବାଦ କାରଣରୁ ୨୦୧୬ ମସିହାରେ କମଳାକାନ୍ତ ସୀମାଙ୍କ ବାପଘରେ ପଶି ତାଙ୍କୁ ମାଡ଼ ମାରିବା ସହ ୪ ବର୍ଷର ଶିଶୁପୁତ୍ରକୁ ଧରି ଫେରାର ହୋଇଯାଇଥିଲେ। ସୀମା ନିଜ ପରିବାର ସହ ତାଙ୍କୁ ଚାରିଆଡ଼େ ଖୋଜିଥିଲେ ମଧ୍ୟ କୋଉଠି ପାଇ ନଥିଲେ। ଦିନ ରାତି ସେ ତାଙ୍କ ପୁଅକୁ ଝୁରି ଝୁରି ହେଉଥିଲେ। ଶେଷରେ ଆଜି ତାଙ୍କ ମୁହଁରେ ହସ ଫୁଟିଛି ।