ମହାରାଷ୍ଟ୍ରରେ ହେବ ବଡ଼ ଅଦଳବଦଳ! ମୁଖ୍ୟମନ୍ତ୍ରୀ ନାମ ଘୋଷଣା ପୂର୍ବରୁ ଶାହାଙ୍କୁ ଭେଟିବେ ପାଓ୍ବାର

ମୁମ୍ବାଇ,୨।୧୨: ମହାରାଷ୍ଟ୍ରରେ ନିର୍ବାଚନ ଫଳାଫଳ ଘୋଷଣା ହେବାର ୯ଦିନ ବିତି ଗଲାଣି, କିନ୍ତୁ ଏପର୍ଯ୍ୟନ୍ତ ମହାୟୁତି ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିନାହାଁନ୍ତି। ଏହି ପରିପ୍ରେକ୍ଷୀରେ ଭାଜପା ନେତା ଦେବେନ୍ଦ୍ର ଫଡନାଭିସଙ୍କ ନାମ ଆଗରେ ରହିଛି। ତେବେ ରାଜନୈତିକ ସର୍କଲରେ ବିଭିନ୍ନ ପ୍ରକାରର ରାଜନୈତିକ କଳ୍ପନାଜଳ୍ପନା ମଧ୍ୟ କରାଯାଉଛି। ରାଜନନୈତିକ ବିଶେଷଜ୍ଞଙ୍କ ଅନୁଯାୟୀ, ମହାରାଷ୍ଟ୍ରରେ ଆଶ୍ଚର୍ଯ୍ୟଜନକ ଢାଞ୍ଚାରେ ଏକ ନୂତନ ଚେହେରାକୁ ମୁଖ୍ୟମନ୍ତ୍ରୀ କରାଯାଇପାରେ। ସେପଟେ ଏନସିପି ନେତା ଅଜିତ ପାୱାର ସୋମବାର ଦିଲ୍ଲୀରେ ପହଞ୍ଚିଛନ୍ତି। ଦିଲ୍ଲୀରେ ପହଞ୍ଚିବା […] The post ମହାରାଷ୍ଟ୍ରରେ ହେବ ବଡ଼ ଅଦଳବଦଳ! ମୁଖ୍ୟମନ୍ତ୍ରୀ ନାମ ଘୋଷଣା ପୂର୍ବରୁ ଶାହାଙ୍କୁ ଭେଟିବେ ପାଓ୍ବାର appeared first on Dharitri Odia News.

ମହାରାଷ୍ଟ୍ରରେ ହେବ ବଡ଼ ଅଦଳବଦଳ! ମୁଖ୍ୟମନ୍ତ୍ରୀ ନାମ ଘୋଷଣା ପୂର୍ବରୁ ଶାହାଙ୍କୁ ଭେଟିବେ ପାଓ୍ବାର

ମୁମ୍ବାଇ,୨।୧୨: ମହାରାଷ୍ଟ୍ରରେ ନିର୍ବାଚନ ଫଳାଫଳ ଘୋଷଣା ହେବାର ୯ଦିନ ବିତି ଗଲାଣି, କିନ୍ତୁ ଏପର୍ଯ୍ୟନ୍ତ ମହାୟୁତି ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିନାହାଁନ୍ତି। ଏହି ପରିପ୍ରେକ୍ଷୀରେ ଭାଜପା ନେତା ଦେବେନ୍ଦ୍ର ଫଡନାଭିସଙ୍କ ନାମ ଆଗରେ ରହିଛି। ତେବେ ରାଜନୈତିକ ସର୍କଲରେ ବିଭିନ୍ନ ପ୍ରକାରର ରାଜନୈତିକ କଳ୍ପନାଜଳ୍ପନା ମଧ୍ୟ କରାଯାଉଛି। ରାଜନନୈତିକ ବିଶେଷଜ୍ଞଙ୍କ ଅନୁଯାୟୀ, ମହାରାଷ୍ଟ୍ରରେ ଆଶ୍ଚର୍ଯ୍ୟଜନକ ଢାଞ୍ଚାରେ ଏକ ନୂତନ ଚେହେରାକୁ ମୁଖ୍ୟମନ୍ତ୍ରୀ କରାଯାଇପାରେ।

ସେପଟେ ଏନସିପି ନେତା ଅଜିତ ପାୱାର ସୋମବାର ଦିଲ୍ଲୀରେ ପହଞ୍ଚିଛନ୍ତି। ଦିଲ୍ଲୀରେ ପହଞ୍ଚିବା ପରେ ଅଜିତ ପାୱାର କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବେ। ଏହି ବୈଠକରୁ ଅନେକ ଅର୍ଥ ଅନୁମାନ କରାଯାଉଛି। ବିଶେଷଜ୍ଞଙ୍କ ଅନୁଯାୟୀ ଅଜିତ ପାୱାର ବିଜୟ ପରେ ତୁରନ୍ତ ମୁଖ୍ୟମନ୍ତ୍ରୀ ଭାବରେ ଦେବେନ୍ଦ୍ର ଫଡନାଭିସଙ୍କୁ ସମର୍ଥନ ଜଣାଇଥିଲେ।
ଏକନାଥ ଶିନ୍ଦେ ଗୋଷ୍ଠୀର କର୍ମକର୍ତ୍ତାମାନେ କ୍ରମାଗତ ଭାବରେ ଶିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଦାବି କରୁଥିଲେ। ଏହି ସମୟରେ, ମହାୟୁତର ବିପୁଳ ବିଜୟ ପରେ ଶିନ୍ଦେ ପିସି କରି ସ୍ପଷ୍ଟ କରିଥିଲେ ଯେ ସେ ଭାଜପାର ନିଷ୍ପତ୍ତି ଗ୍ରହଣ କରିବେ। ଭାଜପା ଯାହା ନିଷ୍ପତ୍ତି ନିଏ, ସେମାନେ ଏହାକୁ ଗ୍ରହଣ କରିବେ। ଦିଲ୍ଲୀରୁ ଫେରିବା ପରେ ଶିନ୍ଦେ ନିଜ ଗାଁକୁ ଯାଇଥିଲେ। ଗତକାଲି ଶିନ୍ଦେ ନିଜ ଗାଁରୁ ମୁମ୍ବାଇ ଫେରିଥିଲେ ଏବଂ ପୁଣିଥରେ ତାଙ୍କ ମତକୁ ଦୋହରାଇ କହିଥିଲେ ଯେ ସେ ଭାଜପାର ନିଷ୍ପତ୍ତି ଗ୍ରହଣ କରୁଛନ୍ତି। ଅମିତ ଶାହା ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ତାଙ୍କର ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି।

The post ମହାରାଷ୍ଟ୍ରରେ ହେବ ବଡ଼ ଅଦଳବଦଳ! ମୁଖ୍ୟମନ୍ତ୍ରୀ ନାମ ଘୋଷଣା ପୂର୍ବରୁ ଶାହାଙ୍କୁ ଭେଟିବେ ପାଓ୍ବାର appeared first on Dharitri Odia News.