୮୦,୦୦୦ ଡଲାର ଉପରେ ବିଟ୍ କଏନ୍
ନୂଆଦିଲ୍ଲୀ,୧୧।୧୧: ବର୍ତ୍ତମାନ ସମୟରେ ବିଟ୍ କଏନ୍ କାରବାରକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ଜାରି ରହିଛି। ଏପରିକି ପ୍ରଥମ ଥର ପାଇଁ ବିଟ୍ କଏନ୍ର ମୂଲ୍ୟ ସର୍ବୋଚ୍ଚସ୍ତରରେ ପହଞ୍ଚତ୍ଛି। ରବିବାର ବିଟ୍ କଏନ୍ ମୂଲ୍ୟରେ ୪.୭% ବୃଦ୍ଧି ଘଟି ୮୦,୦୯୨ ଡଲାରରେ ପହଞ୍ଚତ୍ଛି। ଏହା ପୂର୍ବରୁ ବିଟ୍ କଏନ୍ର ମୂଲ୍ୟ ୭୯,୭୦୦ ଡଲାର ଥିଲା। ସେହିଭଳି ଗତ କିଛି ସପ୍ତାହ ହେବ ବିଶ୍ୱସ୍ତରରେ ଡିଜିଟାଲ କାରବାର (କିପ୍ଟ୍ରୋକରେନ୍ସି)ରେ ସୁଧାର ଆସିଥିଲାବେଳେ ବିଭିନ୍ନ ବର୍ଗର ନିବେଶକ ଡିଜିଟାଲ କାରବାରକୁ ଅଧିକ […] The post ୮୦,୦୦୦ ଡଲାର ଉପରେ ବିଟ୍ କଏନ୍ appeared first on Dharitri Odia News.
ନୂଆଦିଲ୍ଲୀ,୧୧।୧୧: ବର୍ତ୍ତମାନ ସମୟରେ ବିଟ୍ କଏନ୍ କାରବାରକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ଜାରି ରହିଛି। ଏପରିକି ପ୍ରଥମ ଥର ପାଇଁ ବିଟ୍ କଏନ୍ର ମୂଲ୍ୟ ସର୍ବୋଚ୍ଚସ୍ତରରେ ପହଞ୍ଚତ୍ଛି। ରବିବାର ବିଟ୍ କଏନ୍ ମୂଲ୍ୟରେ ୪.୭% ବୃଦ୍ଧି ଘଟି ୮୦,୦୯୨ ଡଲାରରେ ପହଞ୍ଚତ୍ଛି। ଏହା ପୂର୍ବରୁ ବିଟ୍ କଏନ୍ର ମୂଲ୍ୟ ୭୯,୭୦୦ ଡଲାର ଥିଲା।
ସେହିଭଳି ଗତ କିଛି ସପ୍ତାହ ହେବ ବିଶ୍ୱସ୍ତରରେ ଡିଜିଟାଲ କାରବାର (କିପ୍ଟ୍ରୋକରେନ୍ସି)ରେ ସୁଧାର ଆସିଥିଲାବେଳେ ବିଭିନ୍ନ ବର୍ଗର ନିବେଶକ ଡିଜିଟାଲ କାରବାରକୁ ଅଧିକ ସୁରକ୍ଷିତ ଓ ଶକ୍ତିଶାଳୀ ମନେ କରୁଥିବାରୁ ଉଭୟ ବଜାର ଓ ବ୍ୟବସାୟୀ ଡିଜିଟାଲ କାରବାରରେ ନିବେଶ କରୁଛନ୍ତି। ଫଳରେ ବିଟ୍ କଏନ୍ର ମୂଲ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି। ଅପରପକ୍ଷରେ ଆମେରିକାର ପ୍ରେସିଡେଣ୍ଟ ନିର୍ବାଚନ ଓ ଟ୍ରମ୍ପଙ୍କ ଐତିହାସିକ ବିଜୟ ଫଳାଫଳ ମଧ୍ୟ ଡିଜିଟାଲ କାରବାର ଓ ବିଟ୍ କଏନ୍ ମୂଲ୍ୟର ଅନ୍ୟତମ ପ୍ରମୁଖ କାରଣ ବୋଲି ବଜାର ବିଶେଷଜ୍ଞମାନେ ଆକଳନ କରିଛନ୍ତି। ସେହିପରି ଦୀର୍ଘ ଦିନ ଧରି ଚର୍ଚ୍ଚା ପରିସରରୁ ବାହାରି ଯାଇଥିବା ବିଟ୍ କଏନ ପୁନର୍ବାର ବଜାରରେ ଉତ୍ସାହ ଭରି ଦେଇଛି ବୋଲି ଡିଜିଟାଲ ବଜାରର ନିବେଶକମାନେ ମତବ୍ୟକ୍ତ କରିଛନ୍ତି। ଏପରିକି ଗତ ଦୁଇ ବର୍ଷ ହେବ ଡିଜିଟାଲ କାରବାରର ଚାହିଦା ପୂର୍ବାପେକ୍ଷା ଅଧିକ ବଢିଥିବାବେଳେ ବିଟ୍ କଏନ୍ର ମୂଲ୍ୟ ମଧ୍ୟ ସେହି ତୁଳନାରେ ପ୍ରାୟ ୯୧%ବଜାର ଅଂଶ ଯୋଗଦାନ କରି ମୂଲ୍ୟ ବୃଦ୍ଧିରେ ଯଥେଷ୍ଟ ଅଭିବୃଦ୍ଧି ହାସଲ କରିଛି।
The post ୮୦,୦୦୦ ଡଲାର ଉପରେ ବିଟ୍ କଏନ୍ appeared first on Dharitri Odia News.