FM କଲେଜରେ ଷଷ୍ଠ ଦିନରେ କ୍ରାଇମବ୍ରାଞ୍ଚର ତନାଘନା, ଘଟଣାରେ ଏକାଧିକ ସାମିଲ ଥିବା ମିଳିଛି ସୁରାକ

ବାଲେଶ୍ବର ୨୨।୭: ବାଲେଶ୍ୱର ଜିଲ୍ଲା ଫକୀରମୋହନ କଲେଜ ଛାତ୍ରୀ ଆତ୍ମାହୁତି ଘଟଣାରେ କ୍ରାଇମବ୍ରାଞ୍ଚର ତଦନ୍ତ ପ୍ରକ୍ରିୟା ଷଷ୍ଠ ଦିନରେ ପହଞ୍ଚିଛି । ମଙ୍ଗଳବାର ପୁଣି ଫକୀରମୋହନ କଲେଜ କ୍ୟାମ୍ପସରେ କ୍ରାଇମବ୍ରାଞ୍ଚର ଦୁଇ ଜଣିଆ ଟିମ୍ ପହଞ୍ଚି ପୁଣି ତନାଘନା କରିଛନ୍ତି ।କଲେଜରେ ଲାଗିଥିବା ସିସିଟିଭି ଫୁଟେଜ ଅନୁଧ୍ୟାନ କରିବା ସହିତ ପ୍ରିନ୍ସିପାଲ ଚାମ୍ବରରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଛନ୍ତି ।ଆତ୍ମାହୁତି ସ୍ଥଳର ସ୍ପଟ୍ ଭେରିଫିକେସନ କରିବା ସହ ଅନେକ ଜଣ ଏହି ଘଟଣାରେ ସାମିଲ ଥିବା ନେଇ ସୁରାକ କ୍ରାଇମବ୍ରାଞ୍ଚ ହାତରେ ଲାଗିଥିବା ତଦନ୍ତକାରୀ ଅଧିକାରିଣୀ ଡ଼ିଏସପି ଇମନ କଲ୍ୟାଣ ନାୟକ ସୂଚନା ଦେଇଛନ୍ତି । ଅଧିକ ଜଣ ସାମିଲ ଥିବା ତଦନ୍ତ ପ୍ରକ୍ରିୟାରେ ଆସିଥିବା ବେଳେ ଘଟଣା ଦିନକୁ ଦିନ ଅଡ଼ୁଆ ପରିସ୍ଥିତିକୁ ଯାଉଥିବା ଜଣାପଡିଛି । କ୍ରାଇମବ୍ରାଞ୍ଚ ଟିମ୍ ଆତ୍ମାହୁତି ଘଟଣାର ଛାନଭିନ କରିବା ସହ ଏପର୍ଯ୍ୟନ୍ତ ୧୦୦ରୁ ଅଧିକ ଛାତ୍ରଛାତ୍ରୀ, ପୁରାତନ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଓ ଆଇସିସିର ଟିମ୍‌କୁ ମିଶାଇ ତଦନ୍ତ କରିସାରିଲାଣି । ତଦନ୍ତ ପ୍ରକ୍ରିୟାରେ ବିଳମ୍ବ ଘଟୁଥିବାରୁ ଏହି ଆତ୍ମାହୁତି ଘଟଣା ଉପରେ ସମସ୍ତଙ୍କ ଫୋକସ୍ ଥିବା ଜଣାପଡିଛି ।ସେପଟେ ଏହି ଘଟଣରେ ଉଚ୍ଚଶିକ୍ଷା ବିଭାଗ, ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ତଦନ୍ତ କରି ଫେରିଥିବା ବେଳେ ଛାତ୍ରଛାତ୍ରୀ ମାନେ ଭୟଭୀତ ହୋଇ କଲେଜରୁ ମୁହଁ ଫେରାଇ ନେଉଥିବା ଦେଖିବ

FM କଲେଜରେ ଷଷ୍ଠ ଦିନରେ କ୍ରାଇମବ୍ରାଞ୍ଚର ତନାଘନା, ଘଟଣାରେ ଏକାଧିକ ସାମିଲ ଥିବା ମିଳିଛି ସୁରାକ

ବାଲେଶ୍ବର ୨୨।୭: ବାଲେଶ୍ୱର ଜିଲ୍ଲା ଫକୀରମୋହନ କଲେଜ ଛାତ୍ରୀ ଆତ୍ମାହୁତି ଘଟଣାରେ କ୍ରାଇମବ୍ରାଞ୍ଚର ତଦନ୍ତ ପ୍ରକ୍ରିୟା ଷଷ୍ଠ ଦିନରେ ପହଞ୍ଚିଛି । ମଙ୍ଗଳବାର ପୁଣି ଫକୀରମୋହନ କଲେଜ କ୍ୟାମ୍ପସରେ କ୍ରାଇମବ୍ରାଞ୍ଚର ଦୁଇ ଜଣିଆ ଟିମ୍ ପହଞ୍ଚି ପୁଣି ତନାଘନା କରିଛନ୍ତି ।କଲେଜରେ ଲାଗିଥିବା ସିସିଟିଭି ଫୁଟେଜ ଅନୁଧ୍ୟାନ କରିବା ସହିତ ପ୍ରିନ୍ସିପାଲ ଚାମ୍ବରରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଛନ୍ତି ।

ଆତ୍ମାହୁତି ସ୍ଥଳର ସ୍ପଟ୍ ଭେରିଫିକେସନ କରିବା ସହ ଅନେକ ଜଣ ଏହି ଘଟଣାରେ ସାମିଲ ଥିବା ନେଇ ସୁରାକ କ୍ରାଇମବ୍ରାଞ୍ଚ ହାତରେ ଲାଗିଥିବା ତଦନ୍ତକାରୀ ଅଧିକାରିଣୀ ଡ଼ିଏସପି ଇମନ କଲ୍ୟାଣ ନାୟକ ସୂଚନା ଦେଇଛନ୍ତି । ଅଧିକ ଜଣ ସାମିଲ ଥିବା ତଦନ୍ତ ପ୍ରକ୍ରିୟାରେ ଆସିଥିବା ବେଳେ ଘଟଣା ଦିନକୁ ଦିନ ଅଡ଼ୁଆ ପରିସ୍ଥିତିକୁ ଯାଉଥିବା ଜଣାପଡିଛି । କ୍ରାଇମବ୍ରାଞ୍ଚ ଟିମ୍ ଆତ୍ମାହୁତି ଘଟଣାର ଛାନଭିନ କରିବା ସହ ଏପର୍ଯ୍ୟନ୍ତ ୧୦୦ରୁ ଅଧିକ ଛାତ୍ରଛାତ୍ରୀ, ପୁରାତନ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଓ ଆଇସିସିର ଟିମ୍‌କୁ ମିଶାଇ ତଦନ୍ତ କରିସାରିଲାଣି । ତଦନ୍ତ ପ୍ରକ୍ରିୟାରେ ବିଳମ୍ବ ଘଟୁଥିବାରୁ ଏହି ଆତ୍ମାହୁତି ଘଟଣା ଉପରେ ସମସ୍ତଙ୍କ ଫୋକସ୍ ଥିବା ଜଣାପଡିଛି ।

ସେପଟେ ଏହି ଘଟଣରେ ଉଚ୍ଚଶିକ୍ଷା ବିଭାଗ, ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ତଦନ୍ତ କରି ଫେରିଥିବା ବେଳେ ଛାତ୍ରଛାତ୍ରୀ ମାନେ ଭୟଭୀତ ହୋଇ କଲେଜରୁ ମୁହଁ ଫେରାଇ ନେଉଥିବା ଦେଖିବାକୁ ମିଳିଛି । ତେବେ ପିଲାମାନଙ୍କୁ ବିଚାର ବିଭାଗ ତରଫରୁ ସଚେତନ କରାଯାଇଛି ।ଏବେ କ୍ଲାସ୍ ସ୍ୱାଭାବିକ ଥିବା ବେଳେ ଛାତ୍ରଛାତ୍ରୀ ମାନେ କଲେଜକୁ ଆସୁଛନ୍ତି । ତେବେ କଲେଜର ସ୍ୱାଭିମାନ ରକ୍ଷାପାଇଁ ଛାତ୍ରମାନେ ଆଗକୁ ଆସି ସଚେତନ ବାର୍ତ୍ତା ଦେଇଛନ୍ତି।

ଦିନକୁ ଦିନ ତଦନ୍ତ ପ୍ରକ୍ରିୟା ବଢି ଚାଲିଥିବା ବେଳେ ନିଷ୍କର୍ସ ବାହାରି ପାରୁନଥିବାରୁ ଘଟଣା ସମ୍ବେଦନଶୀଳ ବୋଲି ଜଣାପଡିଛି ।

You Can Read:

ବଡ଼ ଡାକ୍ତରଖାନାରେ ଭିଡ଼ କମାଇବାକୁ ସରକାରଙ୍କ ସ୍ୱତନ୍ତ୍ର ଯୋଜନା, ସବୁ ଗ୍ରାମ ପଞ୍ଚାୟତରେ ହେବ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର