୩୩୪ ନିଖୋଜ ଶିଶୁ ରାଜ୍ୟ ତଥା ରାଜ୍ୟ ବାହାରୁ ଉଦ୍ଧାର
ଭୁବନେଶ୍ବର : ଓଡ଼ିଶା ରାଜ୍ୟ ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା, ଭୁବନେଶ୍ବର ତରଫରୁ ରାଜ୍ୟରେ ସ୍ପେଶାଲ ଡ୍ରାଇଭ ଚାଲିଥିଲା । ନିଖୋଜ ଶିଶୁଙ୍କ ଉଦ୍ଧାର ପାଇଁ ନଭେମ୍ବର ୧୮ରୁ ୨୩ ଯାଏଁ ଚାଲିଥିଲା ସ୍ପେଶାଲ ଡ୍ରାଇଭ । ଏହି ସମୟ ମଧ୍ୟରେ ସର୍ବମୋଟ ୩୩୪ ନିଖୋଜ ଶିଶୁ ରାଜ୍ୟ ତଥା ରାଜ୍ୟ ବାହାରୁ ଉଦ୍ଧାର ହୋଇଛନ୍ତି ଓ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ସ୍ପେଶାଲ ଡ୍ରାଇଭକୁ ସମସ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଓ […] The post ୩୩୪ ନିଖୋଜ ଶିଶୁ ରାଜ୍ୟ ତଥା ରାଜ୍ୟ ବାହାରୁ ଉଦ୍ଧାର appeared first on KNews Odisha.

ଭୁବନେଶ୍ବର : ଓଡ଼ିଶା ରାଜ୍ୟ ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା, ଭୁବନେଶ୍ବର ତରଫରୁ ରାଜ୍ୟରେ ସ୍ପେଶାଲ ଡ୍ରାଇଭ ଚାଲିଥିଲା । ନିଖୋଜ ଶିଶୁଙ୍କ ଉଦ୍ଧାର ପାଇଁ ନଭେମ୍ବର ୧୮ରୁ ୨୩ ଯାଏଁ ଚାଲିଥିଲା ସ୍ପେଶାଲ ଡ୍ରାଇଭ । ଏହି ସମୟ ମଧ୍ୟରେ ସର୍ବମୋଟ ୩୩୪ ନିଖୋଜ ଶିଶୁ ରାଜ୍ୟ ତଥା ରାଜ୍ୟ ବାହାରୁ ଉଦ୍ଧାର ହୋଇଛନ୍ତି ଓ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ସ୍ପେଶାଲ ଡ୍ରାଇଭକୁ ସମସ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଓ ରାଜ୍ୟ ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା ତତ୍ୱାବଧାନରେ ସମାପନ କରାଯାଇଛି। ସମଗ୍ର ରାଜ୍ୟରେ ଭଦ୍ରକ ଜିଲ୍ଲା ପୋଲିସ ସର୍ବମୋଟ ୬୫ ନିଖୋଜ ଶିଶୁଙ୍କୁ ଉଦ୍ଧାର କରି ସର୍ବୋକୃଷ୍ଟ ଜିଲ୍ଲାର ମାନ୍ୟତା ହାସଲ କରିଛି।
The post ୩୩୪ ନିଖୋଜ ଶିଶୁ ରାଜ୍ୟ ତଥା ରାଜ୍ୟ ବାହାରୁ ଉଦ୍ଧାର appeared first on KNews Odisha.