ଏବେ ବୁକିଂ କଲେ ଦେଢ଼ ବର୍ଷ ପରେ ମିଳିବ Thar Roxx , ବଢ଼ିଲା ଡେଲିଭରୀ ଟାଇମ୍
ଭାରତୀୟ ବଜାରରେ ଅନେକ ଭଲ କାର୍ ଉପଳବ୍ଧ । କିଛି କାର ଅଛି ଯାହାର ବଜାରରେ ଡିମାଣ୍ଡ ବେସ୍ ଅଧିକ ରହିଛି । ଏଥି ମଧ୍ୟରୁ ଗୋଟିଏ ହେଉଛି Mahindra Thar Roxx , ଯାହା ଏକ ଅଫରୋଡ୍ SUV । ଏହି SUV ର ୱେଟିଙ୍ଗ ପିରିୟଡ୍ ୧.୫ ବର୍ଷରେ ପହଞ୍ଚିଛି । ଡିମାଣ୍ଡ ଦେଖି କମ୍ପାନୀ Thar ର ପ୍ରଡକ୍ସନ୍ ବଢ଼ାଇଛି । ଏପରି ସ୍ଥିତିରେ କମ୍ପାନୀ Thar ୩-ଡୋର୍ ଏବଂ ରକ୍ସ ୫-ଡୋରର […] The post ଏବେ ବୁକିଂ କଲେ ଦେଢ଼ ବର୍ଷ ପରେ ମିଳିବ Thar Roxx , ବଢ଼ିଲା ଡେଲିଭରୀ ଟାଇମ୍ appeared first on KNews Odisha.

ଭାରତୀୟ ବଜାରରେ ଅନେକ ଭଲ କାର୍ ଉପଳବ୍ଧ । କିଛି କାର ଅଛି ଯାହାର ବଜାରରେ ଡିମାଣ୍ଡ ବେସ୍ ଅଧିକ ରହିଛି । ଏଥି ମଧ୍ୟରୁ ଗୋଟିଏ ହେଉଛି Mahindra Thar Roxx , ଯାହା ଏକ ଅଫରୋଡ୍ SUV । ଏହି SUV ର ୱେଟିଙ୍ଗ ପିରିୟଡ୍ ୧.୫ ବର୍ଷରେ ପହଞ୍ଚିଛି । ଡିମାଣ୍ଡ ଦେଖି କମ୍ପାନୀ Thar ର ପ୍ରଡକ୍ସନ୍ ବଢ଼ାଇଛି ।
ଏପରି ସ୍ଥିତିରେ କମ୍ପାନୀ Thar ୩-ଡୋର୍ ଏବଂ ରକ୍ସ ୫-ଡୋରର ୯ ହଜାରରୁ ଅଧିକ ୟୁନିଟ୍ ପ୍ରସ୍ତୁତ କରୁଛି । ଏହା ପରେ ମଧ୍ୟ ଗ୍ରାହକମାନଙ୍କୁ କିଛି ଭ୍ୟାରିଆଣ୍ଟ ପାଇଁ ୧୮ ମାସ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ । Thar Rock ର ବେସ୍ ଟ୍ରିମ୍ MX1ପାଇଁ ସବୁଠାରୁ ଅଧିକ ୱେଟିଙ୍ଗ ପିରିୟଡ୍ ଚାଲିଛି ।
Mahindra ଡିଲର୍ସ ଅନୁଯାୟୀ, Thar Rocks ର ବେସ୍-ସ୍ପେକ୍ MX1 ପାଇଁ ୱେଟିଙ୍ଗ ପିରିୟଡ୍ ସବୁଠାରୁ ଅଧିକ । ଏହି ଟ୍ରିମ୍ ପେଟ୍ରୋଲ୍ ମାନୁଆଲ୍ ଏବଂ ଡିଜେଲ୍ ମାନୁଆଲ୍ ସହିତ ସାମିଲ ଅଛି । Thar Rocks ର ଏକ୍ସ-ସୋରୁମ୍ ପ୍ରାଇସ୍ ୧୨.୯୯ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇ ୧୩.୯୯ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଯାଇଛି । ସେହିଭଳି ଏହାର ଟପ୍ ଟ୍ରିମ୍ Rocks AX7L 4×4 ଭ୍ୟରିଆଣ୍ଟର ଡେଲିଭରି ଟାଇମ୍ ମଧ୍ୟ ୧୮ ମାସ ହେବ । ଏହି ଟ୍ରିମ୍ ମଡେଲ୍-ମାନୁଆଲ୍ ଏବଂ ଡିଜେଲ-ଅଟୋମେଟିକ୍ ଉଭୟ ଉପଲବ୍ଧ ଅଛି । ଏହାର ଏକ୍ସ-ସୋରୁମ୍ ପ୍ରାଇସ୍ ୨୧.୫୯ ଲକ୍ଷ ଟଙ୍କାରୁ ୨୩.୦୯ ଲକ୍ଷ ଟଙ୍କା ମଧ୍ୟରେ ରହିଛି ।
Mahindra Thar Roxx ର ପାୱାରଟ୍ରେନ୍ :
Thar Roxx ରେ ୨-ଲିଟର mStallion ଟର୍ବୋ ପେଟ୍ରୋଲ ଡାଇରେକ୍ଟ ଇଞ୍ଜିନ୍ ରହିଛି । ଏହି ଇଞ୍ଜିନ୍ ସହିତ ମାନୁଆଲ୍ ଟ୍ରାନ୍ସମିସନରେ ୧୧୯ Kw ର ପାୱାର ଏବଂ ୩୩୦ Nm ର ଟର୍କ ମିଳିଥାଏ । ସେହିଭଳି ଅଟୋମେଟିକ୍ ଟ୍ରାନ୍ସମିସନ୍ Thar Roxx ସହିତ ୧୩୦ Kw ର ପାୱାର ୩୩୦ Nm ର ଟର୍କ ଜେନେରେଟ୍ ହୋଇଥାଏ । Mahindra Thar Roxx ରେ ଡିଜେଲ ଇଞ୍ଜିନର ଅପ୍ସନ ମଧ୍ୟ ସାମିଲ୍ ଅଛି ।
Mahindra ର ଏହି ଗାଡ଼ିରେ ୨.୨ ଲିଟର mHawk ର ଡିଜେଲ ଇଞ୍ଜିନ୍ ରହିଛି । ଏହି କାର୍ RWD ଏବଂ 4*4 ଦୁଇଟି ଭ୍ୟାରିଆଣ୍ଟ ସାମିଲ ରହିଛି । ଏହି କାରରେ ଲାଗିଥିବା ଡିଜେଲ୍ ଇଞ୍ଜିନର ମ୍ୟାକ୍ସିମମ୍ ୧୨୮.୬ kW ର ପାୱାର ମିଳିଥାଏ ଏବଂ ୩୭୦ Nm ର ଟର୍କ ଜେନେରେଟ୍ ହୋଇଥାଏ । Thar Roxx ହେଉଛି ଏକ ଅଫ-ରୋଡ୍ କାର୍ । ଏହି SUV Thar ର ୩-ଡୋର୍ ମଡେଲରୁ ବହୁତ୍ ଭିନ୍ନ ରହିଛି ।
The post ଏବେ ବୁକିଂ କଲେ ଦେଢ଼ ବର୍ଷ ପରେ ମିଳିବ Thar Roxx , ବଢ଼ିଲା ଡେଲିଭରୀ ଟାଇମ୍ appeared first on KNews Odisha.