Fy୨୪ରେ ୮% ହାରରେ ବଢିବ ଦେଶର ଅର୍ଥନୀତି, CEA ନାଗେଶ୍ୱରନଙ୍କ ଅନୁମାନ
ନୂଆଦିଲ୍ଲୀ: ଆର୍ଥିକ ବର୍ଷ ୨୦୨୩-୨୪ରେ ସକଳ ଘରୋଇ ଉତ୍ପାଦ (ଜିଡିପି) ବୃଦ୍ଧି ହାର ୮ ପ୍ରତିଶତ ପହଞ୍ଚିବାର ସମ୍ଭାବନା ରହିଛି । ମୁଖ୍ୟ ଆର୍ଥିକ ପରାମର୍ଶଦାତା ଅନନ୍ତ ନାବେଶ୍ୱରନ ୨୦୨୪ ମାର୍ଚ୍ଚ ୨୧ରେ ଶେଷ ହୋଇଥିବା ଆର୍ଥିକ ବର୍ଷର ତିନି ତ୍ରୈମାସିକ ରେକର୍ଡ କରାଯାଇଥିବା ବୃଦ୍ଧିର ଆଧାରରେ ଅନୁମାନ କରିଛନ୍ତି । ଭାରତର ଜିଡିପି ୨୦୨୩ ଡିସେମ୍ୱରରେ ଶେଷ ହୋଇଥିବା ତୃତୀୟ ତ୍ରୈମାସରେ ୮.୪ ପ୍ରତିଶତରେ ବଢିଛି । ଦ୍ୱିତୀୟ ତ୍ରୈମାସରେ ୭.୬ ପ୍ରତିଶତ ଏବଂ ପ୍ରଥମ ତୈମାସରେ ୭.୮ ପ୍ରତିଶତ ଥିଲା । ଭି.ଅନନ୍ତ ନାଗେଶ୍ୱରନ କହିଛନ୍ତି, ଆଇଏମଏଫ ଆର୍ଥିକ ବର୍ଷ ୨୦୨୩-୨୪ ପାଇଁ ୭.୮ ପ୍ରତିଶତର ବୃଦ୍ଧି ବାର ଅନୁମାନ କରିଛି । ଯଦି ଆପଣ ପ୍ରଥମ ତିନି ତ୍ରୈମାସିକରେ ବୃଦ୍ଧିର ବେଗକୁ ଦେଖିବେ, ତେବେ ସ୍ପଷ୍ଟ ରୂପେ ଅଭିବୃଦ୍ଧି ହାର ୮ ପ୍ରତିଶତ ଯାଏ ପହଞ୍ଚିବାର ସମ୍ଭାବନା ଅଧିକ ରହିଛି । ଏହା ୨୦୨୩-୨୪ରେ ଭାରତୀୟ ଅର୍ଥବ୍ୟବସ୍ଥା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କର ୭.୫ ପ୍ରତିଶତର ବୃଦ୍ଧି ଅନୁମାନଠାରୁ ଅଧିକ ଅଟେ ।ସେ କହିଛନ୍ତି ଯେ ଚଳିତ ଆର୍ଥିକ ବର୍ଷ ପାଇଁ ଅନ୍ତରାଷ୍ଟ୍ରୀୟ ମୁଦ୍ରା ପାଣ୍ଠିର ଅନୁମାନର ୬.୮ ପ୍ରତିଶତ ରହିଛି, କିନ୍ତୁ ଆରବିଆଇକୁ ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ୭ ପ୍ରତିଶତର ଜିଡିପି ବୃଦ୍ଧି ଆଶା ରହିଛି । ଆର୍ଥିକ ବର୍ଷ ୨୦୨୪-୨୫ରେ ଦେଶର ବୃଦ୍ଧି ହାର ୬.୫ରୁ ୭ ପ୍ରତିଶତ ରହିବାର ସମ୍ଭାବନା ରହିଛି ।
ନୂଆଦିଲ୍ଲୀ: ଆର୍ଥିକ ବର୍ଷ ୨୦୨୩-୨୪ରେ ସକଳ ଘରୋଇ ଉତ୍ପାଦ (ଜିଡିପି) ବୃଦ୍ଧି ହାର ୮ ପ୍ରତିଶତ ପହଞ୍ଚିବାର ସମ୍ଭାବନା ରହିଛି । ମୁଖ୍ୟ ଆର୍ଥିକ ପରାମର୍ଶଦାତା ଅନନ୍ତ ନାବେଶ୍ୱରନ ୨୦୨୪ ମାର୍ଚ୍ଚ ୨୧ରେ ଶେଷ ହୋଇଥିବା ଆର୍ଥିକ ବର୍ଷର ତିନି ତ୍ରୈମାସିକ ରେକର୍ଡ କରାଯାଇଥିବା ବୃଦ୍ଧିର ଆଧାରରେ ଅନୁମାନ କରିଛନ୍ତି । ଭାରତର ଜିଡିପି ୨୦୨୩ ଡିସେମ୍ୱରରେ ଶେଷ ହୋଇଥିବା ତୃତୀୟ ତ୍ରୈମାସରେ ୮.୪ ପ୍ରତିଶତରେ ବଢିଛି । ଦ୍ୱିତୀୟ ତ୍ରୈମାସରେ ୭.୬ ପ୍ରତିଶତ ଏବଂ ପ୍ରଥମ ତୈମାସରେ ୭.୮ ପ୍ରତିଶତ ଥିଲା ।
ଭି.ଅନନ୍ତ ନାଗେଶ୍ୱରନ କହିଛନ୍ତି, ଆଇଏମଏଫ ଆର୍ଥିକ ବର୍ଷ ୨୦୨୩-୨୪ ପାଇଁ ୭.୮ ପ୍ରତିଶତର ବୃଦ୍ଧି ବାର ଅନୁମାନ କରିଛି । ଯଦି ଆପଣ ପ୍ରଥମ ତିନି ତ୍ରୈମାସିକରେ ବୃଦ୍ଧିର ବେଗକୁ ଦେଖିବେ, ତେବେ ସ୍ପଷ୍ଟ ରୂପେ ଅଭିବୃଦ୍ଧି ହାର ୮ ପ୍ରତିଶତ ଯାଏ ପହଞ୍ଚିବାର ସମ୍ଭାବନା ଅଧିକ ରହିଛି । ଏହା ୨୦୨୩-୨୪ରେ ଭାରତୀୟ ଅର୍ଥବ୍ୟବସ୍ଥା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କର ୭.୫ ପ୍ରତିଶତର ବୃଦ୍ଧି ଅନୁମାନଠାରୁ ଅଧିକ ଅଟେ ।
ସେ କହିଛନ୍ତି ଯେ ଚଳିତ ଆର୍ଥିକ ବର୍ଷ ପାଇଁ ଅନ୍ତରାଷ୍ଟ୍ରୀୟ ମୁଦ୍ରା ପାଣ୍ଠିର ଅନୁମାନର ୬.୮ ପ୍ରତିଶତ ରହିଛି, କିନ୍ତୁ ଆରବିଆଇକୁ ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ୭ ପ୍ରତିଶତର ଜିଡିପି ବୃଦ୍ଧି ଆଶା ରହିଛି । ଆର୍ଥିକ ବର୍ଷ ୨୦୨୪-୨୫ରେ ଦେଶର ବୃଦ୍ଧି ହାର ୬.୫ରୁ ୭ ପ୍ରତିଶତ ରହିବାର ସମ୍ଭାବନା ରହିଛି ।