ଲଞ୍ଚ ହେଲା TVSର ବଜେଟ ବାଇକ୍, ମିଳିବ ୬୩ କିମିର ମାଇଲେଜ
ନୂଆଦିଲ୍ଲୀ: ରେଡିୟନର ନୂଆ ବେସ୍ ଭାରିଆଣ୍ଟ ଲଞ୍ଚ କରିଛି ଟିଭିଏସ ମୋଟର । ଏହାଦ୍ବାରା ବାଇକ୍ର ଦାମ୍ ଆହୁରି କମ୍ ହୋଇଛି । ଦିଲ୍ଲୀରେ ବାଇକ୍ର ଏକ୍ସ ଶୋ ରୁମ୍ ମୂଲ୍ୟ ୫୮, ୮୮୦ ଟଙ୍କା ଥିବାବେଳେ, ଏହି ବେସ୍ ଭାରିଆଣ୍ଟ ଏବେ ୧୭, ୫୧୪ ଟଙ୍କା ଶସ୍ତା ହୋଇଛି ।ନୂଆ ଭାରିଆଣ୍ଟ ଆସିବା ପରେ ରେଡିୟନ ଏବେ ତିନି ଭାରିଆଣ୍ଟ, ବେସ୍, ଡିଜି ଡ୍ରମ ଏବଂ ଡିଜି ଡିସ୍କରେ ଉପଲବ୍ଧ। ଏହି ବାଇକ୍ ୧ ଲିଟରରେ ୬୩ କିମି ମାଇଲେଜ ଦେବାରେ ସକ୍ଷମ। ଟିଭିଏସ ରେଡିୟନ ଏବେ ଅଲ-ବ୍ଲାକ୍ କଲର ଅପ୍ସନରେ ଉପଲବ୍ଧ।ଟିଭିଏସ ରେଡିୟନ ବେସ୍ ଭାରିଆଣ୍ଟନୂଆ ଟିଭିଏସ ରେଡିୟନ ବେସ ଭାରିଆଣ୍ଟରେ ଅଲ୍-ବ୍ଲାକ୍ ପେଣ୍ଟ୍ ସ୍କିମ୍ ରହିଛି, ଯାହା ବ୍ରୋଞ୍ଜ୍ ଇଞ୍ଜିନ କଭର ସହ ବାଇକକୁ ଏକ କଣ୍ଟ୍ରାଷ୍ଟ ଫିନିସ ଦେବ। ଫୁଏଲ ଟ୍ୟାଙ୍କ୍ ଏବଂ ସାଇଡ ପ୍ୟାନେଲରେ ଟିଭିଏସ ଏବଂ ରେଡିୟନ ବ୍ୟାଜିଂ ରହିଛି। ବାଇକ୍ ଏବେ ସମୁଦାୟ ୭ କଲର ଅପ୍ସନରେ ଉପଲବ୍ଧ, ଯେଉଁଥିରେ ଅଲ ବ୍ଲାକ୍ ଶେଡ ମଧ୍ୟ ରହିଛି।ବାଇକରେ ଇଞ୍ଜିନ ବିଷୟରେ କହିଲେ, ଏଥିରେ ୧୦୯.୭ ସିସି ଏୟାର- କୁଲ୍ଡ, ସିଙ୍ଗିଲ-ସିଲିଣ୍ଡର ଇଞ୍ଜିନ ରହିଛି। ଯାହା ୭୩୫୦rpmରେ ୮.୦୮bhp ପାଓ୍ବାର ଏବଂ ୪୫୦୦rpmରେ ୮.୭Nmର ଟର୍କ ଉତ୍ପନ୍ନ କରିଥାଏ। ବାଇକ୍ରେ ୪ ସ୍ପିଡ ଗିୟରବକ୍ସ ରହିଛି। ବାଇକର ଫୁଏଲ ଟ୍ୟାଙ୍କର କ୍ଷମତା ୧୦ ଲିଟର ରହିଛି।
ନୂଆଦିଲ୍ଲୀ: ରେଡିୟନର ନୂଆ ବେସ୍ ଭାରିଆଣ୍ଟ ଲଞ୍ଚ କରିଛି ଟିଭିଏସ ମୋଟର । ଏହାଦ୍ବାରା ବାଇକ୍ର ଦାମ୍ ଆହୁରି କମ୍ ହୋଇଛି । ଦିଲ୍ଲୀରେ ବାଇକ୍ର ଏକ୍ସ ଶୋ ରୁମ୍ ମୂଲ୍ୟ ୫୮, ୮୮୦ ଟଙ୍କା ଥିବାବେଳେ, ଏହି ବେସ୍ ଭାରିଆଣ୍ଟ ଏବେ ୧୭, ୫୧୪ ଟଙ୍କା ଶସ୍ତା ହୋଇଛି ।
ନୂଆ ଭାରିଆଣ୍ଟ ଆସିବା ପରେ ରେଡିୟନ ଏବେ ତିନି ଭାରିଆଣ୍ଟ, ବେସ୍, ଡିଜି ଡ୍ରମ ଏବଂ ଡିଜି ଡିସ୍କରେ ଉପଲବ୍ଧ। ଏହି ବାଇକ୍ ୧ ଲିଟରରେ ୬୩ କିମି ମାଇଲେଜ ଦେବାରେ ସକ୍ଷମ। ଟିଭିଏସ ରେଡିୟନ ଏବେ ଅଲ-ବ୍ଲାକ୍ କଲର ଅପ୍ସନରେ ଉପଲବ୍ଧ।
ଟିଭିଏସ ରେଡିୟନ ବେସ୍ ଭାରିଆଣ୍ଟ
ନୂଆ ଟିଭିଏସ ରେଡିୟନ ବେସ ଭାରିଆଣ୍ଟରେ ଅଲ୍-ବ୍ଲାକ୍ ପେଣ୍ଟ୍ ସ୍କିମ୍ ରହିଛି, ଯାହା ବ୍ରୋଞ୍ଜ୍ ଇଞ୍ଜିନ କଭର ସହ ବାଇକକୁ ଏକ କଣ୍ଟ୍ରାଷ୍ଟ ଫିନିସ ଦେବ। ଫୁଏଲ ଟ୍ୟାଙ୍କ୍ ଏବଂ ସାଇଡ ପ୍ୟାନେଲରେ ଟିଭିଏସ ଏବଂ ରେଡିୟନ ବ୍ୟାଜିଂ ରହିଛି। ବାଇକ୍ ଏବେ ସମୁଦାୟ ୭ କଲର ଅପ୍ସନରେ ଉପଲବ୍ଧ, ଯେଉଁଥିରେ ଅଲ ବ୍ଲାକ୍ ଶେଡ ମଧ୍ୟ ରହିଛି।
ବାଇକରେ ଇଞ୍ଜିନ ବିଷୟରେ କହିଲେ, ଏଥିରେ ୧୦୯.୭ ସିସି ଏୟାର- କୁଲ୍ଡ, ସିଙ୍ଗିଲ-ସିଲିଣ୍ଡର ଇଞ୍ଜିନ ରହିଛି। ଯାହା ୭୩୫୦rpmରେ ୮.୦୮bhp ପାଓ୍ବାର ଏବଂ ୪୫୦୦rpmରେ ୮.୭Nmର ଟର୍କ ଉତ୍ପନ୍ନ କରିଥାଏ। ବାଇକ୍ରେ ୪ ସ୍ପିଡ ଗିୟରବକ୍ସ ରହିଛି। ବାଇକର ଫୁଏଲ ଟ୍ୟାଙ୍କର କ୍ଷମତା ୧୦ ଲିଟର ରହିଛି।