ଆମେରିକାର କରୋଲିନାରେ ଗୁଳିକାଣ୍ଡ; ଆତତାୟୀ ଗୁଳିରେ ୩ ପୋଲିସ ସହିଦ୍
ନୂଆଦିଲ୍ଲୀ: ଆମେରିକାର ଉତ୍ତର କରୋଲିନାରେ ଗୁଳିବିନିୟମ । ଅଜଣା ଆତତାୟୀଙ୍କ ଗୁଳିମାଡ଼ରେ ୩ ପୋଲିସ ଅଧିକାରୀଙ୍କ ମୃତ୍ୟୁ ହୋଇଛି । ସେହିପରି ଏହି ଘଟଣା ଅନ୍ୟ ୫ଜଣ ଆହତ ହୋଇଛନ୍ତି । ବିଶେଷ ସୂତ୍ରରୁ ସ୍ପଷ୍ଟ ହୋଇଛି ଯେ ୩ଜଣ ପୋଲିସ ଅଧିକାରୀ ସହିଦ ହୋଇଛନ୍ତି । ମାତ୍ର ପୋଲିସ ପ୍ରଶାସନ ପକ୍ଷରୁ ଏହାକୁ ସରକାରୀ ଭାବେ ଘୋଷଣା କରାଯାଇନାହିଁ । ଏହି ଘଟଣା ଗାଲଓ୍ବେ ଡ୍ରାଉଭ୍ ସ୍ଥିତ ଏକ ଘରେ ଘଟିଛି । ଅଧିକାରୀ ସୂଚନା ମୁତାବକ, ଉତ୍ତର କରୋଲିନାର ଚାର୍ଲୌଟରେ ସୋମବାର ଦ୍ବିପ୍ରହରରେ (ଆମେରିକା ସମୟ ଅନୁସାରେ) ଘଟଣା ଘଟିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଉଛି । ମାତ୍ର ଚାଲୌଟ-ମକଲେନବର୍ଗ ପୋଲିସ ଲୋକଙ୍କ ଆଶ୍ବସନା ଦେଇ କହିଛି, ସେହି ସ୍ଥାନ ଏବେ ସୁରକ୍ଷିତ ରହିଛି । ଲୋକଙ୍କୁ ଭୟଭୀତ ହେବାର ଆବଶ୍ୟକତା ନାହିଁ ବୋଲି ପୋଲିସ୍ କହିଛି । ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି ପୋଲିସ୍ କହିଛି, ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କ ମୃତଦେହ ମିଳିଛି । ଏକ ଘରୁ ଅନ୍ୟ ୨ଜଣଙ୍କୁ ମଧ୍ୟ ପୋଲିସ ହେପାଜତକୁ ନେଇଛି । ଦୁଇ ଅଧିକାରୀ ୟୁଏସ୍ ମାର୍ଶଲ୍ସ ଫ୍ୟୁଜିଟିବି୍ ଟାକ୍ସ ଫୋର୍ସର ସଦସ୍ୟ କହିଛନ୍ତି, ଏହି ଘଟଣାରେ ସମ୍ପୃକ୍ତି ଥିବା ଜଣେ ଏଜେଣ୍ଟଙ୍କର ମଧ୍ୟ ମୃତ୍ୟୁ ହୋଇଛି । ଏଥିରେ ଅନେକ ଏଜେଣ୍ଟ ସାମିଲ୍ ରହିଛି । ତେବେ କେଉଁ କାରଣ ଏଭଳି ଘଟଣା ଘଟିଲା ତା’ର ତଦନ୍ତ କରୁଛି ପୋଲିସ । ଏହି ଘଟଣା ଘଟିବା ପରେ
ନୂଆଦିଲ୍ଲୀ: ଆମେରିକାର ଉତ୍ତର କରୋଲିନାରେ ଗୁଳିବିନିୟମ । ଅଜଣା ଆତତାୟୀଙ୍କ ଗୁଳିମାଡ଼ରେ ୩ ପୋଲିସ ଅଧିକାରୀଙ୍କ ମୃତ୍ୟୁ ହୋଇଛି । ସେହିପରି ଏହି ଘଟଣା ଅନ୍ୟ ୫ଜଣ ଆହତ ହୋଇଛନ୍ତି । ବିଶେଷ ସୂତ୍ରରୁ ସ୍ପଷ୍ଟ ହୋଇଛି ଯେ ୩ଜଣ ପୋଲିସ ଅଧିକାରୀ ସହିଦ ହୋଇଛନ୍ତି । ମାତ୍ର ପୋଲିସ ପ୍ରଶାସନ ପକ୍ଷରୁ ଏହାକୁ ସରକାରୀ ଭାବେ ଘୋଷଣା କରାଯାଇନାହିଁ । ଏହି ଘଟଣା ଗାଲଓ୍ବେ ଡ୍ରାଉଭ୍ ସ୍ଥିତ ଏକ ଘରେ ଘଟିଛି । ଅଧିକାରୀ ସୂଚନା ମୁତାବକ, ଉତ୍ତର କରୋଲିନାର ଚାର୍ଲୌଟରେ ସୋମବାର ଦ୍ବିପ୍ରହରରେ (ଆମେରିକା ସମୟ ଅନୁସାରେ) ଘଟଣା ଘଟିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଉଛି । ମାତ୍ର ଚାଲୌଟ-ମକଲେନବର୍ଗ ପୋଲିସ ଲୋକଙ୍କ ଆଶ୍ବସନା ଦେଇ କହିଛି, ସେହି ସ୍ଥାନ ଏବେ ସୁରକ୍ଷିତ ରହିଛି । ଲୋକଙ୍କୁ ଭୟଭୀତ ହେବାର ଆବଶ୍ୟକତା ନାହିଁ ବୋଲି ପୋଲିସ୍ କହିଛି ।
ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି ପୋଲିସ୍ କହିଛି, ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କ ମୃତଦେହ ମିଳିଛି । ଏକ ଘରୁ ଅନ୍ୟ ୨ଜଣଙ୍କୁ ମଧ୍ୟ ପୋଲିସ ହେପାଜତକୁ ନେଇଛି । ଦୁଇ ଅଧିକାରୀ ୟୁଏସ୍ ମାର୍ଶଲ୍ସ ଫ୍ୟୁଜିଟିବି୍ ଟାକ୍ସ ଫୋର୍ସର ସଦସ୍ୟ କହିଛନ୍ତି, ଏହି ଘଟଣାରେ ସମ୍ପୃକ୍ତି ଥିବା ଜଣେ ଏଜେଣ୍ଟଙ୍କର ମଧ୍ୟ ମୃତ୍ୟୁ ହୋଇଛି । ଏଥିରେ ଅନେକ ଏଜେଣ୍ଟ ସାମିଲ୍ ରହିଛି । ତେବେ କେଉଁ କାରଣ ଏଭଳି ଘଟଣା ଘଟିଲା ତା’ର ତଦନ୍ତ କରୁଛି ପୋଲିସ ।
ଏହି ଘଟଣା ଘଟିବା ପରେ ତୁରନ୍ତ ପୋଲିସ ବୟାନ ଜାରି କହିଛି, କିଛି ପୋଲିସ ଅଧିକାରୀ ଗୁଳିମାଡ଼ରେ ଗୁରୁତର ଭାବେ ଆହତ ହୋଇଛନ୍ତି । ସେମାନଙ୍କୁ ତରୁନ୍ତ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଚାର୍ଲୌଟ ମେୟର ଭି ଲାୟଲ୍ସ ଏହି ଘଟଣାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ସହିଦଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ।