ଟ୍ରମ୍ପଙ୍କ ଇଫତାର ପାର୍ଟିକୁ ନେଇ ବିବାଦ, ଅତିଥି ତାଲିକା ଦେଖି ଭଡକିଲେ ଆମେରିକୀୟ ମୁସଲମାନ

ନୂଆଦିଲ୍ଲୀ ୨୮/୦୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଇଫତାର୍ ପାର୍ଟିକୁ ନେଇ ବିବାଦ । ଆଉ ପାର୍ଟି ପରେ ଟ୍ରମ୍ପଙ୍କ ଉପରେ ଭଡକିଛନ୍ତି ଆମେରିକାନ୍ ମୁସଲିମ୍ । ଆମେରିକାର ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ ହ୍ୱାଇଟ୍ ହାଉସରେ ଇଫତାର୍ ପାର୍ଟି ଆୟୋଜନ କରିଥିଲେ । କିନ୍ତୁ ଟ୍ରମ୍ପଙ୍କ ଏହି ଇଫତାର୍ ପାର୍ଟିକୁ ନେଇ ବିବାଦ ସୃଷ୍ଟି ହୋଇଛି ।ହ୍ୱାଇଟ୍ ହାଉସରେ ଇଫତାର୍ ରାତ୍ରିଭୋଜନର ଆୟୋଜନ କରିବା ସମୟରେ, ରାଷ୍ଟ୍ରପତି ଟ୍ରମ୍ପ କହିଥିଲେ, ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ହ୍ୱାଇଟ୍ ହାଉସରେ ଇଫତାର୍ ରାତ୍ରିଭୋଜନକୁ ସ୍ୱାଗତ କରୁଛି । ଆମେ ଇସଲାମର ପବିତ୍ର ମାସ, ରମଜାନ୍ ପାଳନ କରୁଛୁ । ଏହା ଏକ ବହୁତ ସୁନ୍ଦର ମାସ । ସାରା ବିଶ୍ୱର ମୁସଲମାନମାନଙ୍କୁ ରମଜାନର ଶୁଭେଚ୍ଛା । ଆମେ ବିଶ୍ୱର ସବୁଠାରୁ ମହାନ ଧର୍ମ ମଧ୍ୟରୁ ଗୋଟିଏକୁ ସମ୍ମାନ କରୁ । ଏହାସହ ଟ୍ରମ୍ଫ ୨୦୨୪ ନିର୍ବାଚନରେ ବିଜୟ ପାଇଁ ଆମେରିକୀୟ ମୁସଲିମ୍ ସମ୍ପ୍ରଦାୟକୁ ମଧ୍ୟ ଧନ୍ୟବାଦ ଜଣାଇଥିଲେ। କହିବାକୁ ଗଲେ,  ହ୍ୱାଇଟ୍ ହାଉସରେ ଇଫତାର୍ ପାର୍ଟି ଆୟୋଜନ କରିବାର ପରମ୍ପରା ଦୁଇ ଦଶନ୍ଧି ପୁରୁଣା । କିନ୍ତୁ ଅଭିଯୋଗ ଅଛି ଯେ, ଏଥର ଆମେରିକୀୟ ମୁସଲିମ ସାଂସଦ ଏବଂ ଏହି ସମ୍ପ୍ରଦାୟର ନେତାମାନଙ୍କୁ ଏଥିରେ ଅଂଶଗ୍ରହଣ କରିବାକୁ ନିମନ୍ତ୍ରଣ କରାଯାଇନଥିଲା। ବରଂ, ମୁସଲିମ ଦେଶଗୁଡ଼ିକର ବିଦେଶୀ ରାଷ୍ଟ୍ରଦୂତମାନଙ୍କୁ ଇଫତାର୍ ରାତ୍ରିଭୋଜନରେ ଯୋଗଦେବାକୁ ନିମନ୍ତ୍ର

ଟ୍ରମ୍ପଙ୍କ ଇଫତାର ପାର୍ଟିକୁ ନେଇ ବିବାଦ, ଅତିଥି ତାଲିକା ଦେଖି ଭଡକିଲେ ଆମେରିକୀୟ ମୁସଲମାନ

ନୂଆଦିଲ୍ଲୀ ୨୮/୦୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଇଫତାର୍ ପାର୍ଟିକୁ ନେଇ ବିବାଦ । ଆଉ ପାର୍ଟି ପରେ ଟ୍ରମ୍ପଙ୍କ ଉପରେ ଭଡକିଛନ୍ତି ଆମେରିକାନ୍ ମୁସଲିମ୍ । ଆମେରିକାର ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ ହ୍ୱାଇଟ୍ ହାଉସରେ ଇଫତାର୍ ପାର୍ଟି ଆୟୋଜନ କରିଥିଲେ । କିନ୍ତୁ ଟ୍ରମ୍ପଙ୍କ ଏହି ଇଫତାର୍ ପାର୍ଟିକୁ ନେଇ ବିବାଦ ସୃଷ୍ଟି ହୋଇଛି ।

ହ୍ୱାଇଟ୍ ହାଉସରେ ଇଫତାର୍ ରାତ୍ରିଭୋଜନର ଆୟୋଜନ କରିବା ସମୟରେ, ରାଷ୍ଟ୍ରପତି ଟ୍ରମ୍ପ କହିଥିଲେ, ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ହ୍ୱାଇଟ୍ ହାଉସରେ ଇଫତାର୍ ରାତ୍ରିଭୋଜନକୁ ସ୍ୱାଗତ କରୁଛି । ଆମେ ଇସଲାମର ପବିତ୍ର ମାସ, ରମଜାନ୍ ପାଳନ କରୁଛୁ । ଏହା ଏକ ବହୁତ ସୁନ୍ଦର ମାସ । ସାରା ବିଶ୍ୱର ମୁସଲମାନମାନଙ୍କୁ ରମଜାନର ଶୁଭେଚ୍ଛା । ଆମେ ବିଶ୍ୱର ସବୁଠାରୁ ମହାନ ଧର୍ମ ମଧ୍ୟରୁ ଗୋଟିଏକୁ ସମ୍ମାନ କରୁ । ଏହାସହ ଟ୍ରମ୍ଫ ୨୦୨୪ ନିର୍ବାଚନରେ ବିଜୟ ପାଇଁ ଆମେରିକୀୟ ମୁସଲିମ୍ ସମ୍ପ୍ରଦାୟକୁ ମଧ୍ୟ ଧନ୍ୟବାଦ ଜଣାଇଥିଲେ। 

କହିବାକୁ ଗଲେ,  ହ୍ୱାଇଟ୍ ହାଉସରେ ଇଫତାର୍ ପାର୍ଟି ଆୟୋଜନ କରିବାର ପରମ୍ପରା ଦୁଇ ଦଶନ୍ଧି ପୁରୁଣା । କିନ୍ତୁ ଅଭିଯୋଗ ଅଛି ଯେ, ଏଥର ଆମେରିକୀୟ ମୁସଲିମ ସାଂସଦ ଏବଂ ଏହି ସମ୍ପ୍ରଦାୟର ନେତାମାନଙ୍କୁ ଏଥିରେ ଅଂଶଗ୍ରହଣ କରିବାକୁ ନିମନ୍ତ୍ରଣ କରାଯାଇନଥିଲା। ବରଂ, ମୁସଲିମ ଦେଶଗୁଡ଼ିକର ବିଦେଶୀ ରାଷ୍ଟ୍ରଦୂତମାନଙ୍କୁ ଇଫତାର୍ ରାତ୍ରିଭୋଜନରେ ଯୋଗଦେବାକୁ ନିମନ୍ତ୍ରଣ କରାଯାଇଥିଲା। 


ଅନେକ ସଂଗଠନ ହ୍ୱାଇଟ୍ ହାଉସ୍ ବାହାରେ, ଏନେଇ ପ୍ରତିବାଦ କରିଥିଲେ । ଏହି ସମୟରେ ଜଣେ ପ୍ରଦର୍ଶନକାରୀ କହିଥିଲେ ଯେ, ଏହା ଡୋନାଲ୍ଡ ଟ୍ରମ୍ପଙ୍କର ଏକ ପ୍ରକାର ପାଖଣ୍ଡି । ଗୋଟିଏ ପଟେ ସେ ଦେଶରେ ମୁସଲମାନମାନଙ୍କ ପ୍ରବେଶକୁ ନିଷେଧ କରନ୍ତି ଏବଂ ଅନ୍ୟପଟେ ସେ ଇଫତାର୍ ପାର୍ଟିର ଆୟୋଜନ କରନ୍ତି।