କେନ୍ଦ୍ରୀୟ ଡେପୁଟେସନରେ ଯିବେ ଭିନୀଲ କ୍ରିଷ୍ଣା, ଭାରତ ସରକାରଙ୍କ କ୍ରୀଡା ବିଭାଗରେ ହେବେ ଯୁଗ୍ମ ସଚିବ
ଭୁବନେଶ୍ୱର: ଚର୍ଚ୍ଚିତ ଆଇଏଏସ୍ ଅଫିସର ଭିନୀଲ କ୍ରିଷ୍ଣା କେନ୍ଦ୍ରୀୟ ଡେପୁଟେସନରେ ଯିବେ । ତାଙ୍କୁ ଭାରତ ସରକାରଙ୍କ କ୍ରୀଡା ବିଭାଗରେ ୫ ବର୍ଷ ପାଇଁ ଯୁଗ୍ମ ସଚିବ ନିଯୁକ୍ତ କରାଯାଇଛି । ଓଡିଶାକୁ ଏକ ପ୍ରମୁଖ କ୍ରୀଡ଼ା ହବ୍ ଭାବରେ ସ୍ଥାନିତ କରିବାରେ ଆର.ଭିନୀଲ କ୍ରିଷ୍ଣାଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଥିଲା ।ଓଡିଶା ସରକାରଙ୍କ କ୍ରୀଡା ବିଭାଗରେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ, ରାଜ୍ୟ FIH ପୁରୁଷ ହକି ବିଶ୍ୱକପ୍ (୨୦୧୮ ଏବଂ ୨୦୨୩) ଆୟୋଜନ କରିଥିଲା । ଓଡ଼ିଶା ଲଗାତାର ହକି ବିଶ୍ୱକପ୍ ଆୟୋଜନ କରିବାରେ ଦୁନିଆର ପ୍ରଥମ ହୋଇଥିଲା ।କ୍ରୀଡା ସଚିବ ଭାବରେ ତାଙ୍କ କାର୍ଯ୍ୟକାଳରେ ଓଡ଼ିଶା ୧୭ ବର୍ଷରୁ କମ୍ ମହିଳା ବିଶ୍ୱକପ୍ ୨୦୨୨ ଟୁର୍ଣ୍ଣାମେଣ୍ଟର ଭୁବନେଶ୍ୱରରେ ଆୟୋଜନ କରିଥିଲା । ତାଙ୍କ କାର୍ଯ୍ୟକାଳରେ ହକି, ଫୁଟବଲ୍, ଭାରୋତ୍ତୋଳନ, ସନ୍ତରଣ, ସୁଟିଂ, ବ୍ୟାଡମିଣ୍ଟନ, ଆଥଲେଟିକ୍ସ ଏବଂ କ୍ରୀଡା ବିଜ୍ଞାନ ଭଳି ବିଭିନ୍ନ ବିଭାଗରେ ହାଇ ପରଫରମାନ୍ସ ସେଣ୍ଟର ସ୍ଥାପନ ହୋଇଥିଲା ।
ଭୁବନେଶ୍ୱର: ଚର୍ଚ୍ଚିତ ଆଇଏଏସ୍ ଅଫିସର ଭିନୀଲ କ୍ରିଷ୍ଣା କେନ୍ଦ୍ରୀୟ ଡେପୁଟେସନରେ ଯିବେ । ତାଙ୍କୁ ଭାରତ ସରକାରଙ୍କ କ୍ରୀଡା ବିଭାଗରେ ୫ ବର୍ଷ ପାଇଁ ଯୁଗ୍ମ ସଚିବ ନିଯୁକ୍ତ କରାଯାଇଛି । ଓଡିଶାକୁ ଏକ ପ୍ରମୁଖ କ୍ରୀଡ଼ା ହବ୍ ଭାବରେ ସ୍ଥାନିତ କରିବାରେ ଆର.ଭିନୀଲ କ୍ରିଷ୍ଣାଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଥିଲା ।
ଓଡିଶା ସରକାରଙ୍କ କ୍ରୀଡା ବିଭାଗରେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ, ରାଜ୍ୟ FIH ପୁରୁଷ ହକି ବିଶ୍ୱକପ୍ (୨୦୧୮ ଏବଂ ୨୦୨୩) ଆୟୋଜନ କରିଥିଲା । ଓଡ଼ିଶା ଲଗାତାର ହକି ବିଶ୍ୱକପ୍ ଆୟୋଜନ କରିବାରେ ଦୁନିଆର ପ୍ରଥମ ହୋଇଥିଲା ।

କ୍ରୀଡା ସଚିବ ଭାବରେ ତାଙ୍କ କାର୍ଯ୍ୟକାଳରେ ଓଡ଼ିଶା ୧୭ ବର୍ଷରୁ କମ୍ ମହିଳା ବିଶ୍ୱକପ୍ ୨୦୨୨ ଟୁର୍ଣ୍ଣାମେଣ୍ଟର ଭୁବନେଶ୍ୱରରେ ଆୟୋଜନ କରିଥିଲା । ତାଙ୍କ କାର୍ଯ୍ୟକାଳରେ ହକି, ଫୁଟବଲ୍, ଭାରୋତ୍ତୋଳନ, ସନ୍ତରଣ, ସୁଟିଂ, ବ୍ୟାଡମିଣ୍ଟନ, ଆଥଲେଟିକ୍ସ ଏବଂ କ୍ରୀଡା ବିଜ୍ଞାନ ଭଳି ବିଭିନ୍ନ ବିଭାଗରେ ହାଇ ପରଫରମାନ୍ସ ସେଣ୍ଟର ସ୍ଥାପନ ହୋଇଥିଲା ।