ନଭେମ୍ୱରରେ ସେୟାର ବଜାର ସହ ଯୋଡ଼ି ହୋଇଛନ୍ତି ୩୫ ଲକ୍ଷ ନୂଆ ନିବେଶକ: ରିପୋର୍ଟ
ନୂଆଦିଲ୍ଲୀ: ପୁଞ୍ଜି ବଜାରରେ ଜାରି ଅସ୍ଥିରତା ଭିତରେ ନଭେମ୍ୱରରେ ୩୫ ଲକ୍ଷରୁ ଅଧିକ ନିବେଶକ ସେୟାର ବଜାରର ସହ ଯୋଡ଼ି ହୋଇଛନ୍ତି । ଏହି ବୃଦ୍ଧି ସହ ନିବେଶକଙ୍କ ମୋଟ ସଂଖ୍ୟା ନଭେମ୍ୱର ଶେଷରେ ୧୦.୮୫ କୋଟି ହୋଇଛି । ଅକ୍ଟୋବରରେ ଏହି ସଂଖ୍ୟା ୧୦.୫ କୋଟି ଥିଲା । ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜର ଏକ ରିପୋର୍ଟରେ ଏହା ସାମନାକୁ ଆସିଛି ।ରିପୋର୍ଟରେ କୁହାଯାଇଛି, ବଜାରରେ ଲୋକଙ୍କ ରୁଚି ବଢାବା ଏହି ବୃଦ୍ଧି ପଛର ଏକ ପ୍ରମୁଖ କାରଣ । ଫେବ୍ରୁଆରୀରେ ୟୁନିକ୍ ନଭେଷ୍ଟର୍ସଙ୍କ ସଂଖ୍ୟ ୯ କୋଟି, ଅଗଷ୍ଟରେ ୧୦ କୋଟି ଏବଂ ବର୍ତ୍ତମାନ ଏହା ୧୦.୮୫ କୋଟି ହୋଇଛି । ମହାରାଷ୍ଟ୍ର ସବୁଠୁ ଅଧିକ ପଞ୍ଜିକୃତ ନିବେଶକଙ୍କ ସହ ସେୟାର ବଜାର ନିବେଶକ ମାମଲାରେ ଦେଶରେ ସବୁଠୁ ଉପରେ ରହିଛି । ରାଜ୍ୟରେ ପ୍ରାୟ ୧.୮ କୋଟି ନିବେଶକ ଅଛନ୍ତି । ତେବେ ମୋଟ ନିବେଶକ ଆଧାରରେ ମହାରାଷ୍ଟ୍ରର ଭାଗିଦାରୀ ଆର୍ଥିକ ବର୍ଷ ୨୦୧୫ ତୁଳନାରେ ପ୍ରାୟ ୨୦ ପ୍ରତିଶତରୁ ହ୍ରାସ ପାଇ ୨୦୨୪ ନଭେମ୍ୱରରେ ୧୬.୫ ପ୍ରତିଶତ ହୋଇଛି ।ଉତ୍ତର ପ୍ରଦେଶରେ ନିବେଶକଙ୍କ ସଂଖ୍ୟାରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି । ଏହି ମାମଲାରେ ରାଜ୍ୟ ଦ୍ୱିତୀୟ ସ୍ଥାନରେ ରହିଛି । ଉତ୍ତର ପ୍ରଦେଶ ଏପ୍ରିଲରେ ଏକ କୋଟି ନିବେଶକଙ୍କ ସଂଖ୍ୟା ଟପିଥିଲା, ନଭେମ୍ୱର ଶେଷରେ ଏହି ସଂଖ୍ୟା ୧.୨ କୋଟିରେ ପହଞ୍ଚିଛି । ଦେଶରେ ମୋଟ ନିବେଶକଙ୍କ ଏହା ୧୧.୩ ପ୍ରତିଶତ ଅଟେ । ଗୁଜରାଟ ୯୪.୯ ଲକ୍ଷ ନିବେଶକଙ୍କ ସଂଖ୍ୟା ତ
ନୂଆଦିଲ୍ଲୀ: ପୁଞ୍ଜି ବଜାରରେ ଜାରି ଅସ୍ଥିରତା ଭିତରେ ନଭେମ୍ୱରରେ ୩୫ ଲକ୍ଷରୁ ଅଧିକ ନିବେଶକ ସେୟାର ବଜାରର ସହ ଯୋଡ଼ି ହୋଇଛନ୍ତି । ଏହି ବୃଦ୍ଧି ସହ ନିବେଶକଙ୍କ ମୋଟ ସଂଖ୍ୟା ନଭେମ୍ୱର ଶେଷରେ ୧୦.୮୫ କୋଟି ହୋଇଛି । ଅକ୍ଟୋବରରେ ଏହି ସଂଖ୍ୟା ୧୦.୫ କୋଟି ଥିଲା । ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜର ଏକ ରିପୋର୍ଟରେ ଏହା ସାମନାକୁ ଆସିଛି ।
ରିପୋର୍ଟରେ କୁହାଯାଇଛି, ବଜାରରେ ଲୋକଙ୍କ ରୁଚି ବଢାବା ଏହି ବୃଦ୍ଧି ପଛର ଏକ ପ୍ରମୁଖ କାରଣ । ଫେବ୍ରୁଆରୀରେ ୟୁନିକ୍ ନଭେଷ୍ଟର୍ସଙ୍କ ସଂଖ୍ୟ ୯ କୋଟି, ଅଗଷ୍ଟରେ ୧୦ କୋଟି ଏବଂ ବର୍ତ୍ତମାନ ଏହା ୧୦.୮୫ କୋଟି ହୋଇଛି । ମହାରାଷ୍ଟ୍ର ସବୁଠୁ ଅଧିକ ପଞ୍ଜିକୃତ ନିବେଶକଙ୍କ ସହ ସେୟାର ବଜାର ନିବେଶକ ମାମଲାରେ ଦେଶରେ ସବୁଠୁ ଉପରେ ରହିଛି । ରାଜ୍ୟରେ ପ୍ରାୟ ୧.୮ କୋଟି ନିବେଶକ ଅଛନ୍ତି । ତେବେ ମୋଟ ନିବେଶକ ଆଧାରରେ ମହାରାଷ୍ଟ୍ରର ଭାଗିଦାରୀ ଆର୍ଥିକ ବର୍ଷ ୨୦୧୫ ତୁଳନାରେ ପ୍ରାୟ ୨୦ ପ୍ରତିଶତରୁ ହ୍ରାସ ପାଇ ୨୦୨୪ ନଭେମ୍ୱରରେ ୧୬.୫ ପ୍ରତିଶତ ହୋଇଛି ।
ଉତ୍ତର ପ୍ରଦେଶରେ ନିବେଶକଙ୍କ ସଂଖ୍ୟାରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି । ଏହି ମାମଲାରେ ରାଜ୍ୟ ଦ୍ୱିତୀୟ ସ୍ଥାନରେ ରହିଛି । ଉତ୍ତର ପ୍ରଦେଶ ଏପ୍ରିଲରେ ଏକ କୋଟି ନିବେଶକଙ୍କ ସଂଖ୍ୟା ଟପିଥିଲା, ନଭେମ୍ୱର ଶେଷରେ ଏହି ସଂଖ୍ୟା ୧.୨ କୋଟିରେ ପହଞ୍ଚିଛି । ଦେଶରେ ମୋଟ ନିବେଶକଙ୍କ ଏହା ୧୧.୩ ପ୍ରତିଶତ ଅଟେ ।
ଗୁଜରାଟ ୯୪.୯ ଲକ୍ଷ ନିବେଶକଙ୍କ ସଂଖ୍ୟା ତୃତୀୟ ସ୍ଥାନରେ ରହିଛି । ପଶ୍ଚିମବଙ୍ଗ ଏବଂ ରାଜସ୍ଥାନରେ ଯଥାକ୍ରମେ ୬୨.୫ ଲକ୍ଷ ଏବଂ ୬୧.୪ ଲକ୍ଷ ନିବେଶକ ଅଛନ୍ତି । ଏହି ପାଞ୍ଚ ରାଜ୍ୟରେ ମୋଟ ପଞ୍ଜିକୃତ ନିବେଶକଙ୍କ ୪୮.୩ ପ୍ରତିଶତ ନିବେଶକ ଅଛନ୍ତି ।