ଚିତ୍ରକୋଣ୍ଡା ଜଳଭଣ୍ଡାରରୁ ୬୫୫ ପକ୍ଷୀ ଚିହ୍ନଟ

ଚିତ୍ରକୋଣ୍ଡା,୧୦ା୧(କ୍ଷୀରୋଦ ବେହେରା): ପ୍ରତିବର୍ଷ ଭଳି ଚଳିତବର୍ଷ ମାଲକାନଗିରି ଜିଲା ବନଖଣ୍ଡ ଅଧୀନ ଚିତ୍ରକୋଣ୍ଡା ବନାଞ୍ଚଳ ଆନୁକୂଲ୍ୟରେ ଚିତ୍ରକୋଣ୍ଡା ବନାଞ୍ଚଳ ଅଧିକାରୀ ବଳରାମ ନାୟକଙ୍କ ନିର୍ଦ୍ଦେଶ କ୍ରମେ ପକ୍ଷୀଗଣନା ହୋଇଛି। ଏହି ପକ୍ଷୀଗଣନା କାର୍ଯ୍ୟକ୍ରମ ଚିତ୍ରକୋଣ୍ଡା ଜଳଭଣ୍ଡାର ଭିତରେ କରାଯାଇଥିଲା। ବନ ବିଭାଗ ନିଜସ୍ବ ବୋଟ୍‌ରେ ଚିତ୍ରକୋଣ୍ଡା ସ୍ପିଲବାଇ ଲଞ୍ଚ ଘାଟଠାରୁ ଆଲାମପକା ଏବଂ ଆଲାମପକାରୁ ଜାନବାଇ ଧନୁର୍ଜୟଗୁଡ଼ା ଏବଂ ସେହିଠାରୁ ପଲଙ୍କରାଇ ପର୍ଯ୍ୟନ୍ତ ଜଳଭଣ୍ଡାର ଭିତରେ ସକାଳେ ପକ୍ଷୀ ଗଣନା କରିଥିଲା। ଏହି ପକ୍ଷୀଗଣନା କାର୍ଯ୍ୟକ୍ରମରେ ୧୨ […] The post ଚିତ୍ରକୋଣ୍ଡା ଜଳଭଣ୍ଡାରରୁ ୬୫୫ ପକ୍ଷୀ ଚିହ୍ନଟ appeared first on Dharitri Odia News.

ଚିତ୍ରକୋଣ୍ଡା ଜଳଭଣ୍ଡାରରୁ ୬୫୫ ପକ୍ଷୀ ଚିହ୍ନଟ

ଚିତ୍ରକୋଣ୍ଡା,୧୦ା୧(କ୍ଷୀରୋଦ ବେହେରା): ପ୍ରତିବର୍ଷ ଭଳି ଚଳିତବର୍ଷ ମାଲକାନଗିରି ଜିଲା ବନଖଣ୍ଡ ଅଧୀନ ଚିତ୍ରକୋଣ୍ଡା ବନାଞ୍ଚଳ ଆନୁକୂଲ୍ୟରେ ଚିତ୍ରକୋଣ୍ଡା ବନାଞ୍ଚଳ ଅଧିକାରୀ ବଳରାମ ନାୟକଙ୍କ ନିର୍ଦ୍ଦେଶ କ୍ରମେ ପକ୍ଷୀଗଣନା ହୋଇଛି। ଏହି ପକ୍ଷୀଗଣନା କାର୍ଯ୍ୟକ୍ରମ ଚିତ୍ରକୋଣ୍ଡା ଜଳଭଣ୍ଡାର ଭିତରେ କରାଯାଇଥିଲା। ବନ ବିଭାଗ ନିଜସ୍ବ ବୋଟ୍‌ରେ ଚିତ୍ରକୋଣ୍ଡା ସ୍ପିଲବାଇ ଲଞ୍ଚ ଘାଟଠାରୁ ଆଲାମପକା ଏବଂ ଆଲାମପକାରୁ ଜାନବାଇ ଧନୁର୍ଜୟଗୁଡ଼ା ଏବଂ ସେହିଠାରୁ ପଲଙ୍କରାଇ ପର୍ଯ୍ୟନ୍ତ ଜଳଭଣ୍ଡାର ଭିତରେ ସକାଳେ ପକ୍ଷୀ ଗଣନା କରିଥିଲା। ଏହି ପକ୍ଷୀଗଣନା କାର୍ଯ୍ୟକ୍ରମରେ ୧୨ ଜଣ ବନ କର୍ମଚାରୀ ଯଥା ଚିତ୍ରକୋଣ୍ଡା ବନପାଳ ନିରଞ୍ଜନ ସାରକା, ଗାର୍ଡ ସଞ୍ଜୟ କୁମାର ପରିଡ଼ା, ଡିଓ ପ୍ରମୋଦ କୁମାର ବାଜିଙ୍ଗି, ଅନ୍ୟ ବନପାଳ ସରୋଜ ଘଡେଇ, ହରି ହନ୍ତାଳ, ଗାର୍ଡ ରାଜୁ ମାଡ଼କାମି, ସିମନ୍ତ ଗିରି, ଶଶାଙ୍କ ଦାଶ, ସିଦ୍ଧାନ୍ତ ରାଉତ, ବିପ୍ର ମଣ୍ଡଳ, ରାମଚନ୍ଦ୍ର ମାଝି ଓ ଜ୍ୟୋତ୍ସ୍ନାମୟୀ ପଣ୍ଡା, ଜଣେ ଭିଏସ୍‌ଏସ୍‌, ୪ଜଣ ସ୍କାଡ ନିୟୋଜିତ ହୋଇଥିଲେ। ଆଜି ସକାଳୁ ଆରମ୍ଭ କରି ଦୀର୍ଘ ସମୟ ଧରି ଜଳ ଜଳଭଣ୍ଡାର ମଧ୍ୟରେ ପକ୍ଷୀ ଗଣିବା ଭିତରେ ମୋଟ୍‌ ୬୫୫ ପକ୍ଷୀଙ୍କୁ ଚି଼ହ୍ନଟ କରି ଗଣନା କରାଯାଇଥିଲା l । ପକ୍ଷୀମାନଙ୍କ ମଧ୍ୟରେ ଛୋଟ ପାଣି କୁଆ, ଧଳା ବଗ, ବଡ଼ ପାଣି କୁଆ,କିଙ୍ଗ ଫିସର, ରାଣୀ ବଗ,ପାଣି ଡ଼ୁବୁକି, ହାଡ଼ଗିଳା ଓ ହଂସରାଳୀ ଏହିପରି ମୋଟ୍‌ ୬୫୫ ପକ୍ଷୀଙ୍କୁ ଦେଖିବାକୁ ମିଳିଥିଲା। ଉକ୍ତ ପକ୍ଷୀ ଗଣନା କାର୍ଯ୍ୟକ୍ରମକୁ ଚିତ୍ରକୋଣ୍ଡା ବନାଞ୍ଚଳ ସମସ୍ତ ବନପାଳ, ଗାର୍ଡ ପରିଚାଳନା କରିଥିଲେ।

The post ଚିତ୍ରକୋଣ୍ଡା ଜଳଭଣ୍ଡାରରୁ ୬୫୫ ପକ୍ଷୀ ଚିହ୍ନଟ appeared first on Dharitri Odia News.