ଜେଲରୁ ବାହାରିଲେ ଅଲିମ୍ପିକ ପଦକ ବିଜେତା ସୁଶୀଲ ଧନଖର

ନୂଆଦିଲ୍ଲୀ,୬।୩: ଅଲିମ୍ପିକ ପଦକ ବିଜେତା କୁସ୍ତିଯୋଦ୍ଧା ସୁଶୀଲ ଧନଖର ଏବେ ତିହାର ଜେଲରୁ ମୁକ୍ତ ହୋଇଛନ୍ତି। ଜୁନିଅର ରେସଲର ସାଗର ଧନଖର ହତ୍ୟା ମାମଲାରେ ଦିଲ୍ଲୀ ହାଇକୋର୍ଟ ସୁଶୀଲ କୁମାରଙ୍କୁ ନିୟମିତ ଜାମିନ ପ୍ରଦାନ କରିଥିଲେ। ଏହାର ଦୁଇ ଦିନ ପରେ, ସେ ଜେଲରୁ ବାହାରିଛନ୍ତି। ଜଷ୍ଟିସ ସଞ୍ଜୀବ ନରୁଲା କୁସ୍ତିଯୋଦ୍ଧା ସୁଶୀଲ କୁମାରଙ୍କୁ ଆଶ୍ୱସ୍ତି ଦେଇଥିଲେ ଏବଂ ତାଙ୍କୁ ୫୦,୦୦୦ ଟଙ୍କାର ବ୍ୟକ୍ତିଗତ ବଣ୍ଡ ଏବଂ ସମାନ ପରିମାଣର ଦୁଇଟି ଜାମିନଦାର ଦାଖଲ କରିବାକୁ ନିର୍ଦ୍ଦେଶ […] The post ଜେଲରୁ ବାହାରିଲେ ଅଲିମ୍ପିକ ପଦକ ବିଜେତା ସୁଶୀଲ ଧନଖର appeared first on Dharitri Odia News.

ଜେଲରୁ ବାହାରିଲେ ଅଲିମ୍ପିକ ପଦକ ବିଜେତା ସୁଶୀଲ ଧନଖର

ନୂଆଦିଲ୍ଲୀ,୬।୩: ଅଲିମ୍ପିକ ପଦକ ବିଜେତା କୁସ୍ତିଯୋଦ୍ଧା ସୁଶୀଲ ଧନଖର ଏବେ ତିହାର ଜେଲରୁ ମୁକ୍ତ ହୋଇଛନ୍ତି। ଜୁନିଅର ରେସଲର ସାଗର ଧନଖର ହତ୍ୟା ମାମଲାରେ ଦିଲ୍ଲୀ ହାଇକୋର୍ଟ ସୁଶୀଲ କୁମାରଙ୍କୁ ନିୟମିତ ଜାମିନ ପ୍ରଦାନ କରିଥିଲେ। ଏହାର ଦୁଇ ଦିନ ପରେ, ସେ ଜେଲରୁ ବାହାରିଛନ୍ତି।

ଜଷ୍ଟିସ ସଞ୍ଜୀବ ନରୁଲା କୁସ୍ତିଯୋଦ୍ଧା ସୁଶୀଲ କୁମାରଙ୍କୁ ଆଶ୍ୱସ୍ତି ଦେଇଥିଲେ ଏବଂ ତାଙ୍କୁ ୫୦,୦୦୦ ଟଙ୍କାର ବ୍ୟକ୍ତିଗତ ବଣ୍ଡ ଏବଂ ସମାନ ପରିମାଣର ଦୁଇଟି ଜାମିନଦାର ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ମାମଲାଟି ଜାତୀୟ ରାଜଧାନୀର ଛତ୍ରସାଲ ଷ୍ଟାଡିୟମରେ ପୂର୍ବତନ ଜୁନିଅର ଜାତୀୟ କୁସ୍ତି ଚାମ୍ପିଅନ ସାଗର ଧନଖରଙ୍କ ହତ୍ୟା ସହିତ ଜଡିତ।

 

The post ଜେଲରୁ ବାହାରିଲେ ଅଲିମ୍ପିକ ପଦକ ବିଜେତା ସୁଶୀଲ ଧନଖର appeared first on Dharitri Odia News.