ଜୁନିୟର ମହିଳା ହକି ଦଳରେ ଓଡ଼ିଶାର ୪

ନୂଆଦିଲ୍ଲୀ,୭ା୫ (ପି.ଟି.): ମେ ୨୧ରୁ ୨୯ ପର୍ଯ୍ୟନ୍ତ ୟୁରୋପ ଟୁର୍‌ ପାଇଁ ହକି ଇଣ୍ଡିଆ ସୋମବାର ୨୨ଜଣିଆ ଭାରତୀୟ ମହିଳା ଦଳ ଘୋଷଣା କରିଛି। ଏଥିରେ ଓଡ଼ିଶାର ୪ ଜଣ ଖେଳାଳି ଅଞ୍ଜଳୀ ବାରଓ୍ବା, ପୂଜା ସାହୁ, ମମିତା ଓରାମ ଓ ସୁପ୍ରିୟା କୁଜୁର ସ୍ଥାନ ପାଇଛନ୍ତି। ଡିଫେଣ୍ଡର ଜ୍ୟୋତି ସିଂଙ୍କୁ ଅଧିନାୟିକା ଏବଂ ସାକ୍ଷୀ ରାଣାଙ୍କୁ ତାଙ୍କ ଡେପୁଟି ଭାବେ ମନୋନୀତ କରିଛନ୍ତି। ଟୁର୍‌ ସମୟରେ ଭାରତ ତିନୋଟି ଦେଶ ବେଲଜିୟମ, ଜର୍ମାନୀ ଏବଂ ନେଦରଲାଣ୍ଡ୍ସରେ […] The post ଜୁନିୟର ମହିଳା ହକି ଦଳରେ ଓଡ଼ିଶାର ୪ appeared first on Dharitri Odia News.

ଜୁନିୟର ମହିଳା ହକି ଦଳରେ ଓଡ଼ିଶାର ୪

ନୂଆଦିଲ୍ଲୀ,୭ା୫ (ପି.ଟି.): ମେ ୨୧ରୁ ୨୯ ପର୍ଯ୍ୟନ୍ତ ୟୁରୋପ ଟୁର୍‌ ପାଇଁ ହକି ଇଣ୍ଡିଆ ସୋମବାର ୨୨ଜଣିଆ ଭାରତୀୟ ମହିଳା ଦଳ ଘୋଷଣା କରିଛି। ଏଥିରେ ଓଡ଼ିଶାର ୪ ଜଣ ଖେଳାଳି ଅଞ୍ଜଳୀ ବାରଓ୍ବା, ପୂଜା ସାହୁ, ମମିତା ଓରାମ ଓ ସୁପ୍ରିୟା କୁଜୁର ସ୍ଥାନ ପାଇଛନ୍ତି। ଡିଫେଣ୍ଡର ଜ୍ୟୋତି ସିଂଙ୍କୁ ଅଧିନାୟିକା ଏବଂ ସାକ୍ଷୀ ରାଣାଙ୍କୁ ତାଙ୍କ ଡେପୁଟି ଭାବେ ମନୋନୀତ କରିଛନ୍ତି। ଟୁର୍‌ ସମୟରେ ଭାରତ ତିନୋଟି ଦେଶ ବେଲଜିୟମ, ଜର୍ମାନୀ ଏବଂ ନେଦରଲାଣ୍ଡ୍ସରେ ଦୁଇଟି କ୍ଲବ ଟିମ୍‌ ବ୍ରିଡେସ୍‌ ହକି ଭେରେନିଗିଙ୍ଗ ପୁଶ୍‌ ଏବଂ ଅରେଞ୍ଜ ରୁଡ୍‌ଙ୍କ ସହ ସହିତ ୬ଟି ମ୍ୟାଚ ଖେଳିବ।
ଭାରତୀୟ ଜୁନିୟର ମହିଳା ଦଳ: ଗୋଲକିପର: ଅଦିତି ମାହେଶ୍ୱରୀ, ନିଧି। ଡିଫେଣ୍ଡର:ଜ୍ୟୋତି ସିଂ (ଅଧିନାୟକ), ଲାଲଥାଣ୍ଟଲୁଆଙ୍ଗି, ଅଞ୍ଜଳୀ ବରଓ୍ବା, ପୂଜା ସାହୁ, ମମିତା ଓରାମ, ନିରୁ କୁଲୁ। ମିଡ୍‌ଫିଲ୍ଡର: ଖେତ୍ରିମାୟୁମ ସୋନିଆ ଦେବୀ, ରଜନୀ, କେରକେଟା, ପ୍ରିୟଙ୍କା ଯାଦବ ଖେଦେମ ଶିିଲିମା ଚାନୁ, ସାକ୍ଷୀ ରାଣା (ଉପଅଧିନାୟିକା), ଅନିଶା ସାହୁ, ସୁପ୍ରିୟା କୁଜୁର।
ଫରଓ୍ବାର୍ଡ : ବିନିମା ଧନ, ହୀନା ବାନୋ, ଲାଲରିନପୁଇ, ଇଶିକା, ସଞ୍ଜନା ହେରୋ, ସୋନୋମ, କନିକା ସିଓ୍ବାଚ।

The post ଜୁନିୟର ମହିଳା ହକି ଦଳରେ ଓଡ଼ିଶାର ୪ appeared first on Dharitri Odia News.