ଉତ୍କଳ ଦିବସରେ ମନେ ପଡ଼ନ୍ତି ଓଡ଼ିଆ ବରପୁତ୍ର…
ଭୁବନେଶ୍ୱର,୧ା୪: ଆଜି ହେଉଛି ଉତ୍କଳ ଦିବସ। ଏପ୍ରିଲ ୧ ତାରିଖଟି ଓଡ଼ିଶା ଇତିହାସରେ ଏକ ଅବିସ୍ମରଣୀୟ ଦିନ। ପ୍ରତି ଓଡ଼ିଆଙ୍କ ପାଇଁ ଏହା ଏକ ଗୌରବର ଦିନ। ଏହି ଦିନ ଦେଶର ପ୍ରଥମ ଭାଷା ଭିତ୍ତିକ ରାଜ୍ୟ ଓଡ଼ିଶା ସ୍ବତନ୍ତ୍ର ପ୍ରଦେଶ ଭାବେ ଗଠନ ହୋଇଥିଲା। ପ୍ରତିବର୍ଷ ଏପ୍ରିଲ ୧କୁ ଉତ୍କଳ ଦିବସ ଭାବେ ପାଳନ କରାଯାଇଆସୁଛି। ଓଡ଼ିଆ ବୀରମାନଙ୍କ ବହୁ ଦିନ ଦିନର ସଂଗ୍ରାମ, ଉଦ୍ୟମ ଏବଂ ପରିଶ୍ରମ ପରେ ୧୯୩୬ ଆଜିର ଦିନରେ ଓଡ଼ିଶା […] The post ଉତ୍କଳ ଦିବସରେ ମନେ ପଡ଼ନ୍ତି ଓଡ଼ିଆ ବରପୁତ୍ର… appeared first on Dharitri Odia News.
ଭୁବନେଶ୍ୱର,୧ା୪: ଆଜି ହେଉଛି ଉତ୍କଳ ଦିବସ। ଏପ୍ରିଲ ୧ ତାରିଖଟି ଓଡ଼ିଶା ଇତିହାସରେ ଏକ ଅବିସ୍ମରଣୀୟ ଦିନ। ପ୍ରତି ଓଡ଼ିଆଙ୍କ ପାଇଁ ଏହା ଏକ ଗୌରବର ଦିନ। ଏହି ଦିନ ଦେଶର ପ୍ରଥମ ଭାଷା ଭିତ୍ତିକ ରାଜ୍ୟ ଓଡ଼ିଶା ସ୍ବତନ୍ତ୍ର ପ୍ରଦେଶ ଭାବେ ଗଠନ ହୋଇଥିଲା। ପ୍ରତିବର୍ଷ ଏପ୍ରିଲ ୧କୁ ଉତ୍କଳ ଦିବସ ଭାବେ ପାଳନ କରାଯାଇଆସୁଛି। ଓଡ଼ିଆ ବୀରମାନଙ୍କ ବହୁ ଦିନ ଦିନର ସଂଗ୍ରାମ, ଉଦ୍ୟମ ଏବଂ ପରିଶ୍ରମ ପରେ ୧୯୩୬ ଆଜିର ଦିନରେ ଓଡ଼ିଶା ସ୍ବତନ୍ତ୍ର ପ୍ରଦେଶ ଭାବେ ଗଠିତ ହୋଇଥିଲା। ଏହି ଦିନଟି ସମଗ୍ର ଓଡ଼ିଆ ଜାତି ପାଇଁ ଗର୍ବ ଓ ଗୌରବର ଦିନ।
ଓଡ଼ିଶା ଗଠନରେ ଯେଉଁ ଓଡ଼ିଆ ବରପୁତ୍ରମାନଙ୍କ ଅବଦାନ ରହିଥିଲା ସେମାନଙ୍କ ମଧ୍ୟରେ ଉତ୍କଳ ଗୌରବ ମଧୂସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ, ମହାରାଜ କୃଷ୍ଣଚନ୍ଦ୍ର ଗଜପତି, ଫକୀର ମୋହନ ସେନାପତି, ସ୍ବଭାବ କବି ଗଙ୍ଗାଧର ମେହେର ରହିଛନ୍ତି। ଏମାନେ ଓଡ଼ିଶାକୁ ଏକ ସ୍ବତନ୍ତ୍ର ପ୍ରଦେଶ ଗଠନ କରିବା ପାଇଁ ବହୁ ପରିଶ୍ରମ କରିଥିଲେ। ସେମାନଙ୍କର ଉଦ୍ୟମ ଶେଷରେ ସଫଳ ହୋଇଥିଲା। ୧୯୩୬ ଏପ୍ରିଲ ୧ରେ ଓଡ଼ିଶା ସ୍ବତନ୍ତ୍ର ପ୍ରଦେଶ ଭାବେ ଗଠନ ହୋଇଥିଲା। ରାଜ୍ୟ ଗଠନରେ ଯୋଗଦାନ ଦେଇଥିବା ବରପୁତ୍ରଙ୍କୁ ଆଜିର ଦିନରେ ସମସ୍ତେ ମନେ ପକାଉଛନ୍ତି।
The post ଉତ୍କଳ ଦିବସରେ ମନେ ପଡ଼ନ୍ତି ଓଡ଼ିଆ ବରପୁତ୍ର… appeared first on Dharitri Odia News.