୫ରେ  ବିଦ୍ୟୁତ୍‌ ଯୋଗାଣ ବନ୍ଦ: ସକାଳ ୮ ଟାରୁ ରହିବନି କରେଣ୍ଟ

ବରଗଡ଼୪।୮(ପ୍ରେମାନନ୍ଦ ଖମାରୀ):ପଶ୍ଚିମ ଓଡ଼ିଶାର ବିଦ୍ୟୁତ୍‌ ବିତରଣ କମ୍ପାନୀ ଟିପିଡବ୍ଲୁଓଡିଏଲ ପକ୍ଷରୁ ଆସନ୍ତା ୫ ତାରିଖ ସୋମବାର ଗ୍ରୀଡ୍‌ ସବଷ୍ଟେଶନର ରକ୍ଷାବେକ୍ଷଣ କାର୍ଯ୍ୟ ପାଇଁ ଜିଲାର ବିଭିନ୍ନ ସ୍ଥାନରେ ସକାଳ ୮ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବିଦ୍ୟୁତ ଯୋଗାଣ ବନ୍ଦ ରହିବ ବୋଲି ସୂଚନା ଦିଆଯାଇଛି। ବରଗଡ଼ ଡିଭିଜନ-୧ସ୍ଥିତ ଗ୍ରୀଡ୍‌ ସବଷ୍ଟେଶନର ରକ୍ଷଣାବେକ୍ଷଣ କାର୍ଯ୍ୟ ଲାଗି ବରଗଡ଼ ଟାଉନର ଆଶା କିରଣ ଅଞ୍ଚଳ, ଭଟଲି ଛକ, ଘୁଲିପାଲି ଛକ, ନଦୀଖଣ୍ଡି, ତଳିପଡ଼ା, ନିଗମାନନ୍ଦ ବିହାର, ଲ’ କଲେଜ ରୋଡ୍‌ […] The post ୫ରେ  ବିଦ୍ୟୁତ୍‌ ଯୋଗାଣ ବନ୍ଦ: ସକାଳ ୮ ଟାରୁ ରହିବନି କରେଣ୍ଟ appeared first on Dharitri Odia News.

୫ରେ  ବିଦ୍ୟୁତ୍‌ ଯୋଗାଣ ବନ୍ଦ: ସକାଳ ୮ ଟାରୁ ରହିବନି କରେଣ୍ଟ

ବରଗଡ଼୪।୮(ପ୍ରେମାନନ୍ଦ ଖମାରୀ):ପଶ୍ଚିମ ଓଡ଼ିଶାର ବିଦ୍ୟୁତ୍‌ ବିତରଣ କମ୍ପାନୀ ଟିପିଡବ୍ଲୁଓଡିଏଲ ପକ୍ଷରୁ ଆସନ୍ତା ୫ ତାରିଖ ସୋମବାର ଗ୍ରୀଡ୍‌ ସବଷ୍ଟେଶନର ରକ୍ଷାବେକ୍ଷଣ କାର୍ଯ୍ୟ ପାଇଁ ଜିଲାର ବିଭିନ୍ନ ସ୍ଥାନରେ ସକାଳ ୮ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବିଦ୍ୟୁତ ଯୋଗାଣ ବନ୍ଦ ରହିବ ବୋଲି ସୂଚନା ଦିଆଯାଇଛି। ବରଗଡ଼ ଡିଭିଜନ-୧ସ୍ଥିତ ଗ୍ରୀଡ୍‌ ସବଷ୍ଟେଶନର ରକ୍ଷଣାବେକ୍ଷଣ କାର୍ଯ୍ୟ ଲାଗି ବରଗଡ଼ ଟାଉନର ଆଶା କିରଣ ଅଞ୍ଚଳ, ଭଟଲି ଛକ, ଘୁଲିପାଲି ଛକ, ନଦୀଖଣ୍ଡି, ତଳିପଡ଼ା, ନିଗମାନନ୍ଦ ବିହାର, ଲ’ କଲେଜ ରୋଡ୍‌ ଆଦି ଅଞ୍ଚଳରେ ବିଦ୍ୟୁତ ସେବା ବନ୍ଦ ରହିବ। ସେହିପରି ଭଟଲି ବ୍ଲକ ଅନ୍ତର୍ଗତ ୧୩୨/୩୩ କେଭି ଭଟଲି ଗ୍ରୀଡ୍‌ ସବଷ୍ଟେଶନ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ କଣ୍ଡପଲା, ଅମ୍ବାଭୋନା, ଭୁକ୍ତା, ଡୁଙ୍ଗୁରି ଆଦି ଅଞ୍ଚଳରେ ମଧ୍ୟ ଏଭଳି ବିଦ୍ୟୁତ୍‌ ଯୋଗାଣ ବନ୍ଦ ରହିବ ବୋଲି ଟିପିଡବ୍ଲୁଓଡିଏଲ ପକ୍ଷରୁ ସୂଚନା ଦିଆଯାଇଛି।

The post ୫ରେ  ବିଦ୍ୟୁତ୍‌ ଯୋଗାଣ ବନ୍ଦ: ସକାଳ ୮ ଟାରୁ ରହିବନି କରେଣ୍ଟ appeared first on Dharitri Odia News.