ଦୁଇ ଶିକ୍ଷକଙ୍କୁ ଚାକିରିରୁ ବହିଷ୍କାର, ମାମଲା ରୁଜୁ ପାଇଁ ନିର୍ଦ୍ଦେଶ
କର୍ଲାମୁଣ୍ଡା,୧୪ା୧(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ୨ ଶିକ୍ଷକଙ୍କୁ ଚାକିିରିରୁ ବହିଷ୍କାର ଓ ମାମଲା ରୁଜୁ କରିବାକୁ ନେଇ ଜିଲା ଶିକ୍ଷା ବିଭାଗ ପକ୍ଷରୁ ପତ୍ରସଂଖ୍ୟା ୨୮୮୭ ତା-୩୦ା୧୨ା୨୦୨୩ ଚିଠି ହେବା ପରେ ନକଲି ଶିକ୍ଷକମାନେ ଭୟଭୀତ ଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଏହି ବ୍ଲକର ଟେର୍ଚାପଲା ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଜିତେନ୍ଦ୍ର କୁମାର ନାଗ ଓ ପୌରକେଲା ବିଦ୍ୟାଳୟର ଶିକ୍ଷକ ସନକ ମହାନନ୍ଦ ଓଟିଇଟି ପରୀକ୍ଷାରେ ପାସ୍ ହୋଇଥିବାର ନକଲି ପ୍ରମାଣପତ୍ର ଦାଖଲ କରିଥିଲେ। […] The post ଦୁଇ ଶିକ୍ଷକଙ୍କୁ ଚାକିରିରୁ ବହିଷ୍କାର, ମାମଲା ରୁଜୁ ପାଇଁ ନିର୍ଦ୍ଦେଶ appeared first on Dharitri Odia News.
କର୍ଲାମୁଣ୍ଡା,୧୪ା୧(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ୨ ଶିକ୍ଷକଙ୍କୁ ଚାକିିରିରୁ ବହିଷ୍କାର ଓ ମାମଲା ରୁଜୁ କରିବାକୁ ନେଇ ଜିଲା ଶିକ୍ଷା ବିଭାଗ ପକ୍ଷରୁ ପତ୍ରସଂଖ୍ୟା ୨୮୮୭ ତା-୩୦ା୧୨ା୨୦୨୩ ଚିଠି ହେବା ପରେ ନକଲି ଶିକ୍ଷକମାନେ ଭୟଭୀତ ଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ଏହି ବ୍ଲକର ଟେର୍ଚାପଲା ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଜିତେନ୍ଦ୍ର କୁମାର ନାଗ ଓ ପୌରକେଲା ବିଦ୍ୟାଳୟର ଶିକ୍ଷକ ସନକ ମହାନନ୍ଦ ଓଟିଇଟି ପରୀକ୍ଷାରେ ପାସ୍ ହୋଇଥିବାର ନକଲି ପ୍ରମାଣପତ୍ର ଦାଖଲ କରିଥିଲେ। ଏଥିପାଇଁ ତଦନ୍ତ ପରେ ଜିଲା ଶିକ୍ଷା ଅଧିକାରୀ ପତ୍ର ମାଧ୍ୟମରେ ଚାକିରିରୁ ବହିଷ୍କାର କରିବାକୁ କର୍ଲାମୁଣ୍ଡା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଜଣାଇଥିବା ଜଣାପଡ଼ିଛି। ଏନେଇ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ମେମୋ ନମ୍ବର ୩୨ ତା.୮ା୧ା୨୦୨୪ରେ ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ସୂଚନା ଦେଇଥିବା ଶିକ୍ଷା ବିଭାଗଠାରୁ ସୂଚନା ମିଳିଛି। ତେବେ ଏହି ଦୁଇ ଶିକ୍ଷକଙ୍କ ବିରୋଧରେ ବର୍ତ୍ତମାନ ସୁଦ୍ଧା କୌଣସି ମାମଲା ରୁଜୁ କରାଯାଇ ନ ଥିବା ଜଣାପଡ଼ିଛି।
The post ଦୁଇ ଶିକ୍ଷକଙ୍କୁ ଚାକିରିରୁ ବହିଷ୍କାର, ମାମଲା ରୁଜୁ ପାଇଁ ନିର୍ଦ୍ଦେଶ appeared first on Dharitri Odia News.