ବିଭିନ୍ନ ଦାବିରେ ଓଡ଼ିଶା ମଜଦୂର ୟୁନିୟନ ପକ୍ଷରୁ ବିକ୍ଷୋଭ
ତିହିଡ଼ି,୧୯ା୪(ସଞ୍ଜିତ ବଳ): ଓଡ଼ିଶା କ୍ଷେତ ମଜଦୁର ୟୁନିୟନ ପକ୍ଷରୁ ଶନିବାର ତିହିଡ଼ି ବ୍ଲକ କାର୍ଯ୍ୟାଳୟ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ୟୁନିୟନର କର୍ମକର୍ତ୍ତାମାନେ ପୂର୍ବାହ୍ନ ୧୧ଟା ସମୟରେ ତିହିଡ଼ି ପୁରୁଣାହାଟଠାରୁ ଏକ ଶୋଭାଯାତ୍ରାରେ ବାହାରି ବଜାର ପରିକ୍ରମା କରିବା ପରେ ବ୍ଲକ କାର୍ଯ୍ୟାଳୟ ସାମ୍ନାରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। କ୍ଷେତ ମଜଦୂର ଓ ଗ୍ରାମୀଣ ଶ୍ରମିକମାନଙ୍କ ଜୀବନ ଜୀବିକାର ସୁରକ୍ଷା ସହିତ ଅନ୍ୟ କେତେକ ଦାବିରେ ୟୁନିୟନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଥିବା ଜଣାଯାଇଛି l […] The post ବିଭିନ୍ନ ଦାବିରେ ଓଡ଼ିଶା ମଜଦୂର ୟୁନିୟନ ପକ୍ଷରୁ ବିକ୍ଷୋଭ appeared first on Dharitri Odia News.
ତିହିଡ଼ି,୧୯ା୪(ସଞ୍ଜିତ ବଳ): ଓଡ଼ିଶା କ୍ଷେତ ମଜଦୁର ୟୁନିୟନ ପକ୍ଷରୁ ଶନିବାର ତିହିଡ଼ି ବ୍ଲକ କାର୍ଯ୍ୟାଳୟ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ୟୁନିୟନର କର୍ମକର୍ତ୍ତାମାନେ ପୂର୍ବାହ୍ନ ୧୧ଟା ସମୟରେ ତିହିଡ଼ି ପୁରୁଣାହାଟଠାରୁ ଏକ ଶୋଭାଯାତ୍ରାରେ ବାହାରି ବଜାର ପରିକ୍ରମା କରିବା ପରେ ବ୍ଲକ କାର୍ଯ୍ୟାଳୟ ସାମ୍ନାରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। କ୍ଷେତ ମଜଦୂର ଓ ଗ୍ରାମୀଣ ଶ୍ରମିକମାନଙ୍କ ଜୀବନ ଜୀବିକାର ସୁରକ୍ଷା ସହିତ ଅନ୍ୟ କେତେକ ଦାବିରେ ୟୁନିୟନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଥିବା ଜଣାଯାଇଛି l ପରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୮ଦଫା ସମ୍ବଳିତ ଦାବିପତ୍ର ବିଡିଓ ନିରଞ୍ଜନ ବାରିକଙ୍କୁ ପ୍ରଦାନ କରାଯାଇଥିଲା l ୟୁନିୟନର ଜିଲା ସଭାପତି ପ୍ରଫୁଲ୍ଲ ପାଢ଼ୀ, ଆଞ୍ଚଳିକ କମିଟି ସମ୍ପାଦକ ବିଷ୍ଣୁ ଦାଶ, ବରିଷ୍ଠ ନେତା ନାରାୟଣ ଦାଶ, ମଳୟ ଭୋଇ, ନିର୍ମଳ ଦଳାଇ ପ୍ରମୁଖଙ୍କ ନେତୃତ୍ୱରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।
The post ବିଭିନ୍ନ ଦାବିରେ ଓଡ଼ିଶା ମଜଦୂର ୟୁନିୟନ ପକ୍ଷରୁ ବିକ୍ଷୋଭ appeared first on Dharitri Odia News.