ଡକାୟତି ମାମଲାର ମୁଖ୍ୟ ଅଭିଯୁକ୍ତଙ୍କୁ ୭ ବର୍ଷ ଜେଲ୍‌ ଦଣ୍ଡାଦେଶ

ବାଲିଗୁଡ଼ା,୧୪ା୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ଥାନା ଅଞ୍ଚଳରେ ୨୦୧୩ରେ ଏକ ଡକାୟତି ଗ୍ୟାଙ୍ଗ ଘର ଭିତରେ ପଶି ସୁନା, ରୁପା ଅଳଙ୍କାର ସହ ଟଙ୍କା ଲୁଟି ନେଇଥିଲେ। ଦୀର୍ଘ ୧୧ ବର୍ଷ ପରେ ଆଜି ମାନ୍ୟବର ସହକାରୀ ଦୌରା ଜଜ୍‌ଙ୍କ ଅଦାଲତ ରାୟ ପ୍ରକାଶ କରି ମୁଖ୍ୟ ଅଭିଯୁକ୍ତକୁ ୭ ବର୍ଷ କାରାଦଣ୍ଡ ସହ ୧୫ ହଜାର ଟଙ୍କା ଜୋରିମାନା ଅନାଦେୟ ୩ ମାସ ଜେଲ ଦଣ୍ଡ ରାୟ ଶୁଣାଇଛନ୍ତି। […] The post ଡକାୟତି ମାମଲାର ମୁଖ୍ୟ ଅଭିଯୁକ୍ତଙ୍କୁ ୭ ବର୍ଷ ଜେଲ୍‌ ଦଣ୍ଡାଦେଶ appeared first on Dharitri Odia News.

ଡକାୟତି ମାମଲାର ମୁଖ୍ୟ ଅଭିଯୁକ୍ତଙ୍କୁ ୭ ବର୍ଷ ଜେଲ୍‌ ଦଣ୍ଡାଦେଶ

ବାଲିଗୁଡ଼ା,୧୪ା୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ଥାନା ଅଞ୍ଚଳରେ ୨୦୧୩ରେ ଏକ ଡକାୟତି ଗ୍ୟାଙ୍ଗ ଘର ଭିତରେ ପଶି ସୁନା, ରୁପା ଅଳଙ୍କାର ସହ ଟଙ୍କା ଲୁଟି ନେଇଥିଲେ। ଦୀର୍ଘ ୧୧ ବର୍ଷ ପରେ ଆଜି ମାନ୍ୟବର ସହକାରୀ ଦୌରା ଜଜ୍‌ଙ୍କ ଅଦାଲତ ରାୟ ପ୍ରକାଶ କରି ମୁଖ୍ୟ ଅଭିଯୁକ୍ତକୁ ୭ ବର୍ଷ କାରାଦଣ୍ଡ ସହ ୧୫ ହଜାର ଟଙ୍କା ଜୋରିମାନା ଅନାଦେୟ ୩ ମାସ ଜେଲ ଦଣ୍ଡ ରାୟ ଶୁଣାଇଛନ୍ତି। ଘଟଣା ପ୍ରକାରେ ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ ମୁଣ୍ଡିଗଡ଼ ପଞ୍ଚାୟତର ଗଚେରୀ ଗାଁରେ ୨୦୧୩ ମାର୍ଚ୍ଚ ୧୭ ରାତି ୯ ଟାରେ ସିମି ମାଝୀଙ୍କ ଘରେ ପଶି ଡକାୟତି କର ସିମିଙ୍କ ଝିଅ ପିନ୍ଧିଥିବା ସୁନା ଅଳଙ୍କାର, ରୁପା ସାମଗ୍ରୀ ଓ ଘରେ ଥିବା ଟଙ୍କା ଲୁଟି ନେଇଥିଲେ। ଏ ନେଇ ତୁମୁଡ଼ିବନ୍ଧ ଥାନାରେ ଏକ ମାମଲା ରୁଜୁ ହୋଇଥିଲା ଏହି ଗ୍ୟାଙ୍ଗ୍‌ରେ ୭ ଜଣ ରହିଥିବା ବେଳେ ତୁମୁଡିବନ୍ଧ ଥାନା ଅଧିକାରୀ ରାଜେନ୍ଦ୍ର ସିଆଲ ବଲାଙ୍ଗୀର ଜିଲା ସଇଁତଳା ଥାନା ଅନ୍ତର୍ଗତ ସସିକେଲା ଗ୍ରାମର ପାଣ୍ଡବ ରାଣା ମୁଖ୍ୟ ଅଭିଯୁକ୍ତ ଓ ତାଙ୍କ ସହଯୋଗୀଙ୍କୁ ଗିରଫ କରିଥିଲା। ଦୀର୍ଘ ବର୍ଷ ବିଚାର ପରେ ଆଜି ମାନ୍ୟବର ସହକାରୀ ଦୌରା ଜଜ୍‌ ଅଦାଲତଙ୍କ ବିଚାରପତି ଅପୂର୍ବ କୁମାର ରାୟ ପାଣ୍ଡବ ରାଣାଙ୍କୁ ୭ ବର୍ଷ ଜେଲ୍‌ ଓ ୧୫ ହଜାର ଟଙ୍କା ଜରିମାନା ଅନାଦେୟ ୩ ମାସ ସଜ୍ଜା ଶୁଣାଇଛନ୍ତି। ଏହି ମାମଲାଟି ସରକାରୀ ଓକିଲ ସୁରେଶ କୁମାର ପଟ୍ଟନାୟକ ପରିଚାଳନା କରୁଥିଲେ।

The post ଡକାୟତି ମାମଲାର ମୁଖ୍ୟ ଅଭିଯୁକ୍ତଙ୍କୁ ୭ ବର୍ଷ ଜେଲ୍‌ ଦଣ୍ଡାଦେଶ appeared first on Dharitri Odia News.