ମକ୍କାରେ ୯୦ ଭାରତୀୟ ହଜ ଯାତ୍ରୀଙ୍କ ମୃତ୍ୟୁ, ଜାଣନ୍ତୁ ସ୍ୱଦେଶ ଫେରିବ କି ନାହିଁ ସେମାନଙ୍କ ପାର୍ଥିବ ଶରୀର

ନୂଆଦିଲ୍ଲୀ ୨୦।୬: ସାଉଦୀ ଆରବ ମକ୍କାରେ ହଜ ଯାତ୍ରୀଙ୍କ ମୃତ୍ୟୁ ବଢ଼ିବଢ଼ି ଚାଲିଛି। ଲୋକଙ୍କ ଏପରି ମୃତ୍ୟୁର କାରଣ ଗରମ ବୋଲି କୁହାଯାଉଛି। ସେଠାରେ ତାପମାତ୍ରା ୫୨ ଡିଗ୍ରି ସେଲସିୟସକୁ ପହଞ୍ଚିବା ପରେ ଏପରି ପରିସ୍ଥିତି ଉପୁଜିଛି। ଏହା ଛଡା ବିନା ରେଜିଷ୍ଟ୍ରେସନରେ ସେଠାକୁ ହଜ ଯାତ୍ରୀ ପହଞ୍ଚିବା ବି ପରିସ୍ଥିତି ବିଗିଡିବାର ଅନ୍ୟ ଏକ କାରଣ ବୋଲି କୁହାଯାଉଛି। ମୃତକଙ୍କ ମଧ୍ୟରେ ୯୦ ଭାରତୀୟ ହଜଯାତ୍ରୀ ମଧ୍ୟ ଅଛନ୍ତି। ତେବେ ମକ୍କାରେ ପ୍ରାଣ ହରାଇଥିବାଏହି ହଜ ଯାତ୍ରୀଙ୍କ ପାର୍ଥିବ ଶରୀର ଭାରତକୁ ଅଣାଯିବା ନେଇ ଜାଣନ୍ତୁ କ’ଣ କହୁଛନ୍ତି ହଜ କମିଟି। ଦିଲ୍ଲୀ ହଜ କମିଟି ଅଧ୍ୟକ୍ଷ କୌସର ଜହାଁ ଗଣମାଧ୍ୟମ ସହ ଆଲୋଚନାରେ କହିଛନ୍ତି ଯେ ମକ୍କାରେ ପ୍ରାଣ ହରାଇଥିବା ଭାରତୀୟ ହଜ ଯାତ୍ରୀଙ୍କ ପାର୍ଥିବ ଶରୀର ଦେଶକୁ ଅଣାଯିବ ନାହିଁ। ସେମାନଙ୍କ ଅନ୍ତ୍ୟେଷ୍ଟି ସେହିଠାରେ ହିଁ ସମ୍ପନ୍ନ ହେବ। ଏହି ପ୍ରକ୍ରିୟା ସେମାନଙ୍କ ସହ ଯାଇଥିବା ପରିଜନଙ୍କ ଦ୍ୱାରା ସହମତିପତ୍ର ପୂରଣ ପରେ କରାଯିବ। ତେବେ ମୃତକଙ୍କ ପାର୍ଥିବ ଶରୀର ଭାରତ କାହିଁକି ଅଣାଯିବନି ବୋଲି ପ୍ରଶ୍ନର ଜବାବରେ କୌସର ଜହାଁ କହିଛନ୍ତି ଯେ ମୁସଲମାନଙ୍କ ପାଇଁ ମକ୍କା ବିଶ୍ୱର ସବୁଠୁ ପବିତ୍ର ସ୍ଥଳ।ମକ୍କା ଓ ମଦିନାକୁ ନେଇ ମୁସଲମାନ ସମୂଦାୟରେ ମାନ୍ୟତା ଅଛି ଯେ ସେଠାକାର ମାଟିରେ କବର ନେବା ସେମାନଙ୍କ ଲାଗି ସୌଭାଗ୍ୟ ଭଳି। ହଜରେ ଯାଉଥିବା ଅନେକ ଲୋକଙ୍କ କାମନା ଯେ ଯଦି ମୃତ୍ୟ

ମକ୍କାରେ ୯୦ ଭାରତୀୟ ହଜ ଯାତ୍ରୀଙ୍କ ମୃତ୍ୟୁ, ଜାଣନ୍ତୁ ସ୍ୱଦେଶ ଫେରିବ କି ନାହିଁ ସେମାନଙ୍କ ପାର୍ଥିବ ଶରୀର

ନୂଆଦିଲ୍ଲୀ ୨୦।୬: ସାଉଦୀ ଆରବ ମକ୍କାରେ ହଜ ଯାତ୍ରୀଙ୍କ ମୃତ୍ୟୁ ବଢ଼ିବଢ଼ି ଚାଲିଛି। ଲୋକଙ୍କ ଏପରି ମୃତ୍ୟୁର କାରଣ ଗରମ ବୋଲି କୁହାଯାଉଛି। ସେଠାରେ ତାପମାତ୍ରା ୫୨ ଡିଗ୍ରି ସେଲସିୟସକୁ ପହଞ୍ଚିବା ପରେ ଏପରି ପରିସ୍ଥିତି ଉପୁଜିଛି। ଏହା ଛଡା ବିନା ରେଜିଷ୍ଟ୍ରେସନରେ ସେଠାକୁ ହଜ ଯାତ୍ରୀ ପହଞ୍ଚିବା ବି ପରିସ୍ଥିତି ବିଗିଡିବାର ଅନ୍ୟ ଏକ କାରଣ ବୋଲି କୁହାଯାଉଛି। ମୃତକଙ୍କ ମଧ୍ୟରେ ୯୦ ଭାରତୀୟ ହଜଯାତ୍ରୀ ମଧ୍ୟ ଅଛନ୍ତି। ତେବେ ମକ୍କାରେ ପ୍ରାଣ ହରାଇଥିବାଏହି ହଜ ଯାତ୍ରୀଙ୍କ ପାର୍ଥିବ ଶରୀର ଭାରତକୁ ଅଣାଯିବା ନେଇ ଜାଣନ୍ତୁ କ’ଣ କହୁଛନ୍ତି ହଜ କମିଟି। 

ଦିଲ୍ଲୀ ହଜ କମିଟି ଅଧ୍ୟକ୍ଷ କୌସର ଜହାଁ ଗଣମାଧ୍ୟମ ସହ ଆଲୋଚନାରେ କହିଛନ୍ତି ଯେ ମକ୍କାରେ ପ୍ରାଣ ହରାଇଥିବା ଭାରତୀୟ ହଜ ଯାତ୍ରୀଙ୍କ ପାର୍ଥିବ ଶରୀର ଦେଶକୁ ଅଣାଯିବ ନାହିଁ। ସେମାନଙ୍କ ଅନ୍ତ୍ୟେଷ୍ଟି ସେହିଠାରେ ହିଁ ସମ୍ପନ୍ନ ହେବ। ଏହି ପ୍ରକ୍ରିୟା ସେମାନଙ୍କ ସହ ଯାଇଥିବା ପରିଜନଙ୍କ ଦ୍ୱାରା ସହମତିପତ୍ର ପୂରଣ ପରେ କରାଯିବ। ତେବେ ମୃତକଙ୍କ ପାର୍ଥିବ ଶରୀର ଭାରତ କାହିଁକି ଅଣାଯିବନି ବୋଲି ପ୍ରଶ୍ନର ଜବାବରେ କୌସର ଜହାଁ କହିଛନ୍ତି ଯେ ମୁସଲମାନଙ୍କ ପାଇଁ ମକ୍କା ବିଶ୍ୱର ସବୁଠୁ ପବିତ୍ର ସ୍ଥଳ।

ମକ୍କା ଓ ମଦିନାକୁ ନେଇ ମୁସଲମାନ ସମୂଦାୟରେ ମାନ୍ୟତା ଅଛି ଯେ ସେଠାକାର ମାଟିରେ କବର ନେବା ସେମାନଙ୍କ ଲାଗି ସୌଭାଗ୍ୟ ଭଳି। ହଜରେ ଯାଉଥିବା ଅନେକ ଲୋକଙ୍କ କାମନା ଯେ ଯଦି ମୃତ୍ୟୁ ହେବାର ଥାଏ ଏହି ଯାତ୍ରା କାଳରେହିଁ ହେଉ, ଯାହା ଦ୍ୱାରା ମୃତ୍ୟୁ ପରେ ସେମାନଙ୍କ ପାର୍ଥିବ ଶରୀର ମକ୍କା ମଦିନାରେ କବର ନେଇପାରିବ। ସେହିପରି ଦିଲ୍ଲୀ ହଜ କମିଟିର ଉପକାର୍ଯ୍ୟକାରୀ ଅଧିକାରୀ ମୋହସିନ ଅଲ୍ଲୀ କହିଛନ୍ତି ଯେ ହଜ ଯାତ୍ରୀଙ୍କ ମୃତ୍ୟୁ ପରେ ତାଙ୍କ ସହ ଯାଇଥିବା ପରିଜନଙ୍କୁ ମକ୍କାରେ ହିଁ ମୃତ୍ୟୁ ପ୍ରମାଣପତ୍ର ଦେଇଦିଆଯାଏ।

ତେବେ ଯେଉଁ ପର୍ଯ୍ୟନ୍ତ ସେଠାକୁ ମୃତ ଯାତ୍ରୀଙ୍କ ପରିଜନଙ୍କୁ ପଠାଇବାର କଥା ଉଠୁଛି ସେମାନଙ୍କୁ ସେଠାକୁ ପଠାଇବାର କୌଣସି ପ୍ରାବଧାନ ନାହିଁ ବୋଲି ମୋହସିନ ଅଲ୍ଲୀ କହିଛନ୍ତି। ହଜ ଯାତ୍ରୀଙ୍କ ମୃତ୍ୟୁରେ ପରିଜନ ସେଠାକୁ ଯିବା ସେମାନଙ୍କ ବ୍ୟକ୍ତିଗତ ନିଷ୍ପତ୍ତି। ସେଥିଲାଗି ତାଙ୍କୁ ନିଜର ବ୍ୟବସ୍ଥା କରିବାକୁ ହେବ। ମକ୍କାରେ ଏବେ ଯେପରି ମୃତ୍ୟୁ ସଂଖ୍ୟା ବଢିବଢି ଚାଲିଛି ସେଥିରୁ କେଉଁ ହଜ ଯାତ୍ରୀ କେଉଁ ଦେଶର ତାହା କିପରି ଜାଣି ହେବ ବୋଲି ପଚରା ଯିବାରେ ମୋହସିନ ଅଲ୍ଲୀ କହିଛନ୍ତି ଯେ ହଜ ଯାତ୍ରୀଙ୍କ ନିକଟରେ ନିଜ ଦେଶର କାର୍ଡ ରହିଛି। 

ସାଉଦୀ ଆରବ ସରକାର ସେମାନଙ୍କୁ କାର୍ଡ ଜାରି କରିଛନ୍ତି, ଯାହାକୁ ଯାତ୍ରା କାଳରେ ସେ ତାଙ୍କ ବେକରେ ଝୁଲାଇ ରଖନ୍ତି। ଏହା ଛଡା ସେମାନଙ୍କୁ ଏକ ବ୍ରେସଲେଟ ମଧ୍ୟ ଦିଆଯାଏ। ଯାହାକୁ ସେମାନେ ହାତରେ ପିନ୍ଧନ୍ତି। ବ୍ରେସଲେଟରେ ଯାତ୍ରୀଙ୍କ ସମ୍ପର୍କିତ ସମସ୍ତ ସୂଚନା ଥାଏ। କୌଣସି ଜରୁରି ପରିସ୍ଥିତିରେ ହଜ ଯାତ୍ରୀଙ୍କ ନାମ ଓ ଦେଶ ଆଦିର ସୂଚନା ମିଳିଯାଏ। ୯୦ ଦଶକରେ ପବିତ୍ର ସ୍ଥଳରେ ହୋଇଥିବା ଅଗ୍ନିକାଣ୍ଡ ଘଟଣା ପରେ ଯାତ୍ରୀଙ୍କ ଚିହ୍ନଟ ଲାଗି ବ୍ରେସଲେଟ୍ ଦିଆଯିବା ଆରମ୍ଭ ହୋଇଥିଲା। ଯାହା ଦ୍ୱାରା ଜରୁରି ପରିସ୍ଥିତିରେ ତାଙ୍କର ଚିହ୍ନଟ ସହଜ ହୋଇପାରିବ। ଏହି ବ୍ରେସଲେଟରେ ଦେଶର ନାମ ଓ ହଜ ଯାତ୍ରୀଙ୍କ ସନ୍ଦର୍ଭରେ ନମ୍ବର ଥାଏ।