ବଡ଼ ଖବର: ପୁଣି ଅଷ୍ଟ୍ରେଲିଆ ଯିବ ରୋହିତ ବାହିନୀ, ଏଥର ୮ ମ୍ୟାଚ୍‌

ମେଲବୋର୍ନ,୩୦ା୩: ଭାରତୀୟ କ୍ରିକେଟ ଦଳର ଚଳିତବର୍ଷ ପରବର୍ତ୍ତୀ ଭାଗରେ ଅଷ୍ଟ୍ରେଲିଆ ଟୁର୍‌ରେ ଯିବ। ଦଳ ସେଠାରେ ୩ ଅନ୍ତର୍ଜାତୀୟ ଦିନିକିଆ ଓ ୫ ଅନ୍ତର୍ଜାତୀୟ ଟି୨୦ ଖେଳିବ। କ୍ରିକେଟ ଅଷ୍ଟ୍ରେଲିଆ(ସିଏ) ପକ୍ଷରୁ ରବିବାର ଏହି ସୂଚନା ଦିଆଯାଇଛି। ଭ୍ରମଣକାରୀ ଦଳ ହ୍ବାଇଟ୍‌ବଲ୍‌ ମ୍ୟାଚଗୁଡ଼ିକ ଅକ୍ଟୋବର ୧୯ରୁ ନଭେମ୍ବର ୮ ମଧ୍ୟରେ ଖେଳିବ। ୫୦ ଓଭର ବିଶିଷ୍ଟ ମ୍ୟାଚ୍‌ଗୁଡ଼ିକ ଦିବାରାତ୍ର ଏବଂ ଟି୨୦ଗୁଡ଼ିକ ରାତିରେ ଖେଳାଯିବ। ୨୦୨୫-୨୦୨୬ ସିଜନରେ ପ୍ରଥମ ଥର ସମସ୍ତ ପୁରୁଷ ଅନ୍ତର୍ଜାତୀୟ ମ୍ୟାଚଗୁଡ଼ିକ ଅଷ୍ଟ୍ରେଲିଆର […] The post ବଡ଼ ଖବର: ପୁଣି ଅଷ୍ଟ୍ରେଲିଆ ଯିବ ରୋହିତ ବାହିନୀ, ଏଥର ୮ ମ୍ୟାଚ୍‌ appeared first on Dharitri Odia News.

ବଡ଼ ଖବର: ପୁଣି ଅଷ୍ଟ୍ରେଲିଆ ଯିବ ରୋହିତ ବାହିନୀ, ଏଥର ୮ ମ୍ୟାଚ୍‌

ମେଲବୋର୍ନ,୩୦ା୩: ଭାରତୀୟ କ୍ରିକେଟ ଦଳର ଚଳିତବର୍ଷ ପରବର୍ତ୍ତୀ ଭାଗରେ ଅଷ୍ଟ୍ରେଲିଆ ଟୁର୍‌ରେ ଯିବ। ଦଳ ସେଠାରେ ୩ ଅନ୍ତର୍ଜାତୀୟ ଦିନିକିଆ ଓ ୫ ଅନ୍ତର୍ଜାତୀୟ ଟି୨୦ ଖେଳିବ। କ୍ରିକେଟ ଅଷ୍ଟ୍ରେଲିଆ(ସିଏ) ପକ୍ଷରୁ ରବିବାର ଏହି ସୂଚନା ଦିଆଯାଇଛି।

ଭ୍ରମଣକାରୀ ଦଳ ହ୍ବାଇଟ୍‌ବଲ୍‌ ମ୍ୟାଚଗୁଡ଼ିକ ଅକ୍ଟୋବର ୧୯ରୁ ନଭେମ୍ବର ୮ ମଧ୍ୟରେ ଖେଳିବ। ୫୦ ଓଭର ବିଶିଷ୍ଟ ମ୍ୟାଚ୍‌ଗୁଡ଼ିକ ଦିବାରାତ୍ର ଏବଂ ଟି୨୦ଗୁଡ଼ିକ ରାତିରେ ଖେଳାଯିବ। ୨୦୨୫-୨୦୨୬ ସିଜନରେ ପ୍ରଥମ ଥର ସମସ୍ତ ପୁରୁଷ ଅନ୍ତର୍ଜାତୀୟ ମ୍ୟାଚଗୁଡ଼ିକ ଅଷ୍ଟ୍ରେଲିଆର ୮ଟି ପ୍ରଦେଶରେ ଆୟୋଜନ କରାଯାଇଛି।

ଟି୨୦ ସିରିଜ ବେଳେ କାନବେରା ଓ ହୋବାର୍ଟରେ ମ୍ୟାଚ ଖେଳାଯିବ। ୨୦୨୩ ବିଶ୍ୱକପ୍‌ ଫାଇନାଲିଷ୍ଟ ଏହାର ୫୦ ଓଭର ବିଶିଷ୍ଟ ମ୍ୟାଚଗୁଡ଼ିକ ପର୍ଥ ଆଡିଲେଡ୍‌ ଓ ସିଡ୍‌ନରେ ଖେଳିବ। ନିୟମିତ ଭେନ୍ୟୁ ଏମ୍‌ସିଜି ଓ ଗାବା ବ୍ୟତୀତ ଗୋଲ୍‌ଡ କୋଷ୍ଟର କାରାରା ଷ୍ଟାଡିୟମରେ ଟି୨୦ ମ୍ୟାଚ ଖେଳ ହେବ।

ଗତ ୨୦୨୪-୨୫ରେ ପାଞ୍ଚ ଟେଷ୍ଟ ବିଶିଷ୍ଟ ବର୍ଡର-ଗାଭାସ୍କର ଟ୍ରଫି ବେଳେ ଅଷ୍ଟ୍ରେଲିଆରେ ରେକର୍ଡ ସଂଖ୍ୟକ ଦର୍ଶକ ଦେଖିବାକୁ ମିଳିଥିଲା। ତେଣୁ ଆଗାମୀ ସିରିଜରେ ମଧ୍ୟ ଅନୁରୂପ ଭିଡ଼ ଦେଖିବାକୁ ମିଳିବ ବୋଲି ଆଶା କରାଯାଉ ଥିବା କ୍ରିକେଟ ଅଷ୍ଟ୍ରେଲିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ଟଡ୍‌ ଗ୍ରିନ୍‌ବର୍ଗ ପ୍ରକାଶ କରିଛନ୍ତି।

ଦିନିକିଆ ସିରିଜ କାର୍ଯ୍ୟସୂଚୀ-
* ଅକ୍ଟୋବର ୧୯: ପର୍ଥ ଷ୍ଟାଡିୟମ (ଦିବା/ରାତ୍ର)।
* ଅକ୍ଟୋବର ୨୩: ଆଡିଲେଡ୍‌ ଓଭାଲ (ଦିବା/ରାତ୍ର)।
* ଅକ୍ଟୋବର ୨୫: ସିଡ୍‌ନୀ କ୍ରିକେଟ ଗ୍ରାଉଣ୍ଡ (ଦିବା/ରାତ୍ର)।

ଟି୨୦ ସିରିଜ-
* ଅକ୍ଟୋବର ୨୯: ମନୁକା ଓଭାଲ, କାନବେରା (ରାତି)।
* ଅକ୍ଟୋବର ୩୧: ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡ (ରାତି)
* ନଭେମ୍ବର ୨: ବେଲେରିଭ ଓଭାଲ, ହୋବାର୍ଟ (ରାତି)।
*ନଭେମ୍ବର ୬: ଗୋଲ୍ଡକୋଷ୍ଟ ଷ୍ଟାଡିୟମ (ରାତି)।
* ନଭେମ୍ବର ୮: ଗାବା, ବ୍ରିସ୍‌ବେନ (ରାତି)।

The post ବଡ଼ ଖବର: ପୁଣି ଅଷ୍ଟ୍ରେଲିଆ ଯିବ ରୋହିତ ବାହିନୀ, ଏଥର ୮ ମ୍ୟାଚ୍‌ appeared first on Dharitri Odia News.