ବାପାଙ୍କୁ ହରାଇଲେ ରାଜପାଲ ଯାଦବ, ୨ ଦିନ ପୂର୍ବେ ମିଳିଥିଲା ହତ୍ୟା ଧମକ
ନୂଆଦିଲ୍ଲୀ,୨୪।୧: ଅଭିନେତା ରାଜପାଲ ଯାଦବଙ୍କ ବାପାଙ୍କ ପରଲୋକ ଘଟିଛି। ଅସୁସ୍ଥତା କାରଣରୁ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା। ତେବେ ତାଙ୍କର ଅନ୍ତିମ ସଂସ୍କାର ଶାହାଜାହାଁପୁରରେ କରାଯିବ ବୋଲି ଜଣାପଡ଼ିଛି। ବାପାଙ୍କ ଅସୁସ୍ଥତାକୁ ନେଇ ରାଜପାଲ ଗୁରୁବାର ଥାଇଲାଣ୍ଡରୁ ଦିଲ୍ଲୀ ଫେରିଥିଲେ। କହିରଖୁଛୁ, ବୁଧବାର ରାଜପାଲଙ୍କୁ ହତ୍ୟା ଧମକ ମିଳିଥିଲା। ଇମେଲରେ ‘ବିଷ୍ଣୁ’ ଲେଖାଯାଇଥିବାରୁ ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗ ପକ୍ଷରୁ ଏହି ଧମକ ଦିଆଯାଇଥିବା ସନ୍ଦେହ କରାଯାଉଛି। ରାଜପାଲ ମଧ୍ୟ ପୋଲିସ ନିକଟରେ ଏନେଇ ଅଭିଯୋଗ କରିଥିଲେ। The post ବାପାଙ୍କୁ ହରାଇଲେ ରାଜପାଲ ଯାଦବ, ୨ ଦିନ ପୂର୍ବେ ମିଳିଥିଲା ହତ୍ୟା ଧମକ appeared first on Dharitri Odia News.
ନୂଆଦିଲ୍ଲୀ,୨୪।୧: ଅଭିନେତା ରାଜପାଲ ଯାଦବଙ୍କ ବାପାଙ୍କ ପରଲୋକ ଘଟିଛି। ଅସୁସ୍ଥତା କାରଣରୁ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା। ତେବେ ତାଙ୍କର ଅନ୍ତିମ ସଂସ୍କାର ଶାହାଜାହାଁପୁରରେ କରାଯିବ ବୋଲି ଜଣାପଡ଼ିଛି। ବାପାଙ୍କ ଅସୁସ୍ଥତାକୁ ନେଇ ରାଜପାଲ ଗୁରୁବାର ଥାଇଲାଣ୍ଡରୁ ଦିଲ୍ଲୀ ଫେରିଥିଲେ।
କହିରଖୁଛୁ, ବୁଧବାର ରାଜପାଲଙ୍କୁ ହତ୍ୟା ଧମକ ମିଳିଥିଲା। ଇମେଲରେ ‘ବିଷ୍ଣୁ’ ଲେଖାଯାଇଥିବାରୁ ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗ ପକ୍ଷରୁ ଏହି ଧମକ ଦିଆଯାଇଥିବା ସନ୍ଦେହ କରାଯାଉଛି। ରାଜପାଲ ମଧ୍ୟ ପୋଲିସ ନିକଟରେ ଏନେଇ ଅଭିଯୋଗ କରିଥିଲେ।
The post ବାପାଙ୍କୁ ହରାଇଲେ ରାଜପାଲ ଯାଦବ, ୨ ଦିନ ପୂର୍ବେ ମିଳିଥିଲା ହତ୍ୟା ଧମକ appeared first on Dharitri Odia News.