ବାର୍‌ହା ମାଂସ ଜବତ କଲା ବନ ବିଭାଗ, ଜେଲ୍‌ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୨୩ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବନାଞ୍ଚଳ ନୂଆପଡ଼ା ସେକ୍ସନ ଯୋଗିଆପଲ୍ଲୀ ଗ୍ରାମର ନୀଳାମ୍ବର ମଳିକଙ୍କଠାରୁ ଲୋମଯୁକ୍ତ ପ୍ରାୟ ୨ କେଜି ବାର୍‌ହା ମାଂସକୁ ବନକର୍ମଚାରୀବୃନ୍ଦ ଜବତ କରିଛନ୍ତି। ନୂଆପଡ଼ା ବନପାଳ ଇ.ଗଣେଶ, ବନରକ୍ଷୀ ବିରଞ୍ଚି କୁମାର ବିଶି, ପାରା ବନକର୍ମଚାରୀ କେ. ଜୟରାମ ପ୍ରମୁଖ ରବିବାର ସଦଳବଳ ପାଟ୍ରୋଲିଂ କରୁଥିବା ବେଳେ ନୀଳାମ୍ବର ଏକ ଟିଭିଏସ୍‌ ମୋପେଡ଼ (ନଂ. ଓଡ଼ି ୩୨ – ଇ-୧୭୪୦) ଯୋଗେ ରାସ୍ତାରେ ଦ୍ରୁତଗତିରେ ଆସୁଥିଲେ। ସନ୍ଦେହ ହେବାରୁ ବନକର୍ମଚାରୀବୃନ୍ଦ […] The post ବାର୍‌ହା ମାଂସ ଜବତ କଲା ବନ ବିଭାଗ, ଜେଲ୍‌ ଗଲେ ଅଭିଯୁକ୍ତ appeared first on Dharitri Odia News.

ବାର୍‌ହା ମାଂସ ଜବତ କଲା ବନ ବିଭାଗ, ଜେଲ୍‌ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୨୩ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବନାଞ୍ଚଳ ନୂଆପଡ଼ା ସେକ୍ସନ ଯୋଗିଆପଲ୍ଲୀ ଗ୍ରାମର ନୀଳାମ୍ବର ମଳିକଙ୍କଠାରୁ ଲୋମଯୁକ୍ତ ପ୍ରାୟ ୨ କେଜି ବାର୍‌ହା ମାଂସକୁ ବନକର୍ମଚାରୀବୃନ୍ଦ ଜବତ କରିଛନ୍ତି। ନୂଆପଡ଼ା ବନପାଳ ଇ.ଗଣେଶ, ବନରକ୍ଷୀ ବିରଞ୍ଚି କୁମାର ବିଶି, ପାରା ବନକର୍ମଚାରୀ କେ. ଜୟରାମ ପ୍ରମୁଖ ରବିବାର ସଦଳବଳ ପାଟ୍ରୋଲିଂ କରୁଥିବା ବେଳେ ନୀଳାମ୍ବର ଏକ ଟିଭିଏସ୍‌ ମୋପେଡ଼ (ନଂ. ଓଡ଼ି ୩୨ – ଇ-୧୭୪୦) ଯୋଗେ ରାସ୍ତାରେ ଦ୍ରୁତଗତିରେ ଆସୁଥିଲେ। ସନ୍ଦେହ ହେବାରୁ ବନକର୍ମଚାରୀବୃନ୍ଦ ତାଙ୍କୁ ଅଟକାଇ ଖାନ୍‌ତଲାସ କରିବାରୁ ଏକ ପଲିଥିନ୍‌ରେ ବାର୍‌ହା ମାଂସ ଥିବା ଜଣାପଡ଼ିଥିଲା।

ପଚରାଉଚରା କରିବାରୁ ସେ ବାର୍‌ହା ମାଂସ ବିକ୍ରି କରିବାକୁ ନେଉଥିବା ସ୍ବୀକାର କରିଥିଲେ। ପରେ ତାଙ୍କୁ ବନକର୍ମଚାରୀବୃନ୍ଦ ଘଟଣାସ୍ଥଳରୁ ମୋପେଡ଼ ଓ ମାଂସ ସହ ଦିଗପହଣ୍ଡି ରେଞ୍ଜ କାର୍ଯ୍ୟାଳୟକୁ ନେଇଥିଲେ। ରେଞ୍ଜର ଅଭିଯୁକ୍ତଙ୍କୁ ଗିରଫ କରି ରାତି ପ୍ରାୟ ୮ ଟାରେ କୋର୍ଟ ଚାଲାଣ କରିଥିଲେ। ଜାମିନ ଆବେଦନ ନାମଞ୍ଜୁର ହେବାରୁ ବନ କାର୍ଯ୍ୟାଳୟ ମାମଲା ନଂ.୧୪୯/୨୪-୨୫ ଅନୁଯାୟୀ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି।

The post ବାର୍‌ହା ମାଂସ ଜବତ କଲା ବନ ବିଭାଗ, ଜେଲ୍‌ ଗଲେ ଅଭିଯୁକ୍ତ appeared first on Dharitri Odia News.