ଭିନେଶ ଫୋଗଟଙ୍କୁ ନେଇ ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୧୩।୮: ରେସଲର୍‌ ଭିନେଶ ଫୋଗଟଙ୍କୁ ନେଇ ବଡ଼ ଅପଡେଟ୍‌ ଆସିଛି। ସେ ଆବେଦନ କରିଥିବା ମାମଲାର ଶୁଣାଣି ପୁଣିଥରେ ଘୁଞ୍ଚି ଯାଇଛି। ଅଗଷ୍ଟ ୧୬ରେ ଏନେଇ ଶୁଣାଣି ହେବ ବୋଲି ସୂଚନା ମିଳିଛି। ଭିନେଶ ଫୋଗଟ ମାମଲାରେ କୋର୍ଟ ଅଫ ଆର୍ବିଟ୍ରେସନ ଫର୍‌ ସ୍ପୋର୍ଟସ (ସିଏଏସ) କ’ଣ ରାୟ ଦେବ ଏନେଇ ପୂରା ଦେଶ ଚାହିଁ ରହିଛି। ମଙ୍ଗଳବାର ସିଏଏସ ଭିନେଶଙ୍କ ମାମଲାରେ ରାୟ ଦେବାର ଥିଲା। ଅଗଷ୍ଟ ୯ରେ, ସିଏଏସରେ ଭିନେଶ ଫୋଗଟଙ୍କ ମାମଲାରେ ପ୍ରାୟ […] The post ଭିନେଶ ଫୋଗଟଙ୍କୁ ନେଇ ଆସିଲା ବଡ଼ ଅପଡେଟ୍‌ appeared first on Dharitri Odia News.

ଭିନେଶ ଫୋଗଟଙ୍କୁ ନେଇ ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୧୩।୮: ରେସଲର୍‌ ଭିନେଶ ଫୋଗଟଙ୍କୁ ନେଇ ବଡ଼ ଅପଡେଟ୍‌ ଆସିଛି। ସେ ଆବେଦନ କରିଥିବା ମାମଲାର ଶୁଣାଣି ପୁଣିଥରେ ଘୁଞ୍ଚି ଯାଇଛି। ଅଗଷ୍ଟ ୧୬ରେ ଏନେଇ ଶୁଣାଣି ହେବ ବୋଲି ସୂଚନା ମିଳିଛି।

ଭିନେଶ ଫୋଗଟ ମାମଲାରେ କୋର୍ଟ ଅଫ ଆର୍ବିଟ୍ରେସନ ଫର୍‌ ସ୍ପୋର୍ଟସ (ସିଏଏସ) କ’ଣ ରାୟ ଦେବ ଏନେଇ ପୂରା ଦେଶ ଚାହିଁ ରହିଛି। ମଙ୍ଗଳବାର ସିଏଏସ ଭିନେଶଙ୍କ ମାମଲାରେ ରାୟ ଦେବାର ଥିଲା।

ଅଗଷ୍ଟ ୯ରେ, ସିଏଏସରେ ଭିନେଶ ଫୋଗଟଙ୍କ ମାମଲାରେ ପ୍ରାୟ ତିନି ଘଣ୍ଟା ଧରି ବିତର୍କ ହୋଇଥିଲା। ଦେଶର ଜଣାଶୁଣା ଓକିଲ ହରିଶ ସାଲଭେଙ୍କ ଦ୍ୱାରା ଭିନେଶଙ୍କ ମାମଲା ପରିଚାଳନା କରାଯାଉଥିଲା। ତେବେ ମାମଲାର ଶୁଣାଣି ସମାପ୍ତ ହେବା ପରେ ସିଏଏସ ଭିନେଶଙ୍କ ତିନୋଟି ପ୍ରଶ୍ନର ଉତ୍ତର ମାଗିଛି। ମିଡିଆ ରିପୋର୍ଟ ଅନୁଯାୟୀ, କେବଳ ଭିନେଶଙ୍କ ଉତ୍ତର ଆଧାରରେ ସିଏଏସ ଏହାର ନିଷ୍ପତ୍ତି ଦେବ।

ସୂଚନାଯୋଗ୍ୟ, ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ୫୦ କିଲୋଗ୍ରାମ ଫ୍ରିଷ୍ଟାଇଲ କୁସ୍ତିରେ ଭିନେଶ ଫୋଗଟ ଅଂଶଗ୍ରହଣ କରିଥିଲେ। ସେ ଲଗାତାର ୩ଟି ମ୍ୟାଚ ଜିତି ଫାଇନାଲରେ ପ୍ରବେଶ କରିଥିଲେ। ଫାଇନାଲରେ ସେ ଆମେରିକୀୟ ରେସଲରଙ୍କ ସହ ମୁହାଁମୁହିଁ ହୋଇଥାନ୍ତେ। ହେଲେ ମ୍ୟାଚର କିଛି ଘଣ୍ଟା ପୂର୍ବରୁ ଖବର ଆସିଥିଲା ଯେ ତାଙ୍କ ଓଜନ ୫୦ କିଲୋଗ୍ରାମରୁ ୧୦୦ ଗ୍ରାମ ଅଧିକ ଥିଲା। ଏହି କାରଣରୁ ତାଙ୍କୁ ଡିସ୍କୱାଲିଫାଏଡ ଘୋଷଣା କରାଯାଇଥିଲା। ଏହି ନିଷ୍ପତ୍ତିରେ ନିରାଶ ହୋଇ ଭିନେଶ କୁସ୍ତିରୁ ଅବସର ଘୋଷଣା କରିଥିଲେ।

 

The post ଭିନେଶ ଫୋଗଟଙ୍କୁ ନେଇ ଆସିଲା ବଡ଼ ଅପଡେଟ୍‌ appeared first on Dharitri Odia News.