ଆରସିବିର ବିଜୟ ପରେ ଖୁସିରେ ଗଦ୍‌ଗଦ୍‌ ହେଲେ ବିରାଟ କୋହଲି: ଭିଡିଓ କଲ୍‌ରେ କଥା ହେଲେ

ନୂଆଦିଲ୍ଲୀ,୧୮।୩:ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମହିଳା ପ୍ରିମିୟର ଲିଗ ୨୦୨୪ ଟାଇଟଲ ଜିତିଛି। ଫାଇନାଲରେ ଦଳ ନିଜ ପଡ଼ିଆରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରି ଟାଇଟଲ ଜିତିଥିଲା। ଏହା ସହିତ ବାଙ୍ଗାଲୋରର ଟାଇଟଲ ମରୁଡ଼ି ସମାପ୍ତ ହୋଇଛି। ବାଙ୍ଗାଲୋର ପୁରୁଷ ଦଳ ୧୬ ବର୍ଷରେ ଗୋଟିଏ ବି ଆଇପିଏଲ ଟାଇଟଲ ଜିତିବାରେ ସକ୍ଷମ ହୋଇ ନାହିଁ। ଏଥି ସହିତ ମହିଳା ଦଳ ଆଇପିଏଲ ଭାବରେ ଜଣାଶୁଣା ଡବ୍ଲ୍ୟୁପିଏଲ୍‌ର ଦ୍ୱିତୀୟ ସିଜନରେ ଟ୍ରଫି ଜିତିଛି ଏବଂ ଫ୍ରାଞ୍ଚାଇଜ ଏବଂ ଏହାର […] The post ଆରସିବିର ବିଜୟ ପରେ ଖୁସିରେ ଗଦ୍‌ଗଦ୍‌ ହେଲେ ବିରାଟ କୋହଲି: ଭିଡିଓ କଲ୍‌ରେ କଥା ହେଲେ appeared first on Dharitri Odia News.

ଆରସିବିର ବିଜୟ ପରେ ଖୁସିରେ ଗଦ୍‌ଗଦ୍‌ ହେଲେ ବିରାଟ କୋହଲି: ଭିଡିଓ କଲ୍‌ରେ କଥା ହେଲେ

ନୂଆଦିଲ୍ଲୀ,୧୮।୩:ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମହିଳା ପ୍ରିମିୟର ଲିଗ ୨୦୨୪ ଟାଇଟଲ ଜିତିଛି। ଫାଇନାଲରେ ଦଳ ନିଜ ପଡ଼ିଆରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରି ଟାଇଟଲ ଜିତିଥିଲା। ଏହା ସହିତ ବାଙ୍ଗାଲୋରର ଟାଇଟଲ ମରୁଡ଼ି ସମାପ୍ତ ହୋଇଛି। ବାଙ୍ଗାଲୋର ପୁରୁଷ ଦଳ ୧୬ ବର୍ଷରେ ଗୋଟିଏ ବି ଆଇପିଏଲ ଟାଇଟଲ ଜିତିବାରେ ସକ୍ଷମ ହୋଇ ନାହିଁ। ଏଥି ସହିତ ମହିଳା ଦଳ ଆଇପିଏଲ ଭାବରେ ଜଣାଶୁଣା ଡବ୍ଲ୍ୟୁପିଏଲ୍‌ର ଦ୍ୱିତୀୟ ସିଜନରେ ଟ୍ରଫି ଜିତିଛି ଏବଂ ଫ୍ରାଞ୍ଚାଇଜ ଏବଂ ଏହାର ପ୍ରଶଂସକମାନଙ୍କୁ ଖୁସି ହେବାର ସୁଯୋଗ ଦେଇଛି। ଏହି ବିଜୟରେ ପୂର୍ବତନ ଆରସିବି ଅଧିନାୟକ ତଥା କିମ୍ବଦନ୍ତୀ ବିରାଟ କୋହଲି ମଧ୍ୟ ଖୁସି ଅଛନ୍ତି। ସେ ଭିଡିଓ କଲରେ ଦଳର ଅଧିନାୟକ ସ୍ମୃତି ମନ୍ଧାନା ଏବଂ ସମଗ୍ର ଦଳକୁ ଅଭିନନ୍ଦନ ଜଣାଇଛନ୍ତି। ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।
ଏହି ଐତିହାସିକ ସଫଳତା ପାଇଁ ମନ୍ଧାନା ଏବଂ ସମଗ୍ର ଦଳକୁ ଅଭିନନ୍ଦନ ଜଣାଇଛନ୍ତି। ଭିଡିଓରେ ଏହା ଦେଖିବାକୁ ମିଳେ ଯେ ମନ୍ଧାନା ଏବଂ ଅନ୍ୟ ଆରସିବି ଖେଳାଳି ବିରାଟଙ୍କ ସହ କଥାବାର୍ତ୍ତା ହେଉଛନ୍ତି।

The post ଆରସିବିର ବିଜୟ ପରେ ଖୁସିରେ ଗଦ୍‌ଗଦ୍‌ ହେଲେ ବିରାଟ କୋହଲି: ଭିଡିଓ କଲ୍‌ରେ କଥା ହେଲେ appeared first on Dharitri Odia News.