‘ଏବେ ମୋର ନାତି ଦରକାର’

ହାଇଦ୍ରାବାଦ: କାମ ସାରି ଯେବେ ବି ଘରକୁ ଫେରେ ଲାଗେ ମହିଳା ହଷ୍ଟେଲକୁ ଯାଉଛି। ସମସ୍ତଙ୍କ ମଧ୍ୟରେ ମୋତେ ଓ୍ବାର୍ଡନ ଭଳି ମନେ ହୁଏ। ଏଣୁ ମୋର ନାତି ଦରକାର। ପୁଅ ରାମଚରଣଙ୍କ ନିକଟରେ ଏଭଳି ଦାବି ରଖି ଚର୍ଚ୍ଚାରେ ତେଲୁଗୁ ଫିଲ୍ମ ସୁପରଷ୍ଟାର ଚିରଞ୍ଜୀବୀ। ନିକଟରେ, ’ବ୍ରହ୍ମା ଆନନ୍ଦମ’ ଚଳଚ୍ଚିତ୍ରର ପ୍ରି-ରିଲିଜ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଚିରଞ୍ଜୀବୀ କହିଛନ୍ତି, ଯେତେବେଳେ ମୁଁ ଘରେ ଥାଏ, ମୋତେ ଆଦୌ ଅନୁଭବ ହୁଏ ନାହିଁ ଯେ ମୁଁ ମୋ […] The post ‘ଏବେ ମୋର ନାତି ଦରକାର’ appeared first on Dharitri Odia News.

‘ଏବେ ମୋର ନାତି ଦରକାର’

ହାଇଦ୍ରାବାଦ: କାମ ସାରି ଯେବେ ବି ଘରକୁ ଫେରେ ଲାଗେ ମହିଳା ହଷ୍ଟେଲକୁ ଯାଉଛି। ସମସ୍ତଙ୍କ ମଧ୍ୟରେ ମୋତେ ଓ୍ବାର୍ଡନ ଭଳି ମନେ ହୁଏ। ଏଣୁ ମୋର ନାତି ଦରକାର। ପୁଅ ରାମଚରଣଙ୍କ ନିକଟରେ ଏଭଳି ଦାବି ରଖି ଚର୍ଚ୍ଚାରେ ତେଲୁଗୁ ଫିଲ୍ମ ସୁପରଷ୍ଟାର ଚିରଞ୍ଜୀବୀ।

ନିକଟରେ, ’ବ୍ରହ୍ମା ଆନନ୍ଦମ’ ଚଳଚ୍ଚିତ୍ରର ପ୍ରି-ରିଲିଜ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଚିରଞ୍ଜୀବୀ କହିଛନ୍ତି, ଯେତେବେଳେ ମୁଁ ଘରେ ଥାଏ, ମୋତେ ଆଦୌ ଅନୁଭବ ହୁଏ ନାହିଁ ଯେ ମୁଁ ମୋ ନାତୁଣୀମାନଙ୍କ ସହିତ ଅଛି। ମୋତେ ଏପରି ଅନୁଭବ ହୁଏ ଯେପରି ମୁଁ ଏକ ମହିଳା ହଷ୍ଟେଲର ୱାର୍ଡେନ, ଯାହାଙ୍କୁ ଚାରିପାଖରୁ ଅନେକ ମହିଳା ଘେରି ରହିଛନ୍ତି। ଏବେ ମୁଁ ଚରଣ (ପୁଅ ରାମ ଚରଣ)ଙ୍କ ଠାରୁ କେବଳ ଏତିକି ଚାହୁଁଛି ଯେ ଅତି କମ୍‌ରେ ଏଥର ତାଙ୍କର ଗୋଟିଏ ପୁଅ ହେଉ। ଯାହା ଦ୍ୱାରା ଆମର ପୀଢ଼ି ଆଗକୁ ବଢ଼ିବ। ଭୟ ଲାଗୁଛି ଯେ ତାଙ୍କର ପୁଣି ଏକ ଝିଅ ହୋଇପାରେ ବୋଲି ଅଭିନେତା କହିଛନ୍ତି।

ରାମ ଚରଣ ଚିରଞ୍ଜୀବୀଙ୍କ ସାନ ପୁଅ। ରାମ ଚରଣଙ୍କର ଦୁଇ ବଡ଼ ଭଉଣୀ ଅଛନ୍ତି। ଚିରଞ୍ଜିବୀଙ୍କ ବଡ଼ ଝିଅ ସୁସ୍ମିତାଙ୍କର ଦୁଇଟି ଝିଅ ଅଛନ୍ତି। ତାଙ୍କ ବଡ଼ ଝିଅର ନାମ ସମରା ଏବଂ ସାନ ଝିଅର ନାମ ସଂହିତା। ରାମ ଚରଣଙ୍କ ଦ୍ୱିତୀୟ ଭଉଣୀ ଶ୍ରୀଜାଙ୍କର ମଧ୍ୟ ଦୁଇଟି ଝିଅ ଅଛନ୍ତି। ଶ୍ରୀଜା ପ୍ରଥମେ ଶିରିଶ ଭାରଦ୍ୱାଜଙ୍କୁ ବିବାହ କରିଥିଲେ, ସେମାନଙ୍କର ନିବୃତ୍ତି ନାମକ ଏକ ଝିଅ ଅଛି ଏବଂ ସେ ଶ୍ରୀଜାଙ୍କ ସହିତ ରୁହନ୍ତି। ଶ୍ରୀଜା ଅଭିନେତା କଲ୍ୟାଣ ରାଓଙ୍କୁ ଦ୍ୱିତୀୟ ବିବାହ କରିଥିଲେ ଏବଂ ସେମାନଙ୍କ ଝିଅର ନାମ ନାଭିଷ୍କା। ୨ ବର୍ଷ ପୂର୍ବେ ରାମ ଚରଣଙ୍କ ପତ୍ନୀ ଉପାସନା ମଧ୍ୟ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ତାଙ୍କ ନାମ କାଲିନ କାରା। ଏହାର ଅର୍ଥ ହେଉଛି ବର୍ତ୍ତମାନ ଚିରଞ୍ଜୀବୀଙ୍କର ୫ ନାତୁଣୀ ଅଛନ୍ତି।

The post ‘ଏବେ ମୋର ନାତି ଦରକାର’ appeared first on Dharitri Odia News.