ଲକ୍ଷ ଲକ୍ଷ ଟଙ୍କାର ଜରିମାନା ଗଣିବେ ପନ୍ତ, ଦିଗ୍ବେଶଙ୍କ ପାଉଣାରୁ ୫୦% କଟିଲା
ନୂଆଦିଲ୍ଲୀ,୫।୪: ଲକ୍ଷ୍ନୌ ସୁପରଜାଏଣ୍ଟ୍ସ ଦଳ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଚମତ୍କାର ପ୍ରଦର୍ଶନ କରି ଏକ ଦମ୍ଦାର ବିଜୟ ହାସଲ କରିଥିଲା। ହେଲେ ଅଧିନାୟକ ରିଷଭ ପନ୍ତଙ୍କୁ ଏକ ବଡ଼ କ୍ଷତି ସହିବାକୁ ପଡିଛି। ସେ ଏପରି ଏକ ଭୁଲ କରିଥିଲେ ଯେଉଁଥିଲାଗି ବିସିସିଆଇ ତାଙ୍କ ଉପରେ ଲକ୍ଷ ଲକ୍ଷ ଟଙ୍କା ଜରିମାନା ଲଗାଇଛି। ୪ ଏପ୍ରିଲରେ ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚ୍ରେ ପନ୍ତଙ୍କୁ ସ୍ଲୋ ଓଭର ରେଟ୍ ପାଇଁ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ତେଣୁ ବୋର୍ଡ […] The post ଲକ୍ଷ ଲକ୍ଷ ଟଙ୍କାର ଜରିମାନା ଗଣିବେ ପନ୍ତ, ଦିଗ୍ବେଶଙ୍କ ପାଉଣାରୁ ୫୦% କଟିଲା appeared first on Dharitri Odia News.
ନୂଆଦିଲ୍ଲୀ,୫।୪: ଲକ୍ଷ୍ନୌ ସୁପରଜାଏଣ୍ଟ୍ସ ଦଳ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଚମତ୍କାର ପ୍ରଦର୍ଶନ କରି ଏକ ଦମ୍ଦାର ବିଜୟ ହାସଲ କରିଥିଲା। ହେଲେ ଅଧିନାୟକ ରିଷଭ ପନ୍ତଙ୍କୁ ଏକ ବଡ଼ କ୍ଷତି ସହିବାକୁ ପଡିଛି। ସେ ଏପରି ଏକ ଭୁଲ କରିଥିଲେ ଯେଉଁଥିଲାଗି ବିସିସିଆଇ ତାଙ୍କ ଉପରେ ଲକ୍ଷ ଲକ୍ଷ ଟଙ୍କା ଜରିମାନା ଲଗାଇଛି।
୪ ଏପ୍ରିଲରେ ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚ୍ରେ ପନ୍ତଙ୍କୁ ସ୍ଲୋ ଓଭର ରେଟ୍ ପାଇଁ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ତେଣୁ ବୋର୍ଡ ୧୨ ଲକ୍ଷ ଟଙ୍କାର ଜରିମାନା ଲଗାଇଛି। ଅନ୍ୟପକ୍ଷରେ, ନିଜ ଘାତକ ପ୍ରଦର୍ଶନରେ ମୁମ୍ବାଇକୁ ପରାସ୍ତ କରିଥିବା ଦିଗବେଶ ରାଠିଙ୍କୁ ନୋଟବୁକ୍ ସେଲିବ୍ରେସନ କରିବା ପାଇଁ ପୁଣି ଥରେ ଦଣ୍ଡିତ କରାଯାଇଛି।
IPL ୨୦୨୫ରେ ବ୍ୟାଟ୍ସମ୍ୟାନ ଭାବରେ ପନ୍ତ ନୈରାଶ୍ୟଜନକ ପ୍ରଦର୍ଶନ କରୁଛନ୍ତି। ଏପର୍ଯ୍ୟନ୍ତ ସେ ୪ଟି ମ୍ୟାଚ୍ରେ କେବଳ ୧୯ ରନ କରିପାରିଛନ୍ତି। ଏଭଳି ସ୍ଥିତିରେ ତାଙ୍କୁ ସ୍ଲୋ ଓଭର ରେଟ ପାଇଁ ୧୨ ଲକ୍ଷ ଟଙ୍କା ଜରିମାନା ମଧ୍ୟ କରାଯିବା ଚିନ୍ତାର ବିଷୟ ପାଲଟିଛି।
କେବଳ ଏତିକି ନୁହେଁ ଦିଗ୍ବେଶ ରାଠିଙ୍କୁ ତାଙ୍କ ମ୍ୟାଚ୍ ଫିର ୫୦ ପ୍ରତିଶତ ଜରିମାନା କରାଯାଇଛି। ଅର୍ଥାତ ଏତେ ଟଙ୍କା ତାଙ୍କ ପକେଟରୁ କଟିଯିବ। ଏହି ଜରିମାନା ବ୍ୟତୀତ, LSG ଖେଳାଳିଙ୍କ ଆକାଉଣ୍ଟରେ ୨ ଡିମେରିଟ ପଏଣ୍ଟ ମଧ୍ୟ ଯୋଡା ଯାଇଛି। ମ୍ୟାଚ ରେଫରି ଦିଗବେଶଙ୍କୁ ଲେବଲ ୧ ପାଇଁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଯଦି ଜଣେ ଖେଳାଳି ଲେବଲ ୧ ପାଇଁ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ସେହି କ୍ଷେତ୍ରରେ ମ୍ୟାଚ ରେଫରିଙ୍କ ନିଷ୍ପତ୍ତି ବୈଧ ଏବଂ ଚୂଡ଼ାନ୍ତ ହେବ।
ଏବେ ତାଙ୍କର ମୋଟ ଡିମେରିଟ ପଏଣ୍ଟ ୩ ହୋଇଯାଇଛି। ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ରାଜସ୍ଥାନ ରୟାଲ୍ସର ଅଧିନାୟକ ରିୟାନ ପରାଗଙ୍କୁ ମଧ୍ୟ ସମାନ ଭୁଲ ପାଇଁ ୧୨ ଲକ୍ଷ ଟଙ୍କା ଲେଖାଏ ଜରିମାନା କରାଯାଇଥିଲା।
The post ଲକ୍ଷ ଲକ୍ଷ ଟଙ୍କାର ଜରିମାନା ଗଣିବେ ପନ୍ତ, ଦିଗ୍ବେଶଙ୍କ ପାଉଣାରୁ ୫୦% କଟିଲା appeared first on Dharitri Odia News.