ପ୍ରତି ୫ରେ ଜଣେ ନାବାଳିକା ବାଲ୍ୟବିବାହର ଶିକାର
ନୂଆଦିଲ୍ଲୀ,୨୮ା୧୧: ଗତ ବର୍ଷକ ମଧ୍ୟରେ ଦେଶରେ ପ୍ରାୟ ୨ ଲକ୍ଷ ବାଲ୍ୟବିବାହକୁ ରୋକାଯାଇଛି। ଏହାସତ୍ତ୍ୱେ ପ୍ରତି ୫ ଜଣରେ ଜଣେ ଝିଅ ବିବାହ ବୟସ ୧୮ ବର୍ଷରେ ଉପନୀତ ହେବା ପୂର୍ବରୁ ବାଲ୍ୟବିବାହର ଶିକାର ହେଉଥିବା ବୁଧବାର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ସୂଚନା ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ବୁଧବାର ‘ବାଲବିବାହ ମୁକ୍ତ ଭାରତ’ ଅଭିଯାନ ଆରମ୍ଭ କରାଯାଇଛି। ଏହି ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଅର୍ଣ୍ଣପୂର୍ଣ୍ଣା କହିଛନ୍ତି, […] The post ପ୍ରତି ୫ରେ ଜଣେ ନାବାଳିକା ବାଲ୍ୟବିବାହର ଶିକାର appeared first on Dharitri Odia News.
ନୂଆଦିଲ୍ଲୀ,୨୮ା୧୧: ଗତ ବର୍ଷକ ମଧ୍ୟରେ ଦେଶରେ ପ୍ରାୟ ୨ ଲକ୍ଷ ବାଲ୍ୟବିବାହକୁ ରୋକାଯାଇଛି। ଏହାସତ୍ତ୍ୱେ ପ୍ରତି ୫ ଜଣରେ ଜଣେ ଝିଅ ବିବାହ ବୟସ ୧୮ ବର୍ଷରେ ଉପନୀତ ହେବା ପୂର୍ବରୁ ବାଲ୍ୟବିବାହର ଶିକାର ହେଉଥିବା ବୁଧବାର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ସୂଚନା ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ବୁଧବାର ‘ବାଲବିବାହ ମୁକ୍ତ ଭାରତ’ ଅଭିଯାନ ଆରମ୍ଭ କରାଯାଇଛି। ଏହି ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଅର୍ଣ୍ଣପୂର୍ଣ୍ଣା କହିଛନ୍ତି, ୨୦୨୫ ସୁଦ୍ଧା ବାଲ୍ୟବିବାହ ହାରକୁ ୫% ତଳକୁ ରଖିବାକୁ ହେଲେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ନିର୍ଦ୍ଦିଷ୍ଟ ଭାବେ ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରିବାକୁ ପଡ଼ିବ। ବାଲ୍ୟବିବାହ ମୁକ୍ତ ଅଭିଯାନ ସର୍ବାଧିକ ବୋଝଗ୍ରସ୍ତ ୭ ରାଜ୍ୟ ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ, ରାଜସ୍ଥାନ, ତ୍ରିପୁରା, ଆସାମ ଓ ଆନ୍ଧ୍ରପ୍ରଦେଶକୁ ଫୋକସ୍ କରିବ। ୩୦୦ ଜିଲାରେ ଜାତୀୟ ହାରଠାରୁ ଅଧିକ ବାଲ୍ୟବିବାହ କରାଯାଉଥିବାରୁ ଏହାକୁ ଏକ ମାନବାଧିକାର ଉଲ୍ଳଂଘନ ଏବଂ ଆପରାଧିକ କାର୍ଯ୍ୟ ବୋଲି ମନ୍ତ୍ରୀ କହିଛନ୍ତି।
The post ପ୍ରତି ୫ରେ ଜଣେ ନାବାଳିକା ବାଲ୍ୟବିବାହର ଶିକାର appeared first on Dharitri Odia News.