ଆରଜି କର ହସ୍ପିଟାଲ୍ ପୂର୍ବ ଅଧ୍ୟକ୍ଷ ଶବ ବେପାର କରୁଥିବା ନେଇ ଉପଅଧୀକ୍ଷକଙ୍କ ଚାଞ୍ଚଲ୍ୟକର ବୟାନ
କୋଲକାତା: କୋଲକାତାର ଆର୍ଜି କର ମେଡିକାଲ କଲେଜର ପୂର୍ବତନ ଉପ ଅଧୀକ୍ଷକ ଅଖତର ଅଲି ଏକ ଚାଞ୍ଚଲ୍ୟକର ବୟାନ ଦେଇ କହିଛନ୍ତି ଯେ କଲେଜର ପୂର୍ବତନ ଅଧ୍ୟକ୍ଷ ଡା ସନ୍ଦୀପ ଘୋଷ ଅନେକ ବେଆଇନ କାର୍ଯ୍ୟରେ ଲିପ୍ତ ଥିଲେ ଯେଉଁଥିରେ ଦାବିଦାର ନଥିବା ମୃତଦେହ ବିକ୍ରି ମଧ୍ୟ ସାମିଲ ଥିଲା। ଘୋଷ ବାଂଲାଦେଶକୁ ବାୟୋମେଡିକାଲ ବର୍ଜ୍ୟବସ୍ତୁ ଓ ଚିକିତ୍ସା ସାମଗ୍ରୀ ଚୋରା ଚାଲାଣରେ ସମ୍ପୃକ୍ତ ଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି। ଦାବିଦାର ନଥିବା ମୃତଦେହ ଗୁଡ଼ିକୁ […]

କୋଲକାତା: କୋଲକାତାର ଆର୍ଜି କର ମେଡିକାଲ କଲେଜର ପୂର୍ବତନ ଉପ ଅଧୀକ୍ଷକ ଅଖତର ଅଲି ଏକ ଚାଞ୍ଚଲ୍ୟକର ବୟାନ ଦେଇ କହିଛନ୍ତି ଯେ କଲେଜର ପୂର୍ବତନ ଅଧ୍ୟକ୍ଷ ଡା ସନ୍ଦୀପ ଘୋଷ ଅନେକ ବେଆଇନ କାର୍ଯ୍ୟରେ ଲିପ୍ତ ଥିଲେ ଯେଉଁଥିରେ ଦାବିଦାର ନଥିବା ମୃତଦେହ ବିକ୍ରି ମଧ୍ୟ ସାମିଲ ଥିଲା। ଘୋଷ ବାଂଲାଦେଶକୁ ବାୟୋମେଡିକାଲ ବର୍ଜ୍ୟବସ୍ତୁ ଓ ଚିକିତ୍ସା ସାମଗ୍ରୀ ଚୋରା ଚାଲାଣରେ ସମ୍ପୃକ୍ତ ଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି। ଦାବିଦାର ନଥିବା ମୃତଦେହ ଗୁଡ଼ିକୁ ବିକ୍ରି କରିବା ପାଇଁ ଘୋଷ ଏକ ରୢାକେଟ୍ ସଂଚାଳନ କରୁଥିଲେ ଏବଂ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଅଭିଯୁକ୍ତ ସଂଜୟ ରାୟ ମଧ୍ୟ ପୂର୍ବତନ ଅଧ୍ୟକ୍ଷଙ୍କ ସହଯୋଗୀ ଭାବେ କାମ କରୁଥିଲା ବୋଲି ଅଲି ଅଭିଯୋଗ କରିଛନ୍ତି। ବାଂଲାଦେଶକୁ ବର୍ଜ୍ୟବସ୍ତୁ ଓ ଚିକିତ୍ସା ସାମଗ୍ରୀ ଚୋରା ଚାଲାଣ ମାମଲାରେ ସନ୍ଦୀପ ଘୋଷଙ୍କ ବିରୋଧରେ ମାମଲା ମଧ୍ୟ ରୁଜୁ ହୋଇଛି। ଡାକ୍ତର ଘୋଷ ଆର୍ଥିକ ଅନିୟମିତତାରେ ସମ୍ପୃକ୍ତ ଥିଲେ। ଛାତ୍ରମାନଙ୍କୁ ପାସ୍ କରିବାପାଇଁ ସେ ଲାଞ୍ଚ ସେହିପରି ପ୍ରତି ଟେଣ୍ଡର ପିଛା ସେ ୨୦ ପ୍ରତିଶତ କମିସନ ନିଅନ୍ତି ବୋଲି ଅଲି କହିଛନ୍ତି।