ପୋଲିସ କାର୍ଯ୍ୟକଳାପକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା
ବାରିପଦା,୨୦ା୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ପୋଲିସର କାର୍ଯ୍ୟକଳାପକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି। ଗୋଟିଏ ଥାନା ଅଞ୍ଚଳରୁ ଚଢ଼ାଉ କରି ଅନ୍ୟ ଥାନା ଅଞ୍ଚଳରେ ଦର୍ଶାଇବା ଘଟଣାକୁ ନେଇ ସ୍ଥାନୀୟ ଲୋକେ ସୋସିଆଲ ମିଡିଆରେ ପୋଷ୍ଟ କରି ପୋଲିସକୁ ତାତ୍ସଲ୍ୟ କରୁଛନ୍ତି। ତେବେ ଏଭଳି ଘଟଣାକୁ ପଚରାଉଚୁରା ପୂର୍ବକ ତଦନ୍ତ କରାଯାଇ ଗିରଫ କରାଯାଇଛି ବୋଲି ଜିଲା ଏସ୍ପି ଏସ. ସୁଶ୍ରୀ ପ୍ରକାଶ କରିଛନ୍ତି ା ଅନୁଯାୟୀ, ଜିଲା ପୋଲିସର ଏକ ଟିମ୍ […] The post ପୋଲିସ କାର୍ଯ୍ୟକଳାପକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା appeared first on Dharitri Odia News.
ବାରିପଦା,୨୦ା୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ପୋଲିସର କାର୍ଯ୍ୟକଳାପକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି। ଗୋଟିଏ ଥାନା ଅଞ୍ଚଳରୁ ଚଢ଼ାଉ କରି ଅନ୍ୟ ଥାନା ଅଞ୍ଚଳରେ ଦର୍ଶାଇବା ଘଟଣାକୁ ନେଇ ସ୍ଥାନୀୟ ଲୋକେ ସୋସିଆଲ ମିଡିଆରେ ପୋଷ୍ଟ କରି ପୋଲିସକୁ ତାତ୍ସଲ୍ୟ କରୁଛନ୍ତି। ତେବେ ଏଭଳି ଘଟଣାକୁ ପଚରାଉଚୁରା ପୂର୍ବକ ତଦନ୍ତ କରାଯାଇ ଗିରଫ କରାଯାଇଛି ବୋଲି ଜିଲା ଏସ୍ପି ଏସ. ସୁଶ୍ରୀ ପ୍ରକାଶ କରିଛନ୍ତି ା
ଅନୁଯାୟୀ, ଜିଲା ପୋଲିସର ଏକ ଟିମ୍ ବିଶ୍ୱସ୍ତ ସୂତ୍ରରୁ ଗଞ୍ଜେଇ ଚାଲାଣ ଖବରପାଇ ବୁଧବାର ଅପରାହ୍ନରେ ୪୯ ନଂ. ଜାତୀୟ ରାଜପଥର ବିଶୋଇ ଛକରେ ଜଗିଥିଲା। ଟିମ୍ ଓଡି ୦୨ ବିଡବ୍ଳ୍ୟୁ ୭୭୪୮ ନମ୍ବର ବିଶିଷ୍ଟ ଏକ ସୁଇଫ୍ଟ ଡିଜାୟାର କାରକୁ ଅଟକ ରଖି ଯାଞ୍ଚ କରିଥିଲା। କାରର ସିଟ୍ ମଝି ଓ ଗାଡ଼ିର ଡିକିରେ ବିପୁଳ ପରିମାଣ ଗଞ୍ଜେଇକୁ ଜବତ କରିଥିଲା। ଗଞ୍ଜେଇ ଚାଲାଣରେ ଜଡ଼ିତ ଅଭିଯୁକ୍ତର ହାତକୁ ବାନ୍ଧି ପୋଲିସ ନିଜ ଭ୍ୟାନରେ ବସାଇଥିଲା।
ତେବେ ପ୍ରତ୍ୟକ୍ଷଦର୍ଶୀମାନେ ଅଭିଯୁକ୍ତ ସହ ଗଞ୍ଜେଇ ଓ କାରର ଫଟୋ ଉତ୍ତୋଳନ କରିଥିଲେ। ମାତ୍ର ଏହି ଘଟଣାକୁ ରୂପ ଦେଇ ବାରିପଦାର ପାଲବଣୀଠାରେ ବାରିପଦା ଟାଉନ ପୋଲିସ ପାଟ୍ରୋଲିଂ ସମୟରେ ଧରିଥିଲା ବୋଲି ଖବରଦାତା ସମ୍ମିଳନୀରେ ଏସ୍ପି ଏସ.ସୁଶ୍ରୀ ପ୍ରକାଶ କରିଥିଲେ। ତେବେ ତହିଁ ପରଦିନ ଦେଶୀ ବନ୍ଧୁକ ଜବତ ଘଟଣାକୁ ନେଇ ସମ୍ମିଳନୀରେ ଖବରଦାତାମାନେ ଏସ୍ପିଙ୍କୁ ଜବତ ଗଞ୍ଜେଇ ସମ୍ପର୍କରେ ପ୍ରଶ୍ନ ଉଠାଇଥିଲେ।
ବିଶୋଇ ବଜାରରୁ ଦିନ ବେଳା ଜବତ ହୋଇଥିବା ଗଞ୍ଜେଇ ଓ ଅଭିଯୁକ୍ତମାନଙ୍କୁ କାହିଁକି ବାରିପଦାରୁ ଧରାହୋଇଛି ବୋଲି ପଚାରିଥିଲେ। ଏ ସମ୍ପର୍କରେ ଚାଲାଣକାରୀଙ୍କୁ ଟ୍ରାକ୍ କରାଯାଇ ବାରିପଦାରୁ ଧରା ହୋଇଛି ବୋଲି କହି କଥାକୁ ଏଡ଼ାଇ ଯାଇଥିଲେ। ପୋଲିସର ଉତ୍ତର ଓ ଘଟଣାକୁ ରୂପ ଦେବା ବାବଦରେ ଜିଲା ପୋଲିସର କାର୍ଯ୍ୟକଳାପ ପ୍ରତି ଦିନରେ ଲଣ୍ଠନ ଦେଖାଇବା ସଦୃଶ ବୋଲି ଆଲୋଚନା ହେଉଛି। ସେହିପରି ଜିଲା ଦେଇ ପ୍ରତିଦିନ ଗଞ୍ଜେଇ, ଗୋରୁ ଗାଡ଼ି ଓ ବ୍ରାଉନ୍ସୁଗର ଚାଲାଣ ହେଉଛି। ରାସଗୋବିନ୍ଦୁପର ନଳଗଜା ଓ ରୁପ୍ସା ବୈଶିଙ୍ଗା ରାଜ୍ୟ ରାଜପଥ ଦେଇ ଜଳେଶ୍ୱର ଓ ବାଲେଶ୍ୱର ଜିଲାରୁ ବ୍ରାଉନ୍ସୁଗର ଚାଲାଣ ହୋଇ ବାରିପଦାରେ ବିକ୍ରି ହେଉଛି। ୪୯ ନଂ. ଓ ୧୮ ନଂ. ଜାତୀୟ ରାଜପଥ ଦେଇ ଗଞ୍ଜେଇ ଓ ଗୋରୁ ଗାଡି ଚାଲାଣ ହେଉଛି। ଏଥିସହ ଜିଲାରେ ଚୋରି, ଛିନ୍ତାଇ ଓ ଡକାୟତି ଭଳି ଘଟଣା ପ୍ରତିଦିନ ଦେଖିବାକୁ ମିଳୁଛି ା ଉଭୟ ବିଭାଗ ପକ୍ଷରୁ କଡ଼ାକଡ଼ି ଯାଞ୍ଚ କରାଗଲେ ନିଶାଦ୍ରବ୍ୟ କାରବାରରେ ଅଙ୍କୁଶ ଆସିପାରିବ ବୋଲି ସହରବାସୀ ଆଶା ପ୍ରକଟ କରିଛନ୍ତି।
The post ପୋଲିସ କାର୍ଯ୍ୟକଳାପକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା appeared first on Dharitri Odia News.