ସଚିନ ବିଓବିର ଗ୍ଲୋବାଲ ବ୍ରାଣ୍ଡ୍ ଆମ୍ବାସାଡର
ନୂଆଦିଲ୍ଲୀ,୮।୧୦: ବ୍ୟାଙ୍କ ଅଫ୍ ବରୋଦା (ବିଓବି)ର ଗ୍ଲୋବାଲ ବ୍ରାଣ୍ଡ୍ ଆମ୍ବାସାଡର ଭାବେ କିମ୍ବଦନ୍ତୀ କ୍ରିକେଟିୟର ସଚିନ ତେନ୍ଦୁଲକରଙ୍କୁ ଚୟନ କରାଯାଇଛି। ଏପରିକି ସଚିନଙ୍କୁ ନେଇ ବ୍ୟାଙ୍କ ପକ୍ଷରୁ ‘ପ୍ଲେ ଦି ମାଷ୍ଟର ଷ୍ଟ୍ରୋକ୍’ ଅଭିଯାନର ଶୁଭାରମ୍ଭ କରାଯାଇଛି। ସେହିପରି ଶତାବ୍ଦୀରୁ ଊର୍ଦ୍ଧ୍ୱ ସମୟ ଧରି କୋଟି କୋଟି ଲୋକଙ୍କ ବିଶ୍ୱାସ ଜିତିଥିବା ବ୍ୟାଙ୍କକୁ ଚୟନ କରି ମାଷ୍ଟର ଷ୍ଟ୍ରୋକ୍ ଖେଳିବା ଏବଂ ନିଜର ଆର୍ଥିକ ଅଭିଳାଷକୁ ପରିପୂର୍ଣ୍ଣ କରିବା ପାଇଁ ଏହି ଅଭିଯାନରେ ଭାଗ ନେବାକୁ ମଧ୍ୟ ଲୋକମାନଙ୍କୁ […] The post ସଚିନ ବିଓବିର ଗ୍ଲୋବାଲ ବ୍ରାଣ୍ଡ୍ ଆମ୍ବାସାଡର appeared first on Dharitri Odia News.
ନୂଆଦିଲ୍ଲୀ,୮।୧୦: ବ୍ୟାଙ୍କ ଅଫ୍ ବରୋଦା (ବିଓବି)ର ଗ୍ଲୋବାଲ ବ୍ରାଣ୍ଡ୍ ଆମ୍ବାସାଡର ଭାବେ କିମ୍ବଦନ୍ତୀ କ୍ରିକେଟିୟର ସଚିନ ତେନ୍ଦୁଲକରଙ୍କୁ ଚୟନ କରାଯାଇଛି। ଏପରିକି ସଚିନଙ୍କୁ ନେଇ ବ୍ୟାଙ୍କ ପକ୍ଷରୁ ‘ପ୍ଲେ ଦି ମାଷ୍ଟର ଷ୍ଟ୍ରୋକ୍’ ଅଭିଯାନର ଶୁଭାରମ୍ଭ କରାଯାଇଛି। ସେହିପରି ଶତାବ୍ଦୀରୁ ଊର୍ଦ୍ଧ୍ୱ ସମୟ ଧରି କୋଟି କୋଟି ଲୋକଙ୍କ ବିଶ୍ୱାସ ଜିତିଥିବା ବ୍ୟାଙ୍କକୁ ଚୟନ କରି ମାଷ୍ଟର ଷ୍ଟ୍ରୋକ୍ ଖେଳିବା ଏବଂ ନିଜର ଆର୍ଥିକ ଅଭିଳାଷକୁ ପରିପୂର୍ଣ୍ଣ କରିବା ପାଇଁ ଏହି ଅଭିଯାନରେ ଭାଗ ନେବାକୁ ମଧ୍ୟ ଲୋକମାନଙ୍କୁ ଉତ୍ସାହିତ କରାଯାଉଛି। ଦେଶର କୋଣ ଅନୁକୋଣରେ ସଚିନଙ୍କୁ ଲୋକ ଭଲ ପାଉଥିବାରୁ ବ୍ୟାଙ୍କ ଅଫ୍ ବରୋଦାର ବ୍ରାଣ୍ଡ୍ ଆମ୍ବାସାଡର ଭାବେ ତାଙ୍କୁ ବ୍ୟାଙ୍କର ସମସ୍ତ ଅଭିଯାନ, ଆର୍ଥିକ ସାକ୍ଷରତା ଓ ଠକେଇ ପ୍ରତିରୋଧକୁ ନେଇ ଆୟୋଜନ କରାଯାଉଥିବା ଗ୍ରାହକ ସଚେତନତା କାର୍ଯ୍ୟକ୍ରମ, ଗ୍ରାହକ ଓ କର୍ମଚାରୀ ସଂପୃକ୍ତି କାର୍ଯ୍ୟକ୍ରମରେ ଦେଖିବାକୁ ମିଳିବ।
ଏ ସମ୍ପର୍କରେ ବିଓବିର ଏମଡି ତଥା ସିଇଓ (ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ) ଦେବଦତ୍ତ ଚାନ୍ଦ କହିଛନ୍ତି, ଭାରତର ଅନ୍ୟତମ କ୍ରୀଡା କିମ୍ବଦନ୍ତୀ ପୁରୁଷ ସଚିନ ତେନ୍ଦୁଲକରଙ୍କୁ ଆମେ ଆମର ବୈଶ୍ୱିକ ବ୍ରାଣ୍ଡ୍ ଆମ୍ବାସାଡର ଭାବେ ପାଇ ବେଶ ଉତ୍ସାହିତ ଅଛୁ।
The post ସଚିନ ବିଓବିର ଗ୍ଲୋବାଲ ବ୍ରାଣ୍ଡ୍ ଆମ୍ବାସାଡର appeared first on Dharitri Odia News.