ରାଶିଫଳ: ଶୁକ୍ରବାର, ମେ ୨ ତାରିଖ – Daily Horoscope

ମେଷ ଆଜି ଅଶ୍ୱିନୀ ନକ୍ଷତ୍ର ସକାଶେ ଅର୍ଥ ସମ୍ପର୍କୀୟ ଝାମେଲା ସଙ୍ଗକୁ ସ୍ବାସ୍ଥ୍ୟ ସମସ୍ୟା ଓ କଳହର ଆଶଙ୍କା ରହିଛି। ଦୂରସ୍ଥ ସନ୍ତାନଙ୍କ ପାଇଁ ମନ ଉଦବେଗ ରହିବ ଫଳରେ ମାନସିକ ଅସ୍ଥିରତା ଭିତରେ ଚଳିବାକୁ ବାଧ୍ୟ ହେବେ। ରାହୁନକ୍ଷତ୍ରସ୍ଥ ଚନ୍ଦ୍ର ହେତୁ ଅର୍ଥ ସମ୍ପର୍କକୁ ନେଇ ବିବାଦ ଦେଖାଦେବ। ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ପାଇବେ। ବୃଷ ସ୍ବସ୍ଥାନହନ୍ତା ଗୁରୁଙ୍କ ରାଶ୍ୟାବସ୍ଥାନରୁ ସଠିକ୍‌ ନିଷ୍ପତିର ଅଭାବରେ ପରିସ୍ଥିତି ବିଗିଡିଯିବାର ଆଶଙ୍କା ରହିଛି। ଭୁଲ୍‌ ବୁଝାମଣା […] The post ରାଶିଫଳ: ଶୁକ୍ରବାର, ମେ ୨ ତାରିଖ – Daily Horoscope appeared first on Dharitri Odia News.

ରାଶିଫଳ: ଶୁକ୍ରବାର, ମେ ୨ ତାରିଖ – Daily Horoscope
ମେଷ
ଆଜି ଅଶ୍ୱିନୀ ନକ୍ଷତ୍ର ସକାଶେ ଅର୍ଥ ସମ୍ପର୍କୀୟ ଝାମେଲା ସଙ୍ଗକୁ ସ୍ବାସ୍ଥ୍ୟ ସମସ୍ୟା ଓ କଳହର ଆଶଙ୍କା ରହିଛି। ଦୂରସ୍ଥ ସନ୍ତାନଙ୍କ ପାଇଁ ମନ ଉଦବେଗ ରହିବ ଫଳରେ ମାନସିକ ଅସ୍ଥିରତା ଭିତରେ ଚଳିବାକୁ ବାଧ୍ୟ ହେବେ। ରାହୁନକ୍ଷତ୍ରସ୍ଥ ଚନ୍ଦ୍ର ହେତୁ ଅର୍ଥ ସମ୍ପର୍କକୁ ନେଇ ବିବାଦ ଦେଖାଦେବ। ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ପାଇବେ।
ବୃଷ
ବୃଷ
ସ୍ବସ୍ଥାନହନ୍ତା ଗୁରୁଙ୍କ ରାଶ୍ୟାବସ୍ଥାନରୁ ସଠିକ୍‌ ନିଷ୍ପତିର ଅଭାବରେ ପରିସ୍ଥିତି ବିଗିଡିଯିବାର ଆଶଙ୍କା ରହିଛି। ଭୁଲ୍‌ ବୁଝାମଣା କାରଣରୁ କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ତିକ୍ତତା ସୃଷ୍ଟି ହୋଇପାରେ। ଆଜି କର୍ମାଧିପ ପୂର୍ବାର୍ଦ୍ଧରେ ଅବସ୍ଥାନ କରିଥିବାରୁ ଜଣେ ପଦସ୍ଥଙ୍କ ସାନ୍ନିଧ୍ୟ ଲାଭ କରିବେ। ଘରୋଇ ଅସୁବିଧା ଜଣାଇ ସହକର୍ମୀଙ୍କୁ ସାହାଯ୍ୟ ଭିକ୍ଷା କରିବେ।
ମିଥୁନ
ମିଥୁନ
ଚତୁର୍ଥାଧିପତି ଦୁର୍ବଳ ହେତୁ ପାରିବାରିକ ଦୁଃଶ୍ଚିନ୍ତାରେ ସଢୁଥିଲେ ମଧ୍ୟ ମନ କଥାକୁ କାହା ସମ୍ମୁଖରେ ପ୍ରକାଶ କରିପାରିବେ ନାହିଁ। କାମଗୁଡିକ ସମ୍ପନ୍ନ କରିବାରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ। ସାଧାରଣ ଯୁକ୍ତି ତର୍କ ହେତୁ ବନ୍ଧୁଙ୍କ ସହ ସୁସମ୍ପର୍କ ବ୍ୟାହତ ହେବ। ଶିଳ୍ପ, ବ୍ୟବସାୟ, ପ୍ରଶାସନ, ସଙ୍ଗୀତ ଆସରରେ ଯୋଗଦେଇପାରନ୍ତି।
କର୍କଟ
କର୍କଟ
ଦ୍ୱାଦଶ ଭାବରେ ଚନ୍ଦ୍ର ହେତୁ ଟେନ୍ସନ ରହିଲେ ମଧ୍ୟ କର୍ମାଧିପ ରାଶିରେ ଥିବାରୁ କାମ ଅଟକିବ ନାହିଁ। ଦେବଦର୍ଶନ ଓ ଭ୍ରମଣ ସାଙ୍ଗକୁ କୌଣସି ନୂତନ ଜିନିଷ କିଣିବାକୁ ମନ ବଳାଇପାରନ୍ତି। ଦୀର୍ଘଦିନରୁ ଲାଗିରହିଥିବା ଭାଇଙ୍କ ଅଭାବ ଅସୁବିଧାକୁ କେନ୍ଦ୍ରକରି ମନ ସାମୟିକ ଅଶାନ୍ତ ରହିପାରେ।
ସି˚ହ
ସି˚ହ
ରାଶ୍ୟାଧିପ ରବିଙ୍କ ଉଚ୍ଚସ୍ଥାନାରୋହଣ ଜନିତ ପ୍ରଭାବରୁ କୈାଣସି କାମ ଅଟକି ରହିବ ନାହିଁ। ଅଶାନ୍ତ ମନର ପ୍ରତିଫଳନ ସଙ୍ଗକୁ ଅପ୍ରିତିକର ପରିସ୍ଥିତିର ସାମନା କରିବାକୁ ପଡିପାରେ। ଶତ୍ରୁତା କରୁଥିବା ବ୍ୟକ୍ତିମାନେ ସମସ୍ୟା ସୃଷ୍ଟି କରି ପାରନ୍ତି। କାରବାର, ପରିବହନ, ଷ୍ଟେସନାରୀ କିମ୍ବା ଫଳ ଦୋକାନୀ ଲାଭବାନ ହେବେ।
କନ୍ୟା
ନୀଚ୍ଚସ୍ଥ ମଙ୍ଗଳଙ୍କ କୁଦୃଷ୍ଟିରୁ ଶିକ୍ଷା, ସନ୍ତାନ, ଆଲୋଚନା ଓ ଯୋଗଯୋଗ କ୍ଷେତ୍ରରେ ସମସ୍ୟା ସୃଷ୍ଟି ହୋଇପାରେ। ମାନସିକ ଅସ୍ଥିରତା ଲାଗି ରହିବାରୁ ପାରିବାରିକ କ୍ଷେତ୍ରରେ ଅନାଦର ପାଇପାରନ୍ତି। ଆଜିର ଯାତ୍ରାର ଲକ୍ଷ୍ୟ ପୂରଣ ହେବ। କାମରେ ଅବେହଳା ଓ ଆଳସ୍ୟ ଯୋଗୁ ବନ୍ଧୁ ଗହଣରେ ସମାଲୋଚିତ ହୋଇପାରନ୍ତି।
ତୁଳା
ତୁଳା
ଶନିଙ୍କ ଷଷ୍ଠଭାବରେ ସ୍ଥିତି ଯୋଗୁ ସାମାନ୍ୟ ତର୍କବିତର୍କ ମଧ୍ୟରେ ବନ୍ଧୁଙ୍କ ସହ ଆଲୋଚନା ଅସମାପ୍ତ ରହିବ। ଆଜି ପର୍ଯ୍ୟନ୍ତ ଖୋଜି ପାଇ ପାଉନଥିଲେ ଆଜି ତାହା ପାଇ ଖୁସି ହୋଇଯିବେ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ବିବାଦ ବୃଦ୍ଧି ହୋଇପାରେ। ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣ ଭିତରେ ରହିଥିବାରୁ ସାମୟିକ ଆଶ୍ୱସ୍ଥି ଲାଭ କରିବେ।
ବିଛା
ବିଛା
ଗୁରୁଚାନ୍ଦ୍ରୀ ଯୋଗ ସପ୍ତମଭାବସ୍ଥ ଯୋଗୁ ଆଜିର ଯାତ୍ରାରେ ଲକ୍ଷ୍ୟ ହାସଲରେ କୌଣସି ଅସୁବିଧା ହେବ ନାହିଁ। କର୍ମକ୍ଷେତ୍ରରେ ପରୋକ୍ଷ ଭାବେ ଶତ୍ରୁମାନେ ସମସ୍ୟା ସୃଷ୍ଟି ସକାଶେ ଯୋଜନା କରିପାରନ୍ତି। ପାରିବାରିକ କ୍ଷେତ୍ରରେ ସାଧାରଣ କଥାକୁ ଜଟିଳ ଆକାରରେ ଗ୍ରହଣ କରି ସମସ୍ୟାକୁ ନିମନ୍ତ୍ରଣ କରିବେ।
ଧନୁ
ଧନୁ
ଜିଦଖୋର୍‌ ମନୋଭାବ ହେତୁ ବନ୍ଧୁଙ୍କ ସହ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ଆଶଙ୍କା ରହିଛି। ନୂତନ ସ୍ଥାନ ପରିଦର୍ଶନ, ବନ୍ଧୁଙ୍କ ସହ ଭ୍ରମଣ ଓ ମନୋରଞ୍ଜନ କାର୍ଯ୍ୟକ୍ରମରେ ନିଜକୁ ମଜ୍ଜାଇ ରଖିବେ। କର୍ମକ୍ଷେତ୍ରରେ ପଦମର୍ଯ୍ୟଦା ବଢ଼ିବ। ବିଶିଷ୍ଟ ବ୍ୟକ୍ତିଙ୍କ ଅନୁକମ୍ପା ପାଇବେ। ଶୁଭକାର୍ଯ୍ୟ ଆରମ୍ଭ କରି ବନ୍ଧୁବର୍ଗଙ୍କ ପ୍ରଶଂସାର ପାତ୍ର ହୋଇପାରନ୍ତି।
ମକର
ମକର
ଚନ୍ଦ୍ର ଯୁକ୍ତ ବୃହସ୍ପତିଙ୍କ ଯୋଗୁ ମାନସିକ ଧୈର୍ଯ୍ୟ ଓ ଦୃଢତା ସମସ୍ତ ସମସ୍ୟାକୁ ସାମ୍ନା କରିବାରେ ସାହାଯ୍ୟ କରିବ। ଅର୍ଥ ସମ୍ପର୍କକୁ କେନ୍ଦ୍ରକରି ଭୁଲ୍‌ ବୁଝାମଣା କାରଣରୁ ମାନସିକ ସ୍ଥିତି ଭଲ ରହି ନ ପାରେ। ନିଜର କିଛି କାମ କରାଇନେବା ସକାଶେ ଜିଦ୍‌ଖୋର ପ୍ରକୃତିରୁ ଅନର୍ଥ ସୃଷ୍ଟି ହେବ। ଅନ୍ତରଙ୍ଗ ବନ୍ଧୁଙ୍କ ବ୍ୟବହାରରେ ଦୁଃଖ ପ୍ରକାଶ କରିବେ।
କୁମ୍ଭ
କୁମ୍ଭ
କେନ୍ଦ୍ରସ୍ଥ ଶୁଭଗ୍ରହ ପ୍ରଭାବରୁ ଆପଣ ସାମାଜିକ ସ୍ତରରେ ଅର୍ଥ, ସମ୍ମାନ ଓ ପ୍ରଶଂସା ପାଇ ଉଲ୍ଲସିତ ହେବେ। ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହେବ। ସଙ୍ଗୀତ ଓ ସାହିତ୍ୟରେ ସମସ୍ୟା ସମାଧାନ ହୋଇଯିବାର ଆଶା ରହିଛି। ଶିଳ୍ପ, ବାଣିଜ୍ୟ, ପରିବହନ, ଯାନ୍ତ୍ରିକ ଶିଳ୍ପ, ଅଳଙ୍କାର ଦୋକାନୀ, ବିଶେଷ ଭାବରେ ଉପକୃତ ହେବେ।
ମୀନମୀନ

ମନ ଅନୁଯାୟୀ କୌଣସି କାମ ନ ହେବା କାରଣରୁ ପରିବାରରେ ମତାନ୍ତର ଘଟିପାରେ। ଉତ୍ତରଭାଦ୍ରପଦ୍‌ ନକ୍ଷତ୍ର ବିଭିନ୍ନ ଯୋଜନା କରି ପରିସ୍ଥିତିକୁ ସୁଧାରି ନେବେ। ପରିସ୍ଥିତିକୁ ଯେତେ ଜଟିଳ ମନେ କରୁଛନ୍ତି ସେପରି କିଛି ହେବନି। ଆବଶ୍ୟକୀୟ ଅର୍ଥ ଧାର ସୁତ୍ରରେ ଅର୍ଥ ପାଇବେ ଏବଂ ସାମାଜିକ ସ୍ତରରେ ଲୋକସମ୍ପର୍କ ବୃଦ୍ଧି ପାଇବ।

The post ରାଶିଫଳ: ଶୁକ୍ରବାର, ମେ ୨ ତାରିଖ – Daily Horoscope appeared first on Dharitri Odia News.