ଆସିଲା ନୂଆ ଅପଡେଟ୍‌: ଗୁରୁବାର ସକାଳେ ଦିଲ୍ଲୀରେ ପହଞ୍ଚିବେ ବାର୍ବାଡୋସରେ ଫସିଥିବା ବିଶ୍ୱ ବିଜେତା ଦଳ

ନୂଆଦିଲ୍ଲୀ,୩।୭: ଭାରତୀୟ ଦଳ ଗତ କିଛି ଦିନ ହେବ ବାର୍ବାଡୋସରେ ଫସି ରହିଛନ୍ତି। ଟି -୨୦ ବିଶ୍ୱକପ୍‌ ଟାଇଟଲ ଜିତିଥିବା ଟିମ ଇଣ୍ଡିଆ ସାଇକ୍ଲୋନିକ ଝଡ଼ ଯୋଗୁ ବାର୍ବାଡୋସରେ ଅଟକି ରହିଛନ୍ତି। ଟୁର୍ନାମେଣ୍ଟର ଟାଇଟଲ ମ୍ୟାଚ ବାର୍ବାଡୋସରେ ଶନିବାର ଅର୍ଥାତ୍‌ ଜୁନ ୨୯ରେ ଖେଳାଯାଇଥିଲା। ଏହା ପରେ ତା’ ପରଦିନ ବାର୍ବାଡୋସର ବିମାନ ବନ୍ଦର ବନ୍ଦ ଯୋଗୁ ଖେଳାଳି ଆସିପାରିନଥିଲେ। ବର୍ତ୍ତମାନ ରିପୋର୍ଟରେ କୁହାଯାଇଛି ଯେ ବିସିସିଆଇର ଏକ ସ୍ବତନ୍ତ୍ର ବିମାନରେ ଭାରତୀୟ ଦଳ ଭାରତ ଫେରିବେ। […] The post ଆସିଲା ନୂଆ ଅପଡେଟ୍‌: ଗୁରୁବାର ସକାଳେ ଦିଲ୍ଲୀରେ ପହଞ୍ଚିବେ ବାର୍ବାଡୋସରେ ଫସିଥିବା ବିଶ୍ୱ ବିଜେତା ଦଳ appeared first on Dharitri Odia News.

ଆସିଲା ନୂଆ ଅପଡେଟ୍‌: ଗୁରୁବାର ସକାଳେ ଦିଲ୍ଲୀରେ ପହଞ୍ଚିବେ ବାର୍ବାଡୋସରେ ଫସିଥିବା ବିଶ୍ୱ ବିଜେତା ଦଳ

ନୂଆଦିଲ୍ଲୀ,୩।୭: ଭାରତୀୟ ଦଳ ଗତ କିଛି ଦିନ ହେବ ବାର୍ବାଡୋସରେ ଫସି ରହିଛନ୍ତି। ଟି -୨୦ ବିଶ୍ୱକପ୍‌ ଟାଇଟଲ ଜିତିଥିବା ଟିମ ଇଣ୍ଡିଆ ସାଇକ୍ଲୋନିକ ଝଡ଼ ଯୋଗୁ ବାର୍ବାଡୋସରେ ଅଟକି ରହିଛନ୍ତି। ଟୁର୍ନାମେଣ୍ଟର ଟାଇଟଲ ମ୍ୟାଚ ବାର୍ବାଡୋସରେ ଶନିବାର ଅର୍ଥାତ୍‌ ଜୁନ ୨୯ରେ ଖେଳାଯାଇଥିଲା। ଏହା ପରେ ତା’ ପରଦିନ ବାର୍ବାଡୋସର ବିମାନ ବନ୍ଦର ବନ୍ଦ ଯୋଗୁ ଖେଳାଳି ଆସିପାରିନଥିଲେ। ବର୍ତ୍ତମାନ ରିପୋର୍ଟରେ କୁହାଯାଇଛି ଯେ ବିସିସିଆଇର ଏକ ସ୍ବତନ୍ତ୍ର ବିମାନରେ ଭାରତୀୟ ଦଳ ଭାରତ ଫେରିବେ।

ମିଡିଆ ରିପୋର୍ଟ ଅନୁଯାୟୀ, ଟିମ ଇଣ୍ଡିଆ ଖେଳାଳିଙ୍କୁ ଆଣି ବିସିସିଆଇର ସ୍ବତନ୍ତ୍ର ବିମାନ ଦିଲ୍ଲୀରେ ଅବତରଣ କରିବ। ଏହି ବିମାନ ଆସନ୍ତାକାଲି ଯଥା ଭାରତୀୟ ସମୟ ଅନୁଯାୟୀ ଗୁରୁବାର ସକାଳ ୬ ଟାରେ ଦିଲ୍ଲୀରେ ପହଞ୍ଚିବ। ପୂର୍ବରୁ ରିପୋର୍ଟରେ କୁହାଯାଇଥିଲା ଯେ ଟିମ ଇଣ୍ଡିଆ ବୁଧବାର ସୁଦ୍ଧା ଦିଲ୍ଲୀରେ ପହଞ୍ଚିବ କିନ୍ତୁ ଏହା ସମ୍ଭବ ହୋଇପାରିନାହିଁ।

The post ଆସିଲା ନୂଆ ଅପଡେଟ୍‌: ଗୁରୁବାର ସକାଳେ ଦିଲ୍ଲୀରେ ପହଞ୍ଚିବେ ବାର୍ବାଡୋସରେ ଫସିଥିବା ବିଶ୍ୱ ବିଜେତା ଦଳ appeared first on Dharitri Odia News.