ଚୀନ୍ ଛାଡ଼ି ଭାରତ ଆସିବ ନୋକିଆ, ଭାରତ ହେବ ଏଚ୍ଏମ୍ଡିର ବିଶ୍ବ ହବ୍
ନୂଆଦିଲ୍ଲୀ : ଚୀନ୍ରେ ପ୍ଲାଣ୍ଟ ସ୍ଥାପନ କରିଥିବା ଗୋଟିଏ ପରେ ଗୋଟିଏ କମ୍ପାନୀ ଏବେ ଭାରତ ମୁହାଁ। ପ୍ରଥମେ ଆପଲ ଆଉ ଏବେ ନୋକିଆ ଫୋନ୍ ନିର୍ମାତା ଏଚ୍ଏମ୍ଡି(ହ୍ୟୁମାନ ମୋବାଇଲ ଡିଭାଇସ୍) ଚୀନ ଛାଡ଼ି ଭାରତ ଆସିବ। ଫିନଲାଣ୍ଡର ଏହି ଇଲେକ୍ଟ୍ରୋନିକ କମ୍ପାନୀ ଏବେ ଚୀନ ବଦଳରେ ଭାରତରେ ବଡ଼ ଧରଣର ଉତ୍ପାଦନ ଆରମ୍ଭ କରିବ। କମ୍ପାନୀ ଭାରତକୁ ତା’ର ବୈଶ୍ବିକ ହବ୍ କରିବାକୁ ଚାହଁୁଛି। ଏହି ରଣନୀତି ସହ କମ୍ପାନୀ ଏହାର ନିର୍ମାଣ ୟୁନିଟ୍ର ଏକ ବଡ଼ […]

ନୂଆଦିଲ୍ଲୀ : ଚୀନ୍ରେ ପ୍ଲାଣ୍ଟ ସ୍ଥାପନ କରିଥିବା ଗୋଟିଏ ପରେ ଗୋଟିଏ କମ୍ପାନୀ ଏବେ ଭାରତ ମୁହାଁ। ପ୍ରଥମେ ଆପଲ ଆଉ ଏବେ ନୋକିଆ ଫୋନ୍ ନିର୍ମାତା ଏଚ୍ଏମ୍ଡି(ହ୍ୟୁମାନ ମୋବାଇଲ ଡିଭାଇସ୍) ଚୀନ ଛାଡ଼ି ଭାରତ ଆସିବ। ଫିନଲାଣ୍ଡର ଏହି ଇଲେକ୍ଟ୍ରୋନିକ କମ୍ପାନୀ ଏବେ ଚୀନ ବଦଳରେ ଭାରତରେ ବଡ଼ ଧରଣର ଉତ୍ପାଦନ ଆରମ୍ଭ କରିବ। କମ୍ପାନୀ ଭାରତକୁ ତା’ର ବୈଶ୍ବିକ ହବ୍ କରିବାକୁ ଚାହଁୁଛି। ଏହି ରଣନୀତି ସହ କମ୍ପାନୀ ଏହାର ନିର୍ମାଣ ୟୁନିଟ୍ର ଏକ ବଡ଼ ଅଂଶ ଭାରତକୁ ସ୍ଥାନାନ୍ତର କରିବାକୁ ଯାଉଛି। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।
ଏଚ୍ଏମ୍ଡିର ବୈଶ୍ବିକ ଯୋଗାଣ ଶୃଙ୍ଖଳାରେ ଗ୍ଲୋବାଲ ସପ୍ଲାଏ ଚେନ୍ରେ ଯେମିତି କୌଣସି ବାଧା ସୃଷ୍ଟି ନ ହେବ, ଏଥିପାଇଁ କମ୍ପାନୀ ଏହାର ଇଲେକ୍ଟ୍ରୋନିକ ଯୋଗାଣକାରୀ କମ୍ପାନୀଗୁଡ଼ିକୁ ମଧ୍ୟ ଭାରତରେ ପ୍ଲାଣ୍ଟ ଖୋଲିବାକୁ ପରାମର୍ଶ ଦେଇଛି। ଏ ନେଇ ବିଭିନ୍ନ କମ୍ପାନୀ ସହିତ ଆଲୋଚନା ଜାରି ରଖିଛି ଏଚ୍ଏମ୍ଡି। ଟ୍ରମ୍ପ ଆମେରିକା ରାଷ୍ଟ୍ରପତି ହେବା ପରେ ଚୀନ ସହିତ ବାଣିଜ୍ୟ ଯୁଦ୍ଧ ବଢ଼ିପାରେ। ଟ୍ରମ୍ପ ପ୍ରଶାସନ ଚୀନ ଉପରେ ଟିକସ ଲଗାଇଲେ ଦୁଇ ଶକ୍ତି ମଧ୍ୟରେ ବାଣିଜ୍ୟିକ ଯୁଦ୍ଧ ଲାଗି ରହିବ। ଏଥିରୁ ଭାରତ ବାଦପଡ଼ିଲେ କମ୍ପାନୀ ଲାଭବାନ ହେବ ବୋଲି ଆଶା ରଖିଛି।
ଏଚ୍ଏମ୍ଡିର ଜଣେ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ କହିଛନ୍ତି ଯେ କମ୍ପାନୀର ଏକ ବଡ଼ ନିର୍ମାଣ ୟୁନିଟ୍ ଭାରତକୁ ସ୍ଥାନାନ୍ତର ହେବ। ଆମେ ପୂର୍ବରୁ ଚୀନରୁ କାମ କରୁଥିଲୁ ଏବେ ଭାରତରୁ ରପ୍ତାନୀ ବଢ଼ାଇବୁ। ଚୀନ ବଦଳରେ ଭାରତକୁ ଏକ ଉତ୍ତମ ବିକଳ୍ପ ଭାବେ ଗଢ଼ି ତୋଳିବା ଆମର ଲକ୍ଷ୍ୟ ବୋଲି ସେ କହିଛନ୍ତି। ତେବେ ଚୀନରୁ ସମ୍ପୂର୍ଣ୍ଣ ନିର୍ମାଣ ୟୁନିଟ ଭାରତକୁ ଆଣିବାରେ ସମୟ ଲାଗିବ। କାରଣ ଏହା ଏକ ଜଟିଳ ପ୍ରକ୍ରିୟା। ଏଚ୍ଏମ୍ଡି ଭାରତରୁ ପଶ୍ଚିମ ଏସିଆ ଓ ଅାଫ୍ରିକାକୁ ଫିଚର ଫୋନ ଓ ସ୍ମାର୍ଟଫୋନ୍ ରପ୍ତାନୀ କରୁଛି। ହେଲେ ଭୂ-ରାଜନୈତିକ ସ୍ଥିତିରେ ପରିବର୍ତ୍ତନ ଓ ସପ୍ଲାଏ ଚେନ୍ର ସୁରକ୍ଷା ଦୃଷ୍ଟିରୁ ଆମେରିକା ଓ ୟୁରୋପକୁ ରପ୍ତାନୀ କରିବା ଆମର ବଡ଼ ଲକ୍ଷ୍ୟ ରହିବ ବୋଲି ଏଚ୍ଏମ୍ଡି ଅଧିକାରୀ କହିଛନ୍ତି। ସେହିପରି ଏଚ୍ଏମ୍ଡିର ଅନ୍ୟାନ୍ୟା ସହାୟକ କମ୍ପାନୀ ମଧ୍ୟ ଭାରତରେ ନିଜର ଷ୍ଟୋର୍ ଖୋଲିବେ ବୋଲି ଅଧିକାରୀ ଜଣକ କହିଛନ୍ତି।