ବୁଧବାର ରାଶିଫଳ (୦୭-୦୨-୨୦୨୪)

ମେଷ: ଶିକ୍ଷା କ୍ଷେତ୍ରରେ ସଫଳ ହେବେ। ଦୀର୍ଘ ଦିନରୁ ଅଟକି ଥିବା କାର୍ଯ୍ୟ ପୂରା ହେବ। ଚାକିରିରେ ପରିବର୍ତ୍ତନ ଦେଖାଦେବ। ରାଜନୀତିରେ ସକ୍ରିୟ ହୋଇପାରନ୍ତି। ବୃଷ: ବ୍ୟସ୍ତତା ଭିତରେ ସମୟ ବିତିବ । ନୂତନ ବ୍ୟବସାୟ ପାଇଁ ଯୋଜନା କରିପାରନ୍ତି। ସୃଜାନାତ୍ମକ କ୍ଷେତ୍ରରେ ସଫଳତା ହାସଲ କରିବେ। ପ୍ରେମ ଜୀବନ ସୁଖମୟ ହେବ। ମିଥୁନ: ଚାକିରିରେ ପଦୋନ୍ନତି ସମ୍ଭାବନା ଅଛି। ସ୍ବାସ୍ଥ୍ୟରେ ସୁଧାର ଆସିବ। ବାଦବିବାଦରୁ ଦୂରେଇ ରୁହନ୍ତୁ। ଉଧାର ଟଙ୍କା ଫେରିପାଇବାରେ ବିଳମ୍ବ ହେବ। କର୍କଟ: […]

ବୁଧବାର ରାଶିଫଳ (୦୭-୦୨-୨୦୨୪)
wednesday-horoscope

ମେଷ: ଶିକ୍ଷା କ୍ଷେତ୍ରରେ ସଫଳ ହେବେ। ଦୀର୍ଘ ଦିନରୁ ଅଟକି ଥିବା କାର୍ଯ୍ୟ ପୂରା ହେବ। ଚାକିରିରେ ପରିବର୍ତ୍ତନ ଦେଖାଦେବ। ରାଜନୀତିରେ ସକ୍ରିୟ ହୋଇପାରନ୍ତି।

ବୃଷ: ବ୍ୟସ୍ତତା ଭିତରେ ସମୟ ବିତିବ । ନୂତନ ବ୍ୟବସାୟ ପାଇଁ ଯୋଜନା କରିପାରନ୍ତି। ସୃଜାନାତ୍ମକ କ୍ଷେତ୍ରରେ ସଫଳତା ହାସଲ କରିବେ। ପ୍ରେମ ଜୀବନ ସୁଖମୟ ହେବ।

ମିଥୁନ: ଚାକିରିରେ ପଦୋନ୍ନତି ସମ୍ଭାବନା ଅଛି। ସ୍ବାସ୍ଥ୍ୟରେ ସୁଧାର ଆସିବ। ବାଦବିବାଦରୁ ଦୂରେଇ ରୁହନ୍ତୁ। ଉଧାର ଟଙ୍କା ଫେରିପାଇବାରେ ବିଳମ୍ବ ହେବ।

କର୍କଟ: ଆର୍ଥିକ ସ୍ଥିତିରେ ଉନ୍ନତି ପରିଲକ୍ଷିତ ହେବ। ବ୍ୟୟ ବୃଦ୍ଧି ହେବ। ଚାକିରିରେ ନୂଆ ସୁଯୋଗ ଜୁଟିବ। ନିଜ ଲୋକଙ୍କ ଠାରୁ ପ୍ରତାରିତ ହୋଇପାରନ୍ତି।

ସିଂହ: ବାଦବିବାଦରେ ପଡ଼ିପାରନ୍ତି। ବ୍ୟବହାରରେ ସଂଯମତା ରକ୍ଷା କରନ୍ତୁ। ତରିବରିଆ ନିଷ୍ପତ୍ତି ନିଅନ୍ତୁନି। ଶିକ୍ଷା କ୍ଷେତ୍ରରେ ସମ୍ମାନ ମିଳିବ। ଯାନବାହନ କ୍ରୟ କରିପାରନ୍ତି।

କନ୍ୟା: ପଡ଼ୋଶୀଙ୍କ ସହ ମତାନ୍ତର ହୋଇପାରେ। ଚାକିରିରେ ସହକର୍ମୀଙ୍କ ସହଯୋଗ ରହିବ। ଆୟ ଅନୁସାରେ ବ୍ୟୟ ଅଧିକ ହେବ। ଅକସ୍ମାତ ଧନପ୍ରାପ୍ତି ହେବ।

ତୁଳା: ସରକାରୀ ଚାକିରିଆଙ୍କ ପାଇଁ ଦିନଟି । ଧାର କରଜ କରିପାରନ୍ତି। ମହିଳାମାନେ ଭବିଷ୍ୟତ ପାଇଁ ବଡ଼ ନିଷ୍ପତ୍ତି ନେବେ। ଅଫିସ୍‌ରେ ପଦୋନ୍ନତି ସମ୍ଭାବନା ଅଛି।

ବିଛା: ସମୟ ପୂର୍ବରୁ ସମସ୍ତ କାର୍ଯ୍ୟ ପୂରା କରିବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ପିଲାମାନେ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଭଲ କରିେବ।

ଧନୁ: କଳା ଓ ସାହିତ୍ୟ କ୍ଷେତ୍ରରେ ସମ୍ମାନିତ ହେବେ। ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବେ। ଆର୍ଥିକ ଉନ୍ନତି ହୋଇପାରେ । ପ୍ରେମ ବ୍ୟାପାରରେ ସଫଳ ହେବେ।

ମକର: ଛାତ୍ରଛାତ୍ରୀ ପଢ଼ାରେ ଧ୍ୟାନ ଦେବେ। ଅଫିସ୍‌ କାର୍ଯ୍ୟ ପାଇଁ ବିଦେଶ ଯାତ୍ରା କରିପାରନ୍ତି। ଦାମ୍ପତ୍ୟ ଜୀବନରେ ସମସ୍ୟା ଦେଖା ଦେବ। ଭାବିଚିନ୍ତି କଥାବାର୍ତ୍ତା କରନ୍ତୁ।

କୁମ୍ଭ: ଘର ପାଇଁ ନୂଆ ଜିନିଷ କିଣିବେ। ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ମିଳିବ। ଛାତ୍ରଛାତ୍ରୀ ପରୀକ୍ଷାରେ କୃତକାର୍ଯ୍ୟ ହେବେ। ପ୍ରେମିକ ପ୍ରେମିକାଙ୍କ ଲାଗି ଦିନଟି ଭଲ।

ମୀନ: ନିଜ ପାଇଁ ସମୟ ବାହାର କରିବେ। ଧାର୍ମିକ କାର୍ଯ୍ୟରେ ନିୟୋଜିତ ହେବେ। ପୈତୃକ ସମ୍ପତ୍ତି ବିବାଦର ସମାଧାନ ହେବ। ପିଲାମାନେ ଖେଳ ମନସ୍କ ହୋଇପାରନ୍ତି।