ପ୍ରଥମ ଥର ମାନିଲେ ପାକିସ୍ତାନ ସରକାର, ଇଣ୍ଟରନେଟରେ ହୋଇଛି ଗଡବଡ

ଇସଲାମାବାଦ,୧୬।୮: ପାକିସ୍ତାନ ସରକାର ପ୍ରଥମ ଥର ପାଇଁ ସ୍ବୀକାର କରିଛନ୍ତି ଯେ ସେ ତାଙ୍କର ୱେବ ମ୍ୟାନେଜମେଣ୍ଟ ସିଷ୍ଟମକୁ ଅପଗ୍ରେଡ କରୁଛନ୍ତି, ଯାହାଦ୍ୱାରା ସାଇବର ସୁରକ୍ଷା ଚ୍ୟାଲେଞ୍ଜ ଗୁଡିକୁ ମୁକାବିଲା କରାଯାଇପାରିବ। ସୂଚନାଯୋଗ୍ୟ, ଆଜିକାଲି ପାକିସ୍ତାନରେ ଇଣ୍ଟରନେଟର ସମସ୍ୟା ଦେଖାଦେଇଛି ଏବଂ ଲକ୍ଷ ଲକ୍ଷ ଲୋକ ଇଣ୍ଟରନେଟ ଗ୍ଲିଚ ଉପରେ ଅଭିଯୋଗ କରୁଛନ୍ତି। ବିଶେଷକରି ମୋବାଇଲ ଇଣ୍ଟରନେଟରେ ସବୁଠାରୁ ବଡ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ତେବେ ପାକିସ୍ତାନ ସରକାର ଏହା ବିଷୟରେ ଅଜ୍ଞତା ପ୍ରକାଶ କରୁଛନ୍ତି […] The post ପ୍ରଥମ ଥର ମାନିଲେ ପାକିସ୍ତାନ ସରକାର, ଇଣ୍ଟରନେଟରେ ହୋଇଛି ଗଡବଡ appeared first on Dharitri Odia News.

ପ୍ରଥମ ଥର ମାନିଲେ ପାକିସ୍ତାନ ସରକାର, ଇଣ୍ଟରନେଟରେ ହୋଇଛି ଗଡବଡ

ଇସଲାମାବାଦ,୧୬।୮: ପାକିସ୍ତାନ ସରକାର ପ୍ରଥମ ଥର ପାଇଁ ସ୍ବୀକାର କରିଛନ୍ତି ଯେ ସେ ତାଙ୍କର ୱେବ ମ୍ୟାନେଜମେଣ୍ଟ ସିଷ୍ଟମକୁ ଅପଗ୍ରେଡ କରୁଛନ୍ତି, ଯାହାଦ୍ୱାରା ସାଇବର ସୁରକ୍ଷା ଚ୍ୟାଲେଞ୍ଜ ଗୁଡିକୁ ମୁକାବିଲା କରାଯାଇପାରିବ। ସୂଚନାଯୋଗ୍ୟ, ଆଜିକାଲି ପାକିସ୍ତାନରେ ଇଣ୍ଟରନେଟର ସମସ୍ୟା ଦେଖାଦେଇଛି ଏବଂ ଲକ୍ଷ ଲକ୍ଷ ଲୋକ ଇଣ୍ଟରନେଟ ଗ୍ଲିଚ ଉପରେ ଅଭିଯୋଗ କରୁଛନ୍ତି। ବିଶେଷକରି ମୋବାଇଲ ଇଣ୍ଟରନେଟରେ ସବୁଠାରୁ ବଡ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ତେବେ ପାକିସ୍ତାନ ସରକାର ଏହା ବିଷୟରେ ଅଜ୍ଞତା ପ୍ରକାଶ କରୁଛନ୍ତି କିମ୍ବା ଟେଲିକମ ଏବଂ ଇଣ୍ଟରନେଟ ସେବା ପ୍ରଦାନକାରୀଙ୍କ ଦାୟିତ୍ୱ ବୋଲି କହିଛନ୍ତି।
ବର୍ତ୍ତମାନ ଗୁରୁବାର ସୂଚନା ପ୍ରଯୁକ୍ତିବିଦ୍ୟା ଉପରେ ପାକିସ୍ତାନୀ ସିନେଟର ଷ୍ଟାଣ୍ଡିଂ କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକ ପରେ ଆଇଟି ଏବଂ ଟେଲି ଯୋଗାଯୋଗ ମନ୍ତ୍ରୀ ଶାଜା ଫାତିମା ଖ୍ବାଜା କହିଛନ୍ତି ଯେ ସରକାର ପାକିସ୍ତାନ ଟେଲିକମ୍ୟୁନିକେସନ ଅଥରିଟିରୁ ରିପୋର୍ଟ ମାଗିଛନ୍ତି। ଖ୍ବାଜା କହିଛନ୍ତି ଯେ ଇଣ୍ଟରନେଟ ଧୀର ହେବା ଉଚିତ୍‌ ନୁହେଁ। ଆମେ ପାକିସ୍ତାନକୁ 5G ଟେକ୍ନୋଲୋଜି ଆଣିବା ବିଷୟରେ କହୁଛୁ ଏବଂ ଏଥିରେ କୌଣସି ସନ୍ଦେହ ନାହିଁ ଯେ ହାଇ ସ୍ପିଡ ଇଣ୍ଟରନେଟ ପାଇଁ ଆଲୋଚନା ଚାଲିଛି।

The post ପ୍ରଥମ ଥର ମାନିଲେ ପାକିସ୍ତାନ ସରକାର, ଇଣ୍ଟରନେଟରେ ହୋଇଛି ଗଡବଡ appeared first on Dharitri Odia News.