ଛେଳି ଚରାଇବାକୁ ଯାଇଥିବାବେଳେ ହାତୀ ହାବୁଡରେ ପଡିଗଲେ ମହିଳା
କେନ୍ଦୁଝର,୧୧।୧ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଘଟଗାଁ ରେଞ୍ଜ ଅନ୍ତର୍ଗତ ଗୟଳ ମୁଣ୍ଡା ଗ୍ରାମରେ ଶୁକ୍ରବାର ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ହେଉଛନ୍ତି ସୁକୁରି ଜୁଆଙ୍ଗ(୫୩)। ସେ ଗତକାଲି ଅପରାହ୍ନରେ ବାରବାଙ୍କ ସଂରକ୍ଷିତ ଜଙ୍ଗଲରେ ଛେଳି ଚରାଇବାକୁ ଯାଇଥିବା ବେଳେ ଏକ ହାତୀ ହାବୁଡରେ ପଡିଯାଇଥିଲେ। ଫଳରେ ହାତୀ ତାଙ୍କୁ ଆକ୍ରମଣ କରିଥିଲା। ବନ ବିଭାଗ କର୍ମଚାରୀ ଖବରପାଇ ତାଙ୍କୁ ଉଦ୍ଧାର କରି ପ୍ରଥମେ ଘଟଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ […] The post ଛେଳି ଚରାଇବାକୁ ଯାଇଥିବାବେଳେ ହାତୀ ହାବୁଡରେ ପଡିଗଲେ ମହିଳା appeared first on Dharitri Odia News.
କେନ୍ଦୁଝର,୧୧।୧ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଘଟଗାଁ ରେଞ୍ଜ ଅନ୍ତର୍ଗତ ଗୟଳ ମୁଣ୍ଡା ଗ୍ରାମରେ ଶୁକ୍ରବାର ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ହେଉଛନ୍ତି ସୁକୁରି ଜୁଆଙ୍ଗ(୫୩)। ସେ ଗତକାଲି ଅପରାହ୍ନରେ ବାରବାଙ୍କ ସଂରକ୍ଷିତ ଜଙ୍ଗଲରେ ଛେଳି ଚରାଇବାକୁ ଯାଇଥିବା ବେଳେ ଏକ ହାତୀ ହାବୁଡରେ ପଡିଯାଇଥିଲେ। ଫଳରେ ହାତୀ ତାଙ୍କୁ ଆକ୍ରମଣ କରିଥିଲା। ବନ ବିଭାଗ କର୍ମଚାରୀ ଖବରପାଇ ତାଙ୍କୁ ଉଦ୍ଧାର କରି ପ୍ରଥମେ ଘଟଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲେ। ସେଠାରେ ଆଜି ମୃତ୍ୟୁ ହୋଇଥିବା ଡାକ୍ତର ଘୋଷଣା କରିଛନ୍ତି। ବନ ବିଭାଗ ପକ୍ଷରୁ ତଦନ୍ତ କରାଯାଇ ଉପଯୁକ୍ତ କ୍ଷତିପୂରଣ ଦିଆଯିବ ବୋଲି ସୂଚନା ମିଳିଛି।
The post ଛେଳି ଚରାଇବାକୁ ଯାଇଥିବାବେଳେ ହାତୀ ହାବୁଡରେ ପଡିଗଲେ ମହିଳା appeared first on Dharitri Odia News.