ସିଜେଆଇଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଲେ ରାମଗୋପାଳ ଯାଦବ
ନୂଆଦିଲ୍ଲୀ,୨୨ା୧୦: ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଉପରେ ସମାଜବାଦୀ ପାର୍ଟି ଏମ୍ପି ରାମଗୋପାଳ ଯାଦବ କ୍ୟାମେରା ଆଗରେ ଆପତ୍ତିଜନକ ମନ୍ତବ୍ୟ ଦେବା ପରେ ଏହାକୁ ନେଇ ବିବାଦ ଦେଖାଦେଇଥିଲା। ପରେ ରାମଗୋପାଳ ସିଜେଆଇଙ୍କ ପ୍ରତି କୌଣସି ଆପତ୍ତିଜନକ ମନ୍ତବ୍ୟ ଦେଇ ନ ଥିବା ସଫେଇ ଦେଇଛନ୍ତି। ସୂଚନାଯୋଗ୍ୟ, ଅଯୋଧ୍ୟା ବିବାଦର ସମାଧାନ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଥିଲି ବୋଲି ସିଜେଆଇ ଚନ୍ଦ୍ରଚୂଡ଼ କହିଥିଲେ। ଏହା ଉପରେ ରାମଗୋପାଳ ଦେଇଥିବା ମନ୍ତବ୍ୟକୁ ନେଇ ବିବାଦ […] The post ସିଜେଆଇଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଲେ ରାମଗୋପାଳ ଯାଦବ appeared first on Dharitri Odia News.
ନୂଆଦିଲ୍ଲୀ,୨୨ା୧୦: ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଉପରେ ସମାଜବାଦୀ ପାର୍ଟି ଏମ୍ପି ରାମଗୋପାଳ ଯାଦବ କ୍ୟାମେରା ଆଗରେ ଆପତ୍ତିଜନକ ମନ୍ତବ୍ୟ ଦେବା ପରେ ଏହାକୁ ନେଇ ବିବାଦ ଦେଖାଦେଇଥିଲା। ପରେ ରାମଗୋପାଳ ସିଜେଆଇଙ୍କ ପ୍ରତି କୌଣସି ଆପତ୍ତିଜନକ ମନ୍ତବ୍ୟ ଦେଇ ନ ଥିବା ସଫେଇ ଦେଇଛନ୍ତି। ସୂଚନାଯୋଗ୍ୟ, ଅଯୋଧ୍ୟା ବିବାଦର ସମାଧାନ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଥିଲି ବୋଲି ସିଜେଆଇ ଚନ୍ଦ୍ରଚୂଡ଼ କହିଥିଲେ। ଏହା ଉପରେ ରାମଗୋପାଳ ଦେଇଥିବା ମନ୍ତବ୍ୟକୁ ନେଇ ବିବାଦ ଜୋର୍ ଧରିଥିଲା। ସମାଲୋଚିତ ହେବା ପରେ ରାମଗୋପାଳ ସେଭଳି ମନ୍ତବ୍ୟ ଦେଇ ନ ଥିବା ଏବଂ ପ୍ରଧାନ ବିଚାରପତିଙ୍କ ଉପରେ ତାଙ୍କୁ କେହି କିଛି ପଚାରି ନ ଥିବା କହିଛନ୍ତି।
The post ସିଜେଆଇଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଲେ ରାମଗୋପାଳ ଯାଦବ appeared first on Dharitri Odia News.