ଏବେ ଭାରତ-ମ୍ୟାନ୍‌ମାର୍‌ ମଧ୍ୟରେ ହେବନି ଅବାଧ ଯିବାଆସିବା, ଟ୍ରାଭେଲ ଡକ୍ୟୁମେଣ୍ଟ ହେବ ଆବଶ୍ୟକ

ନୂଆଦିଲ୍ଲୀ,୮।୨: ଭାରତ ଏବଂ ମ୍ୟାନ୍‌ମାର୍‌ ମଧ୍ୟରେ ଅବାଧ ଯିବାଆସିବା ବ୍ୟବସ୍ଥାକୁ ସରକାର ଗୁରୁବାର ରଦ୍ଦ କରିଛନ୍ତି। ଅବାଧ ଯିବାଆସିବା ବ୍ୟବସ୍ଥା ଅନ୍ତର୍ଜାତୀୟ ସୀମାର ଉଭୟ ପାର୍ଶ୍ୱରେ ରହୁଥିବା ଲୋକଙ୍କୁ ଭିଜା ବିନା ପରସ୍ପରର ୧୬ କିଲୋମିଟର ମଧ୍ୟରେ ଯାତ୍ରା କରିବାକୁ ଅନୁମତି ଦେଇଥାଏ। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏକ୍ସରେ କହିଛନ୍ତି ଯେ, ଆମର ସୀମା ସୁରକ୍ଷିତ ରହିବା ପ୍ରଧାନମନ୍ତ୍ରୀ ମୋଦିଙ୍କ ସଂକଳ୍ପ। ତେଣୁ ଦେଶର ଆଭ୍ୟନ୍ତରୀଣ ନିରାପତ୍ତାକୁ ସୁନିଶ୍ଚିତ କରିବା ଏବଂ ଉତ୍ତର-ପୂର୍ବ ରାଜ୍ୟଗୁଡିକର […] The post ଏବେ ଭାରତ-ମ୍ୟାନ୍‌ମାର୍‌ ମଧ୍ୟରେ ହେବନି ଅବାଧ ଯିବାଆସିବା, ଟ୍ରାଭେଲ ଡକ୍ୟୁମେଣ୍ଟ ହେବ ଆବଶ୍ୟକ appeared first on Dharitri Odia News.

ଏବେ ଭାରତ-ମ୍ୟାନ୍‌ମାର୍‌ ମଧ୍ୟରେ ହେବନି ଅବାଧ ଯିବାଆସିବା, ଟ୍ରାଭେଲ ଡକ୍ୟୁମେଣ୍ଟ ହେବ ଆବଶ୍ୟକ

ନୂଆଦିଲ୍ଲୀ,୮।୨: ଭାରତ ଏବଂ ମ୍ୟାନ୍‌ମାର୍‌ ମଧ୍ୟରେ ଅବାଧ ଯିବାଆସିବା ବ୍ୟବସ୍ଥାକୁ ସରକାର ଗୁରୁବାର ରଦ୍ଦ କରିଛନ୍ତି। ଅବାଧ ଯିବାଆସିବା ବ୍ୟବସ୍ଥା ଅନ୍ତର୍ଜାତୀୟ ସୀମାର ଉଭୟ ପାର୍ଶ୍ୱରେ ରହୁଥିବା ଲୋକଙ୍କୁ ଭିଜା ବିନା ପରସ୍ପରର ୧୬ କିଲୋମିଟର ମଧ୍ୟରେ ଯାତ୍ରା କରିବାକୁ ଅନୁମତି ଦେଇଥାଏ। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏକ୍ସରେ କହିଛନ୍ତି ଯେ, ଆମର ସୀମା ସୁରକ୍ଷିତ ରହିବା ପ୍ରଧାନମନ୍ତ୍ରୀ ମୋଦିଙ୍କ ସଂକଳ୍ପ। ତେଣୁ ଦେଶର ଆଭ୍ୟନ୍ତରୀଣ ନିରାପତ୍ତାକୁ ସୁନିଶ୍ଚିତ କରିବା ଏବଂ ଉତ୍ତର-ପୂର୍ବ ରାଜ୍ୟଗୁଡିକର ଜନସଂଖ୍ୟା ସଂରଚନାକୁ ବଜାୟ ରଖିବା ପାଇଁ ଏହି ବ୍ୟବସ୍ଥା ରଦ୍ଦ କରାଯିବ ବୋଲି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ବିବୃତ୍ତିର ଦୁଇ ଦିନ ପରେ ଏହି ନିଷ୍ପତ୍ତି ନିଆଯାଇଛି। ଯେଉଁଥିରେ ସେ କହିଥିଲେ ଯେ ମ୍ୟାନ୍‌ମାର୍‌ ସହିତ ୧,୬୪୩ କିଲୋମିଟର ଲମ୍ବା ସୀମାରେ ବାଡ ଏବଂ ସୁରକ୍ଷା ବାହିନୀ ପାଇଁ ପାଟ୍ରୋଲିଂ ଟ୍ରାକ ମଧ୍ୟ ନିର୍ମାଣ କରାଯିବ।

The post ଏବେ ଭାରତ-ମ୍ୟାନ୍‌ମାର୍‌ ମଧ୍ୟରେ ହେବନି ଅବାଧ ଯିବାଆସିବା, ଟ୍ରାଭେଲ ଡକ୍ୟୁମେଣ୍ଟ ହେବ ଆବଶ୍ୟକ appeared first on Dharitri Odia News.