ବ୍ରିଜ୍‌ଭୂଷଣଙ୍କ ପୁଅଙ୍କ ସହ ଥିବା ଗାଡ଼ି ଧକ୍କାରେ ୨ ମୃତ

ଲକ୍ଷ୍ନୌ,୨୯ା୫:  ଉତ୍ତରପ୍ରଦେଶର ବାହୁବଳୀ ନେତା ତଥା ରେସ୍‌ଲିଂ ଫେଡେରେଶନ୍‌ର ପୂର୍ବତନ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂଙ୍କ ପୁଅ କରନ ଭୂଷଣ ସିଂଙ୍କ ସହ ଥିବା ଏକ କାର୍‌ ଧକ୍କାରେ ଜଣେ ନାବାଳକଙ୍କ ସମେତ ୨ ଜଣଙ୍କ ମୃୃତ୍ୟୁ ଘଟିଛି। ଗୋଣ୍ଡାଠାରେ ବୁଧବାର ଏହି ଦୁର୍ଘଟଣା ଘଟିଛି। କୈଶରଗଞ୍ଜ ଲୋକ ସଭା ଆସନରୁ ଭାଜପା ପ୍ରାର୍ଥୀ କରନଙ୍କ ସହ ଥିବା ଗାଡ଼ିପୁଞ୍ଜ ମଧ୍ୟରୁ ଗୋଟିଏ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ତେବେ ଦୁର୍ଘଟଣା ବେଳେ କରନ ସେହି ଗାଡ଼ିରେ […] The post ବ୍ରିଜ୍‌ଭୂଷଣଙ୍କ ପୁଅଙ୍କ ସହ ଥିବା ଗାଡ଼ି ଧକ୍କାରେ ୨ ମୃତ appeared first on Dharitri Odia News.

ବ୍ରିଜ୍‌ଭୂଷଣଙ୍କ ପୁଅଙ୍କ ସହ ଥିବା ଗାଡ଼ି ଧକ୍କାରେ ୨ ମୃତ

ଲକ୍ଷ୍ନୌ,୨୯ା୫:  ଉତ୍ତରପ୍ରଦେଶର ବାହୁବଳୀ ନେତା ତଥା ରେସ୍‌ଲିଂ ଫେଡେରେଶନ୍‌ର ପୂର୍ବତନ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂଙ୍କ ପୁଅ କରନ ଭୂଷଣ ସିଂଙ୍କ ସହ ଥିବା ଏକ କାର୍‌ ଧକ୍କାରେ ଜଣେ ନାବାଳକଙ୍କ ସମେତ ୨ ଜଣଙ୍କ ମୃୃତ୍ୟୁ ଘଟିଛି।

ଗୋଣ୍ଡାଠାରେ ବୁଧବାର ଏହି ଦୁର୍ଘଟଣା ଘଟିଛି। କୈଶରଗଞ୍ଜ ଲୋକ ସଭା ଆସନରୁ ଭାଜପା ପ୍ରାର୍ଥୀ କରନଙ୍କ ସହ ଥିବା ଗାଡ଼ିପୁଞ୍ଜ ମଧ୍ୟରୁ ଗୋଟିଏ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ତେବେ ଦୁର୍ଘଟଣା ବେଳେ କରନ ସେହି ଗାଡ଼ିରେ ଥିଲେ କି ନାହିଁ ସ୍ପଷ୍ଟ ହୋଇନି।

ମହିଳା କୁସ୍ତିଯୋଦ୍ଧାଙ୍କୁ ଯୌନ ନିର୍ଯାତନା ଅଭିଯୋଗକୁ ନେଇ ବ୍ରିଜ୍‌ଭୂଷଣ ବିବାଦ ଘେରକୁ ଆସିବା ସହ ରେସ୍‌ଲିଂ ଫେଡେରେଶନ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ଏହି ମାମଲାରେ ତାଙ୍କ ବିରୋଧରେ ଦିଲ୍ଲୀର ଏକ ଅଦାଲତରେ ଚାର୍ଜଫ୍ରେମ୍‌ ହୋଇଛି।

The post ବ୍ରିଜ୍‌ଭୂଷଣଙ୍କ ପୁଅଙ୍କ ସହ ଥିବା ଗାଡ଼ି ଧକ୍କାରେ ୨ ମୃତ appeared first on Dharitri Odia News.