ମୋର ଟିକେଟ ଫାଇନାଲ

ଦେବଗଡ଼, ୧୪।୩ (ଶଶାଙ୍କ ଶେଖର ଝାଙ୍କର)ଦେବଗଡ଼ ଜିଲା ଗୋଟିଏ ବିଧାନସଭା ନିର୍ବାଚନମଣ୍ଡଳୀ। ଏଠାରେ ସବୁ ଦଳରେ ଅନେକ ଟିକେଟ ଆଶାୟୀ ଅଛନ୍ତି। ତେବେ ଟିକେଟ କିଏ ପାଇବ ତାହା ଭବିଷ୍ୟତ କହିବ। କିନ୍ତୁ ବିଭିନ୍ନ ଦଳର କେତେକ ନେତା ବାଟଘାଟରେ, ଚା ଖଟିରେ, ଜଳଖିଆ ଦୋକାନରେ କହିବୁଲୁଛନ୍ତି ‘ମୋର ଟିକେଟ ଫାଇନାଲ’। ଏପରିକି ସାମାଜିକ ଗଣମାଧ୍ୟମରେ ମଧ୍ୟ କେତେକ ନେତା ଟିକେଟ ମିଳିବା ନିଶ୍ଚିତ ବୋଲି ପୋଷ୍ଟ କରୁଛନ୍ତି। ଏହା ପଢି ଲୋକେ ମଧ୍ୟ ବିଭିନ୍ନ ପ୍ରକାର […] The post ମୋର ଟିକେଟ ଫାଇନାଲ appeared first on Dharitri Odia News.

ମୋର ଟିକେଟ ଫାଇନାଲ

ଦେବଗଡ଼, ୧୪।୩ (ଶଶାଙ୍କ ଶେଖର ଝାଙ୍କର)ଦେବଗଡ଼ ଜିଲା ଗୋଟିଏ ବିଧାନସଭା ନିର୍ବାଚନମଣ୍ଡଳୀ। ଏଠାରେ ସବୁ ଦଳରେ ଅନେକ ଟିକେଟ ଆଶାୟୀ ଅଛନ୍ତି। ତେବେ ଟିକେଟ କିଏ ପାଇବ ତାହା ଭବିଷ୍ୟତ କହିବ। କିନ୍ତୁ ବିଭିନ୍ନ ଦଳର କେତେକ ନେତା ବାଟଘାଟରେ, ଚା ଖଟିରେ, ଜଳଖିଆ ଦୋକାନରେ କହିବୁଲୁଛନ୍ତି ‘ମୋର ଟିକେଟ ଫାଇନାଲ’। ଏପରିକି ସାମାଜିକ ଗଣମାଧ୍ୟମରେ ମଧ୍ୟ କେତେକ ନେତା ଟିକେଟ ମିଳିବା ନିଶ୍ଚିତ ବୋଲି ପୋଷ୍ଟ କରୁଛନ୍ତି। ଏହା ପଢି ଲୋକେ ମଧ୍ୟ ବିଭିନ୍ନ ପ୍ରକାର କମେଣ୍ଟ ଦେଉଛନ୍ତି। ଯାହାକୁ ନେଇ ଦେବଗଡ଼ ସହର ସମେତ ଜିଲାରେ ଚର୍ଚ୍ଚା ଜୋର ଧରିଛି। ନିର୍ବାଚନ ତାରିଖ ଘୋଷଣା ହୋଇନାହିଁ। କିନ୍ତୁ ଏଠାରେ ନିର୍ବାଚନୀ ଉଷ୍ମତା ବଢିଗଲାଣି। ବିଜେଡି-ଭାଜପା ମଧ୍ୟରେ ମେଣ୍ଟ ହେବ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ପୁଣି ଯଦି ମେଣ୍ଟ ହୁଏ ତେବେ ଦେବଗଡ଼ ଆସନ କାହା ଭାଗରେ ପଡ଼ିବ। ଏମିତି ଅନେକ ପ୍ରସଙ୍ଗ ବାକି ଥିବାବେଳେ ଏଠାରେ କେତେକ ନେତା ଟିକେଟ ଫାଇନାଲ ନେଇ କହି ବୁଲିବା ଜନସାଧାରଣଙ୍କୁ ଚର୍ଚ୍ଚା ଲାଗି ଖୋରାକ୍‌ ଯୋଗାଉଛି। ସାଧାରଣଲୋକେ ଏଭଳି ନେତାଙ୍କୁ ପଛରେ ସମାଲୋଚନା କରିବାକୁ ବି ପଛାଉ ନାହାନ୍ତି। ବିଜେଡି, ଭାଜପାର ଅନେକ ନେତା ଏଠାରେ ଟିକେଟ ପାଇଁ ଆଶାୟୀ ଅଛନ୍ତି। ଏପରିକି କଂଗ୍ରେସର ମଧ୍ୟ ଏକାଧିକ ନେତା ଟିକେଟ ପାଇଁ ଆଶାୟୀ ଅଛନ୍ତି। କିଏ କହୁଛନ୍ତି, ‘ଭୁବନେଶ୍ୱରର ମୋର ଖାତିର ଅଛି, ରାଜ୍ୟସ୍ତରୀୟ ନେତାଙ୍କର ମୋ ଉପରେ ଭରସା ଅଛି’। ତେଣୁ ମୋର ଟିକେଟ ପାଇବା ଏକ ପ୍ରକାର ଫାଇନାଲ। କିଏ ପୁଣି କହୁଛନ୍ତି, ‘ମୋର ଦିଲ୍ଲୀରେ ଜାତୀୟ ସ୍ତରର ନେତାଙ୍କ ସହିତ ସମ୍ପର୍କ ଅଛି, ତେଣୁ ମୋର ଟିକେଟ ଫାଇନାଲ। ଆଉ କିଏ ପୁଣି କହୁଛନ୍ତି, ‘ବିଜେଡି-ଭାଜପା ମେଣ୍ଟ ହେଉ ବା ନ ହେଉ ମୋର ଟିକେଟ ଫାଇନାଲ। ଏବେ ଦେବଗଡ଼ରେ କେତେକ ନେତାଙ୍କ ମୁହଁରେ କେବଳ ଗୋଟିଏ କଥା ‘ମୋର ଟିକେଟ ଫାଇନାଲ’। ଏପରି ସ୍ଥିତିରେ ସାଧାରଣ ଲୋକେ ଚିନ୍ତିତ ହୋଇପଡ଼ିଛନ୍ତି। ସତରେ କିଏ ପାଇବେ ଟିକେଟ। ଅନ୍ୟ ପକ୍ଷରେ ମେଣ୍ଟ ହେଉଛି କି ନାହିଁ ସେଇଟା ଅଲଗା କଥା। ବିଭିନ୍ନ ଦଳରେ ମିଶ୍ରଣ ପର୍ବ ଜୋର୍‌ଦାର ଚାଲିଛି। ଆଜି କଂଗ୍ରେସରେ ଦଳେ ମିଶି ଗଲେଣି ତ କାଲି ବିଜେଡିରେ ଦଳେ ମିଶି ଗଲେଣି। ପୁଣି କିଛି ଭାଜପାରେ ମିଶିଗଲେଣି। ସବୁ ଦଳ ମିଶ୍ରଣ ପର୍ବ ପରି ନିଜର ସଙ୍ଗଠନ ବୃଦ୍ଧି କରିବାରେ ଲାଗିଛନ୍ତି। ଦେଖାଯାଉ ଆଗକୁ କିଏ ଟିକେଟ ପାଉଛନ୍ତି। ଏଠାରେ ଭାଜପା-ବିଜେଡି ପରସ୍ପର ବିରୋଧରେ କହି ବୁଲୁଥିବାବେଳେ ଯଦି ମେଣ୍ଟ ହୁଏ, ତେବେ ଉଭୟ ଦଳ କିଭଳି ଏକହୋଇ କାମ କରିବେ ତାହା ଲୋକଙ୍କୁ ଦେଖିବାକୁ ବାକି ରହିଲା। ଏବେ ଟିକେଟ ଆଶାୟୀ ନେତାଙ୍କୁ ଆଉ ନିଦ ହେଉନାହିଁ। ଗାଁ ସହର ସବୁଠି ଘୂରି ବୁଲୁଛନ୍ତି। ବିଭିନ୍ନ ସ୍ଥାନରେ ପୂଜା, ଉତ୍ସବ, ଖେଳକୁଦରେ ସାମିଲ ହୋଇ ଲୋକଙ୍କ ମନ କିଣିବାକୁ ଚେଷ୍ଟା କରୁଛନ୍ତି। ଟିକେଟ ମିଳୁ କି ନ ମିଳୁ ମନ କିଣିବାରେ ଲାଗିଛନ୍ତି। କାରଣ ଏଠାରେ କେତେକ ନେତା ମନେ ମନେ ଭାବି ନେଇଛନ୍ତି, ତାଙ୍କର ଟିକଟ ଫାଇନାଲ। ହେଲେ ସମୟ କହିବ କାହାର ଫାଇନାଲ।

The post ମୋର ଟିକେଟ ଫାଇନାଲ appeared first on Dharitri Odia News.