ରେକର୍ଡ କଲା ଭାରତ: ୧୦୦୦ ଆରବ ଡଲାର ପାର କଲା ପ୍ରତ୍ୟେକ୍ଷ ବିଦେଶ ନିବେଶ

ନୂଆଦିଲ୍ଲୀ,୧୩ା୧୨: ଭାରତରେ ପ୍ରତ୍ୟେକ୍ଷ ବିଦେଶ ନିବେଶ(ଏଫଡିଆଇ) ୨୦୦୦ ରୁ ୨୦୨୪ ମଧ୍ୟରେ ୧୦୦୦ ଆରବ ଡଲାର ପାର କରିଛି। ଏହା ବିଶ୍ୱସ୍ତରରେ ଏକ ନିରାପଦ ଏବଂ ପ୍ରାଥମିକ ପୁଞ୍ଜି ବିନିଯୋଗ ଲକ୍ଷ୍ୟ ଭାବରେ ଦେଶର ସୁନାମକୁ ସ୍ୱୀକୃତି ପ୍ରଦାନ କରୁଛି। ଏହି ନିବେଶ ଗୁଡିକ ମଧ୍ୟରୁ ଅଧିକାଂଶ ସେବା କ୍ଷେତ୍ର, କମ୍ପ୍ୟୁଟର ସଫ୍ଟୱେର୍ ଏବଂ ହାର୍ଡୱେର୍, ଟେଲିକମ୍, ବାଣିଜ୍ୟ, ଭିତ୍ତିଭୂମି, ଅଟୋମୋବାଇଲ୍, ରାସାୟନିକ ପଦାର୍ଥ ଏବଂ ଫାର୍ମାସ୍ୟୁଟିକାଲ୍ କ୍ଷେତ୍ରରେ ଆସିଛି। ଶିଳ୍ପ ଏବଂ ଆଭ୍ୟନ୍ତରୀଣ ବାଣିଜ୍ୟର ପ୍ରୋତ୍ସାହନ […] The post ରେକର୍ଡ କଲା ଭାରତ: ୧୦୦୦ ଆରବ ଡଲାର ପାର କଲା ପ୍ରତ୍ୟେକ୍ଷ ବିଦେଶ ନିବେଶ appeared first on Dharitri Odia News.

ରେକର୍ଡ କଲା ଭାରତ: ୧୦୦୦ ଆରବ ଡଲାର ପାର କଲା ପ୍ରତ୍ୟେକ୍ଷ ବିଦେଶ ନିବେଶ

ନୂଆଦିଲ୍ଲୀ,୧୩ା୧୨: ଭାରତରେ ପ୍ରତ୍ୟେକ୍ଷ ବିଦେଶ ନିବେଶ(ଏଫଡିଆଇ) ୨୦୦୦ ରୁ ୨୦୨୪ ମଧ୍ୟରେ ୧୦୦୦ ଆରବ ଡଲାର ପାର କରିଛି। ଏହା ବିଶ୍ୱସ୍ତରରେ ଏକ ନିରାପଦ ଏବଂ ପ୍ରାଥମିକ ପୁଞ୍ଜି ବିନିଯୋଗ ଲକ୍ଷ୍ୟ ଭାବରେ ଦେଶର ସୁନାମକୁ ସ୍ୱୀକୃତି ପ୍ରଦାନ କରୁଛି। ଏହି ନିବେଶ ଗୁଡିକ ମଧ୍ୟରୁ ଅଧିକାଂଶ ସେବା କ୍ଷେତ୍ର, କମ୍ପ୍ୟୁଟର ସଫ୍ଟୱେର୍ ଏବଂ ହାର୍ଡୱେର୍, ଟେଲିକମ୍, ବାଣିଜ୍ୟ, ଭିତ୍ତିଭୂମି, ଅଟୋମୋବାଇଲ୍, ରାସାୟନିକ ପଦାର୍ଥ ଏବଂ ଫାର୍ମାସ୍ୟୁଟିକାଲ୍ କ୍ଷେତ୍ରରେ ଆସିଛି।

ଶିଳ୍ପ ଏବଂ ଆଭ୍ୟନ୍ତରୀଣ ବାଣିଜ୍ୟର ପ୍ରୋତ୍ସାହନ ବିଭାଗ (ଡିପିଆଇଆଇଟି) ର ତଥ୍ୟ ଅନୁଯାୟୀ, ଇକ୍ୱିଟି, ପୁନର୍ନିବେଶିତ ଆୟ ଏବଂ ଅନ୍ୟାନ୍ୟ ପୁଞ୍ଜି ସହିତ ମୋଟ ଏଫଡିଆଇ ପରିମାଣ ଏହି ସମୟ ମଧ୍ୟରେ ୧,୦୩୩.୪୦ ବିଲିୟନ ଡ଼ଲାରରେ ପହଞ୍ଚିଛି। ପରିସଂଖ୍ୟାନ ଅନୁଯାୟୀ, ପ୍ରାୟ ୨୫ ପ୍ରତିଶତ ଏଫଡିଆଇ ମରିସସ୍ ମାର୍ଗ ଦେଇ ଆସିଛି। ଏହା ପରେ ସିଙ୍ଗାପୁର (୨୪%), ଆମେରିକା (୧୦%), ନେଦରଲ୍ୟାଣ୍ଡ (୭%), ଜାପାନ (୬%), ବ୍ରିଟେନ (୫%), ୟୁଏଇ (୩%) ଏବଂ କେମାନ ଦ୍ୱୀପପୁଞ୍ଜ, ଜର୍ମାନୀ ଏବଂ ସାଇପ୍ରସ୍ ରହିଛନ୍ତି। ତଥ୍ୟ ଅନୁଯାୟୀ, ଏହି ଅବଧି ମଧ୍ୟରେ ମରିସସରୁ ୧୭୭.୧୮ ବିଲିୟନ ଡ଼ଲାର, ସିଙ୍ଗାପୁରରୁ ୧୬୭.୪୭ ବିଲିୟନ ଡ଼ଲାର ଏବଂ ଆମେରିକାର ୬୭.୮ ବିଲିୟନ ଡ଼ଲାର ନିବେଶ ଆସିଛି।

The post ରେକର୍ଡ କଲା ଭାରତ: ୧୦୦୦ ଆରବ ଡଲାର ପାର କଲା ପ୍ରତ୍ୟେକ୍ଷ ବିଦେଶ ନିବେଶ appeared first on Dharitri Odia News.