ବାଘ ଆକ୍ରମଣରେ ବାଛୁରୀ ମୃତ, ଆତଙ୍କରେ ଗ୍ରାମବାସୀ
ଜମନକିରା : ସମ୍ବଲପୁର ଜିଲ୍ଲା ବାମରା ବନ୍ୟପ୍ରାଣୀ ବନଖଣ୍ଡ ଜମନକିରା ରେଞ୍ଜ ପାଟବନ୍ଧା ଗାଁ ନିକଟସ୍ଥ ଗୋଏଲଡୁମା ଜଙ୍ଗଲ ମଧ୍ୟରେ ଏକ ବାଛୁରୀ କୁ ଏକ ବାଘ ମାରି ଖାଇଥିବା ଜଣାଯାଇଛି। ଏହି ଖବର ପାଇବା ପାରେ ବନ ବିଭାଗ ଅଧିକାରମାନେ ଆଜି ଦିନ ତମାମ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି। ତେବେ ପାଟବନ୍ଧା ଗ୍ରାମବାସୀ ମାନେ ଆତଙ୍କିତ ହୋଇ ରହିଛନ୍ତି। ଘରୁ ପଦାକୁ ବାହାରୁ ନାହାନ୍ତି। ଏସଂପର୍କରେ ବାମରା ଡିଏଫଓ ସମୀର କୁମାର ସାହୁଙ୍କ ଯୋଗାଯୋଗ […] The post ବାଘ ଆକ୍ରମଣରେ ବାଛୁରୀ ମୃତ, ଆତଙ୍କରେ ଗ୍ରାମବାସୀ appeared first on Odisha.News.

ଜମନକିରା : ସମ୍ବଲପୁର ଜିଲ୍ଲା ବାମରା ବନ୍ୟପ୍ରାଣୀ ବନଖଣ୍ଡ ଜମନକିରା ରେଞ୍ଜ ପାଟବନ୍ଧା ଗାଁ ନିକଟସ୍ଥ ଗୋଏଲଡୁମା ଜଙ୍ଗଲ ମଧ୍ୟରେ ଏକ ବାଛୁରୀ କୁ ଏକ ବାଘ ମାରି ଖାଇଥିବା ଜଣାଯାଇଛି। ଏହି ଖବର ପାଇବା ପାରେ ବନ ବିଭାଗ ଅଧିକାରମାନେ ଆଜି ଦିନ ତମାମ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି। ତେବେ ପାଟବନ୍ଧା ଗ୍ରାମବାସୀ ମାନେ ଆତଙ୍କିତ ହୋଇ ରହିଛନ୍ତି। ଘରୁ ପଦାକୁ ବାହାରୁ ନାହାନ୍ତି। ଏସଂପର୍କରେ ବାମରା ଡିଏଫଓ ସମୀର କୁମାର ସାହୁଙ୍କ ଯୋଗାଯୋଗ କରି ପଚାରିବାରୁ ବନ ବିଭାଗ ଅଧିକାରୀ ଓ କର୍ମଚାରୀ ମାନେ ସଂପୃକ୍ତ ଜଙ୍ଗଲ ମଧ୍ୟରେ ସର୍ଚ୍ଚ ଅପରେସନ ଚାଲୁ ରଖିଛନ୍ତି। ଲୋକେ ଆତଙ୍କିତ ହୁଅନ୍ତୁ ନାହିଁ କି ଡରନ୍ତୁ ନାହିଁ ବୋଲି କହିଛନ୍ତି।
ସୂଚନା ଯୋଗ୍ୟ ଯେ, ପାଟବନ୍ଧା ଗାଁ ଠାରୁ ୨/୩ କିଲୋମିଟର ଦୂର ଗୋୟଲଡୁମା ଜଙ୍ଗଲ କୁ ଗାଁର ଗାଈ ଚରାଲି ସବୁ ଦିନ ଗାଈ ଚରେଇବାକୁ ନିଏ। ଗତ ୧୨ ତାରିଖ ଦିନ ପ୍ରତିଦିନ ଭଳି ଗାଈ ଚରେଇବକୁ ନେଇଥିଲା। ସନ୍ଧ୍ୟାରେ ଗାଈ ଗୋଠ ରୁ ଫେରିଲା ବେଳେ ଗାଁର ଗାବ୍ରେଲ ଏକା ର ଗୋଟିଏ ୨/୩ ବର୍ଷ ର ବାଛୁରୀ କୁ ପାଇ ନଥିଲା। ଗାଁ କୁ ଆସି ମାଲିକ ଗାବ୍ରେଲ୍ କୁ କହିଥିଲା। ପରିବାର ଲୋକେ ବହୁ ଖୋଜା ଖୋଜି କରିଥିଲେ ତେବେ ବାଛୁରୀ ର କିଛି ସନ୍ଧାନ ମିଳି ନଥିଲା। ଆଜି ସେହି ଗାଁର କିଛି ଲୋକ ଜଙ୍ଗଲ କୁ ଯାଇଥିବା ବେଳେ ବାଛୁରୀ ର କ୍ଷତ ବିକ୍ଷତ ଶବ ଦେଖିଥିଲେ। ଗାଁକୁ ଆସି ଖବର ଦେବା ପରେ ଗାଁ ଲୋକ ଜଙ୍ଗଲ କୁ ଯାଇ ଦେଖିଥିଲେ। ଏବଂ ବାଘ କାମୁଡି ରକ୍ତାକ୍ତ କରି ମାରି ଦେଇଥିବା ଅନୁମାନ କରିଥିଲେ। ଆଜି ବନ ବିଭାଗ ଅଧିକାରୀ ଓ କର୍ମଚାରୀ ମାନେ ତଦନ୍ତ ଜାରି ରଖିଛନ୍ତି। ତେବେ ପ୍ରାଥମିକ ତଦନ୍ତ ରୁ କଲା ପତରିଆ ବାଘ ହୋଇଥାଇ ପାରେ ବୋଲି ଅଧିକାରୀ ଗଣ ପ୍ରାଥମିକ ତଦନ୍ତରୁ ଆଶଙ୍କା ପ୍ରକାଶ କରୁଛନ୍ତି।
The post ବାଘ ଆକ୍ରମଣରେ ବାଛୁରୀ ମୃତ, ଆତଙ୍କରେ ଗ୍ରାମବାସୀ appeared first on Odisha.News.