ସୁରକ୍ଷା ବଳଙ୍କ ଏନକାଉଣ୍ଟରରେ କୋଟିଏ ଟଙ୍କାର ଇନାମୀ ନକ୍ସଲ ବସବରାଜୁ ନିହତ, ଜାଣନ୍ତୁ କିଏ?
ନାରାୟଣପୁର ୨୧।୫: ଛତିଶଗଡ଼ ଅବୁଝମାଡ଼ରେ ନକ୍ସଲଙ୍କ ବିରୋଧରେ ଚଳାଯାଇଥିବା ଅପରେସନରେ ସୁରକ୍ଷା ବଳଙ୍କୁ ବଡ଼ ସଫଳତା ମିଳିଛି। ନକ୍ସଲ ପ୍ରଭାବିତ ନାରାୟଣପୁର ଜିଲ୍ଲାରେ ସୁରକ୍ଷାବଳ ଓ ନକ୍ସଲଙ୍କ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ୨୭ ଜଣ ନକ୍ସଲ ପ୍ରାଣ ହରାଇଛନ୍ତି। ସବୁ ନକ୍ସଲପନ୍ଥୀଙ୍କ ଶବ ସୁରକ୍ଷା କର୍ମୀ ଜବତ କରିଛନ୍ତି। ମୃତକଙ୍କ ମଧ୍ୟରେ କୋଟିଏ ଟଙ୍କା ପୁରସ୍କାର ଘୋଷିତ ନକ୍ସଲ ଲିଡର ବସବ ରାଜୁ ମଧ୍ୟ ରହିଛି। ବସବରାଜୁ ଉପରେ ୫ ରାଜ୍ୟ ଝାଡଖଣ୍ଡ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର ଓ ଛତିଶଗଡ଼ ସରକାରମାନେ ପୁରସ୍କାର ରଖିଥିଲେ। ତାକୁ ଜୀବତ ଅଥବା ମୃତ ଧରାଇଦେଲେ ଏହି ପୁରସ୍କାର ଦିଆଯିବ ବୋଲି ଘୋଷଣା କରାଯାଇଥିଲା। ସୂଚନା ଅନୁସାରେ ବସବ ରାଜୁ ନକ୍ସଲ ସଙ୍ଗଠନର ଜେନେରାଲ ସେକ୍ରେଟାରୀ ଥିଲା ଓ ସେ ଅନେକ ନକ୍ସଲ କାଣ୍ଡକୁ ସଫଳ ମଧ୍ୟ କରିଥିଲା। ୨୦୧୦ ଦାନ୍ତେବାଡା ନକ୍ସଲ ଆକ୍ରମଣରେ ୭୫ଜଣ ସିଆରପିଏଫ ଜବାନ ଶହିଦ ହୋଇଥିଲେ। ଏଥିରେ ମଧ୍ୟ ବସବ ରାଜୁର ହାତ ଥିଲା। ସୂଚନା ଅନୁସାରେ ବସବ ରାଜୁ ଆନ୍ଧ୍ରପ୍ରଦେଶ ଶ୍ରୀକାକୂଲମର ବାସିନ୍ଦା। ସେ ବି.ଟେକ୍ ପର୍ଯ୍ୟନ୍ତ ପାଠ ପଢିଥିଲା ଓ ୧୯୭୦ ମସିହାରେ ଘର ଛାଡି ନକ୍ସଲ ସଙ୍ଗଠନରେ ସାମିଲ ହୋଇଯାଇଥିଲା। ସେ ସମୟରେ ଅର୍ଥାତ ୧୯୮୭ ମସିହାରେ ବସ୍ତର ଜଙ୍ଗଲରେ ଏଲଟିଟିଇ କ୍ୟାମ୍ପରୁ ବୋମା ପ୍ରସ୍ତୁତି ଓ ଅମ୍ବୁସ୍ ଟ୍ରେନିଂ ମଧ୍ୟ ନେଇଥିଲା। ରାଜୁକୁ ନକ୍ସଲ ସଙ୍ଗଠନରେ ବୋମା ଏକ
ନାରାୟଣପୁର ୨୧।୫: ଛତିଶଗଡ଼ ଅବୁଝମାଡ଼ରେ ନକ୍ସଲଙ୍କ ବିରୋଧରେ ଚଳାଯାଇଥିବା ଅପରେସନରେ ସୁରକ୍ଷା ବଳଙ୍କୁ ବଡ଼ ସଫଳତା ମିଳିଛି। ନକ୍ସଲ ପ୍ରଭାବିତ ନାରାୟଣପୁର ଜିଲ୍ଲାରେ ସୁରକ୍ଷାବଳ ଓ ନକ୍ସଲଙ୍କ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ୨୭ ଜଣ ନକ୍ସଲ ପ୍ରାଣ ହରାଇଛନ୍ତି। ସବୁ ନକ୍ସଲପନ୍ଥୀଙ୍କ ଶବ ସୁରକ୍ଷା କର୍ମୀ ଜବତ କରିଛନ୍ତି। ମୃତକଙ୍କ ମଧ୍ୟରେ କୋଟିଏ ଟଙ୍କା ପୁରସ୍କାର ଘୋଷିତ ନକ୍ସଲ ଲିଡର ବସବ ରାଜୁ ମଧ୍ୟ ରହିଛି।
ବସବରାଜୁ ଉପରେ ୫ ରାଜ୍ୟ ଝାଡଖଣ୍ଡ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର ଓ ଛତିଶଗଡ଼ ସରକାରମାନେ ପୁରସ୍କାର ରଖିଥିଲେ। ତାକୁ ଜୀବତ ଅଥବା ମୃତ ଧରାଇଦେଲେ ଏହି ପୁରସ୍କାର ଦିଆଯିବ ବୋଲି ଘୋଷଣା କରାଯାଇଥିଲା। ସୂଚନା ଅନୁସାରେ ବସବ ରାଜୁ ନକ୍ସଲ ସଙ୍ଗଠନର ଜେନେରାଲ ସେକ୍ରେଟାରୀ ଥିଲା ଓ ସେ ଅନେକ ନକ୍ସଲ କାଣ୍ଡକୁ ସଫଳ ମଧ୍ୟ କରିଥିଲା। ୨୦୧୦ ଦାନ୍ତେବାଡା ନକ୍ସଲ ଆକ୍ରମଣରେ ୭୫ଜଣ ସିଆରପିଏଫ ଜବାନ ଶହିଦ ହୋଇଥିଲେ। ଏଥିରେ ମଧ୍ୟ ବସବ ରାଜୁର ହାତ ଥିଲା।
ସୂଚନା ଅନୁସାରେ ବସବ ରାଜୁ ଆନ୍ଧ୍ରପ୍ରଦେଶ ଶ୍ରୀକାକୂଲମର ବାସିନ୍ଦା। ସେ ବି.ଟେକ୍ ପର୍ଯ୍ୟନ୍ତ ପାଠ ପଢିଥିଲା ଓ ୧୯୭୦ ମସିହାରେ ଘର ଛାଡି ନକ୍ସଲ ସଙ୍ଗଠନରେ ସାମିଲ ହୋଇଯାଇଥିଲା। ସେ ସମୟରେ ଅର୍ଥାତ ୧୯୮୭ ମସିହାରେ ବସ୍ତର ଜଙ୍ଗଲରେ ଏଲଟିଟିଇ କ୍ୟାମ୍ପରୁ ବୋମା ପ୍ରସ୍ତୁତି ଓ ଅମ୍ବୁସ୍ ଟ୍ରେନିଂ ମଧ୍ୟ ନେଇଥିଲା। ରାଜୁକୁ ନକ୍ସଲ ସଙ୍ଗଠନରେ ବୋମା ଏକ୍ସପର୍ଟ ବୋଲି କୁହାଯାଉଥିଲା। ୨୦୧୮ ମସିହାରେ ସେ ନକ୍ସଲ ସଙ୍ଗଠନର ଦାୟିତ୍ୱ ସମ୍ଭାଳିଥିଲା।
ବସବ ରାଜୁର ପ୍ରକୃତ ନାମ ନମ୍ବାଲା କେଶବ ରାଓ ଏବଂ ତାକୁ ସଙ୍ଗଠନରେ ଗଗନ୍ନା, ପ୍ରକାଶ ଓ ବି.ଆର ନାମରେ ଡକାଯାଉଥିଲା। ତା ବୟସ ପାଖାପାଖି ୭୫ ବର୍ଷ ବୋଲି କୁହାଯାଉଛି। ବସବ ରାଜୁ ଜଣେ ଦୁର୍ଦ୍ଦାନ୍ତ ନକ୍ସଲ ନେତା ଥିଲା। ସେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାଓବାଦୀ)ର ବରିଷ୍ଠ କ୍ୟାଡର ଓ ଦକ୍ଷିଣ ବସ୍ତର ଡିଭିଜନାଲ କମିଟିର ମୁଖ୍ୟ ରୂପେ ମଧ୍ୟ ଜଣାଶୁଣା। ସେ ଛତିଶଗଡ଼, ଓଡିଶା ଏବଂ ଆନ୍ଧ୍ରପ୍ରଦେଶ ସୀମାରେ ସକ୍ରିୟ ଥିଲା। ନକ୍ସଲ ବସବ ରାଜୁ ଗୁରିଲା ଯୁଦ୍ଧରେ ମଧ୍ୟ ବିଚକ୍ଷଣ ଥିଲା।
ସେ ଅନେକ ପୋଲିସ କର୍ମଚାରୀ ଓ ନାଗରିକଙ୍କୁ ହତ୍ୟା କରିବା ସହିତ ଖଣି କମ୍ପାନୀଙ୍କଠାରୁ ବଟି ଆଦୟ ଓ ସରକାରୀ ସମ୍ପତ୍ତି ନଷ୍ଟ ଲାଗି ବେଶ୍ ଜଣାଶୁଣା ଥିଲା। ଅତୀତରେ ସୁକମା ଓ ଦାନ୍ତେୱାଡାରେ ହୋଇଥିବା ସବୁଠୁ ବଡ଼ ନକ୍ସଲ ଆକ୍ରମଣରେ ମଧ୍ୟ ସେ ସାମିଲ ଥିଲା। ୨୦୧୦ ମସିହାରେ ଦାନ୍ତେୱାଡାରେ ହୋଇଥିବା ନକ୍ସଲ ଆକ୍ରମଣରେ ୭୫ ଜଣ ସିଆରପିଏଫ ଜବାନ ପ୍ରାଣ ହରାଇଥିଲେ। ଏହା ଛଡା ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାୟଡୁଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣରେ ମଧ୍ୟ ବସବ ରାଜୁ ସାମିଲ ଥିଲା।