ଭାରତୀୟ ବୋଲରଙ୍କ ସମ୍ମୁଖରେ ଇଂଲଣ୍ଡର ଫିକା ପ୍ରଦର୍ଶନ: ୧୩୨ ରନ୍‌ରେ ଅଲ୍ ଆଉଟ୍

କୋଲକାତା: ଭାରତୀୟ ବୋଲରଙ୍କ ସମ୍ମୁଖରେ ଇଂଲଣ୍ଡର ଫିକା ପ୍ରଦର୍ଶନ। ୧୩୨ ରନ୍‌ରେ ଅଲ୍‌ ଆଉଟ୍।  ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ସିରିଜର ପ୍ରଥମ ମ୍ୟାଚ୍ କୋଲକାତାର ଇଡେନ ଗାର୍ଡେନ ଷ୍ଟାଡିୟମରେ ଖେଳାଯାଉଛି। ମ୍ୟାଚ୍‌ରେ ଭାରତୀୟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ମାତ୍ର ୧୩୨ ରନ୍ କରି ଅଲ ଆଉଟ ହୋଇଯାଇଛି। ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ମାତ୍ର ୧୩୨ ରନ୍ କରି ଅଲ ଆଉଟ ହୋଇଯାଇଛି। ଦଳ ପକ୍ଷରୁ ଜସ ବଟଲର ସର୍ବାଧିକ ୬୮ ରନ୍(୮ ଚୌକା ୨ ଛକ୍କା) କରିଥିବା ବେଳେ ହ୍ୟାରୀ ବ୍ରୋକ ୧୭ ରନ୍ କରିଥିଲେ। ଅନ୍ୟ କୌଣସି ବ୍ୟାଟର ୧୫ ରନ୍‌ ପର୍ଯ୍ୟନ୍ତ ବି ଯାଇପାରି ନଥିଲେ। ଦଳର ୭ ବ୍ୟାଟର ଦୁଇ ଅଙ୍କ ବି ଛୁଇଁ ପାରି ନଥିଲେ। ସେହିପରି ଭାରତ ପକ୍ଷରୁ ବରୁଣ ଚକ୍ରବର୍ତ୍ତି ସର୍ବାଧିକ ୩ଟି ୱିକେଟ୍ ନେଇଛନ୍ତି। ଭରତୀୟ ବୋଲିଂଇଂଲଣ୍ଡ ବିପକ୍ଷ ପ୍ରଥମ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଭାରତର ରବି ବିଷ୍ଣୋଇଙ୍କୁ ଛାଡ଼ିଦେଲେ ବାକି ସମସ୍ତ ବୋଲର ଭଲ ପ୍ରଦର୍ଶନ କରିଛନ୍ତି। ଅର୍ଶଦୀପ ସିଂହ, ହାର୍ଦ୍ଦିକ ପାଣ୍ଡ୍ୟା ଓ ଅକ୍ସର ପଟେଲ ୨ ଲେଖାଏ ୱିକେଟ୍ ନେଇଥିବା ବେଳେ ବରୁଣ ଚକ୍ରବର୍ତ୍ତୀ ସର୍ବାଧିକ ୩ଟି ୱିକେଟ ନେଇଛନ୍ତି। ତେବେ ରବି ବିଷ୍ଣୋଇ ୪ ଓଭର ବୋଲିଂ କରି ୨୨ ରନ୍ ଦେଇଥିଲେ

ଭାରତୀୟ ବୋଲରଙ୍କ ସମ୍ମୁଖରେ ଇଂଲଣ୍ଡର ଫିକା ପ୍ରଦର୍ଶନ: ୧୩୨ ରନ୍‌ରେ ଅଲ୍ ଆଉଟ୍

କୋଲକାତା: ଭାରତୀୟ ବୋଲରଙ୍କ ସମ୍ମୁଖରେ ଇଂଲଣ୍ଡର ଫିକା ପ୍ରଦର୍ଶନ। ୧୩୨ ରନ୍‌ରେ ଅଲ୍‌ ଆଉଟ୍।  ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ସିରିଜର ପ୍ରଥମ ମ୍ୟାଚ୍ କୋଲକାତାର ଇଡେନ ଗାର୍ଡେନ ଷ୍ଟାଡିୟମରେ ଖେଳାଯାଉଛି। ମ୍ୟାଚ୍‌ରେ ଭାରତୀୟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। 

ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ମାତ୍ର ୧୩୨ ରନ୍ କରି ଅଲ ଆଉଟ ହୋଇଯାଇଛି। ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ମାତ୍ର ୧୩୨ ରନ୍ କରି ଅଲ ଆଉଟ ହୋଇଯାଇଛି। ଦଳ ପକ୍ଷରୁ ଜସ ବଟଲର ସର୍ବାଧିକ ୬୮ ରନ୍(୮ ଚୌକା ୨ ଛକ୍କା) କରିଥିବା ବେଳେ ହ୍ୟାରୀ ବ୍ରୋକ ୧୭ ରନ୍ କରିଥିଲେ। ଅନ୍ୟ କୌଣସି ବ୍ୟାଟର ୧୫ ରନ୍‌ ପର୍ଯ୍ୟନ୍ତ ବି ଯାଇପାରି ନଥିଲେ। ଦଳର ୭ ବ୍ୟାଟର ଦୁଇ ଅଙ୍କ ବି ଛୁଇଁ ପାରି ନଥିଲେ। ସେହିପରି ଭାରତ ପକ୍ଷରୁ ବରୁଣ ଚକ୍ରବର୍ତ୍ତି ସର୍ବାଧିକ ୩ଟି ୱିକେଟ୍ ନେଇଛନ୍ତି। 

ଭରତୀୟ ବୋଲିଂ

ଇଂଲଣ୍ଡ ବିପକ୍ଷ ପ୍ରଥମ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଭାରତର ରବି ବିଷ୍ଣୋଇଙ୍କୁ ଛାଡ଼ିଦେଲେ ବାକି ସମସ୍ତ ବୋଲର ଭଲ ପ୍ରଦର୍ଶନ କରିଛନ୍ତି। ଅର୍ଶଦୀପ ସିଂହ, ହାର୍ଦ୍ଦିକ ପାଣ୍ଡ୍ୟା ଓ ଅକ୍ସର ପଟେଲ ୨ ଲେଖାଏ ୱିକେଟ୍ ନେଇଥିବା ବେଳେ ବରୁଣ ଚକ୍ରବର୍ତ୍ତୀ ସର୍ବାଧିକ ୩ଟି ୱିକେଟ ନେଇଛନ୍ତି। ତେବେ ରବି ବିଷ୍ଣୋଇ ୪ ଓଭର ବୋଲିଂ କରି ୨୨ ରନ୍ ଦେଇଥିଲେ ବି ଗୋଟିଏ ବି ସଫଳତା ତାଙ୍କ ଭାଗ୍ୟକୁ ଆସି ପାରି ନଥିଲା।