CAAକୁ ନେଇ କେନ୍ଦ୍ରକୁ ଜବାବ ମାଗିଲେ ସୁପ୍ରିମକୋର୍ଟ; ତିନି ସପ୍ତାହରେ ତଲବ ନିର୍ଦ୍ଦେଶ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ପ୍ରଧାନ ବିଚାରପତି ଜଷ୍ଟିସ୍ ଡି.ଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ସାମ୍ବିଧାନିକ ଖଣ୍ଡପୀଠ ମାମଲାର ଶୁଣାଣି କରିଛନ୍ତି । ପ୍ରାୟ ୨୦୦ରୁ  ଅଧିକ ଦାୟର ହୋଇଥିବା ଆବେଦନରେ ଶୁଣାଣି ହୋଇଛି । ସର୍ବୋଚ୍ଚ ଅଦାଲତକୁ ଏନେଇ କେନ୍ଦ୍ର ସରକାରଙ୍କୁ ଜବାବ ମାଗିଛନ୍ତି ।  ଆସନ୍ତା ତିନି ସପ୍ତାହ ମଧ୍ୟରେ ସିଏଏ ଉପରେ ଜବାବ ତଲବ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ। ଏହା ସହିତ ଆସନ୍ତା ଏପ୍ରିଲ୍ ୯ ତାରିଖରେ ଏହି ମାମଲାରେ ପରବର୍ତ୍ତୀ ଶୁଣାଣି ହେବ । ନାଗରିକତା ଆଇନ ଉପରେ ଆବେଦନକାରୀଙ୍କ ପକ୍ଷରୁ ଯୁକ୍ତି ରଖିଥିଲେ ବରିଷ୍ଠ ଆଇନଜୀବୀ କପିଲ୍ ସିବଲ । ସେ କେନ୍ଦ୍ର ସରକାରଙ୍କୁ ସମୟ ଦିଆଯିବାକୁ ନେଇ ବିରୋଧ କରିଥିଲେ । ସେ କହିଥିଲେ, ସଂସଦରେ ସିଏଏ ଆଇନ ପାରିତ ହେବାକୁ ନେଇ ୪ ବର୍ଷ ହେଲାଣି । ଯଦି ଲୋକଙ୍କୁ ନାଗରିକତା ମିଳିଯାଏ, ତେବେ ଫେରାଇନେବା ମୁସ୍କିଲ୍ ହେବ । ଏହା ପରେ ଆବେଦନ ନିଷ୍କ୍ରିୟ ହୋଇଯିବ । ତେଣୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଉପରେ ରୋକ୍ ଲାଗଇବାକୁ ଦାବି କରିଥିଲେ ସିବଲ୍ ।୨୦୧୯ରେ ସଂସଦରେ ସିଏଏ ପାରିତ ହୋଇଥିଲା । ଏହା ପରଠାରୁ ଏହାକୁ ବିରୋଧ କରି ସୁପ୍ରିମକୋର୍ଟରେ ଦୁଇ ଶହରୁ ଅଧିକ ଯାଚିକା ଦାୟର ହୋଇଛି । ଇଣ୍ଡିଆନ୍ ୟୁନିୟନ ଅଫ୍ ମୁସଲିମ୍ ଲିଗ୍,   ମାର୍ଚ୍ଚ ୧୨ ତାରିଖରେ ନାଗରିକତା ସଂଶୋଧନ ଆ

CAAକୁ ନେଇ କେନ୍ଦ୍ରକୁ ଜବାବ ମାଗିଲେ ସୁପ୍ରିମକୋର୍ଟ; ତିନି ସପ୍ତାହରେ ତଲବ ନିର୍ଦ୍ଦେଶ

ନୂଆଦିଲ୍ଲୀନାଗରିକତା ସଂଶୋଧନ ଆଇନକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ପ୍ରଧାନ ବିଚାରପତି ଜଷ୍ଟିସ୍ ଡି.ଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ସାମ୍ବିଧାନିକ ଖଣ୍ଡପୀଠ ମାମଲାର ଶୁଣାଣି କରିଛନ୍ତି । ପ୍ରାୟ ୨୦୦ରୁ  ଅଧିକ ଦାୟର ହୋଇଥିବା ଆବେଦନରେ ଶୁଣାଣି ହୋଇଛି । ସର୍ବୋଚ୍ଚ ଅଦାଲତକୁ ଏନେଇ କେନ୍ଦ୍ର ସରକାରଙ୍କୁ ଜବାବ ମାଗିଛନ୍ତି ।  ଆସନ୍ତା ତିନି ସପ୍ତାହ ମଧ୍ୟରେ ସିଏଏ ଉପରେ ଜବାବ ତଲବ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ। ଏହା ସହିତ ଆସନ୍ତା ଏପ୍ରିଲ୍ ୯ ତାରିଖରେ ଏହି ମାମଲାରେ ପରବର୍ତ୍ତୀ ଶୁଣାଣି ହେବ । 

ନାଗରିକତା ଆଇନ ଉପରେ ଆବେଦନକାରୀଙ୍କ ପକ୍ଷରୁ ଯୁକ୍ତି ରଖିଥିଲେ ବରିଷ୍ଠ ଆଇନଜୀବୀ କପିଲ୍ ସିବଲ । ସେ କେନ୍ଦ୍ର ସରକାରଙ୍କୁ ସମୟ ଦିଆଯିବାକୁ ନେଇ ବିରୋଧ କରିଥିଲେ । ସେ କହିଥିଲେ, ସଂସଦରେ ସିଏଏ ଆଇନ ପାରିତ ହେବାକୁ ନେଇ ୪ ବର୍ଷ ହେଲାଣି । ଯଦି ଲୋକଙ୍କୁ ନାଗରିକତା ମିଳିଯାଏ, ତେବେ ଫେରାଇନେବା ମୁସ୍କିଲ୍ ହେବ । ଏହା ପରେ ଆବେଦନ ନିଷ୍କ୍ରିୟ ହୋଇଯିବ । ତେଣୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଉପରେ ରୋକ୍ ଲାଗଇବାକୁ ଦାବି କରିଥିଲେ ସିବଲ୍ ।

୨୦୧୯ରେ ସଂସଦରେ ସିଏଏ ପାରିତ ହୋଇଥିଲା । ଏହା ପରଠାରୁ ଏହାକୁ ବିରୋଧ କରି ସୁପ୍ରିମକୋର୍ଟରେ ଦୁଇ ଶହରୁ ଅଧିକ ଯାଚିକା ଦାୟର ହୋଇଛି । ଇଣ୍ଡିଆନ୍ ୟୁନିୟନ ଅଫ୍ ମୁସଲିମ୍ ଲିଗ୍,   ମାର୍ଚ୍ଚ ୧୨ ତାରିଖରେ ନାଗରିକତା ସଂଶୋଧନ ଆଇନ ଉପରେ ତତ୍କାଳ ରୋକ୍ ଲଗାଇବାକୁ ଦାବି କରିଥିଲେ । ସେପଟେ ଲୋକସଭା ସାଂସଦ ଏବଂ ଏଆଇଏମଆଇଏମର ପ୍ରମୁଖ ଅସଦୁଦ୍ଦିନ ଓଓ୍ବେସି ସିଏଏ ଦେଶରେ ଲାଗୁ ନକରିବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।  

ଗୃହ ମନ୍ତ୍ରାଳୟ ମାର୍ଚ୍ଚ ୧୧ ତାରିଖରେ ସାରା ଦେଶରେ ନାଗରିକତା ସଂଶୋଧନ ଅଧିନିୟମ ବିଜ୍ଞପ୍ତି ଜାରି କରିଛି ।  ଏହି ଆଇନ ଅନୁଯାୟୀ, ଭରତର ପଡୋଶୀ ଦେଶରେ ରହୁଥିବା ସଂଖ୍ୟା ଲଘୁ ସମ୍ପ୍ରଦାୟ ଲୋକଙ୍କୁ ନାଗରିକତା ମିଳିବ । ଆଫଗାନିସ୍ତାନ, ବାଂଲାଦେଶ ଏବଂ ପାକିସ୍ତାନରେ ୩୧ ଡିସେମ୍ବର ୨୦୧୪ ପୂର୍ବରୁ ଭାରତ ଆସିଥିବା ହିନ୍ଦୁ, ଜୈନ, ବୌଦ୍ଧ, ଇସାଇ ଏବଂ ପାର୍ସି ଶରଣାର୍ଥିଙ୍କୁ ବିନା ଭାରତୀୟ ଭିଜାରେ ନାଗରିକତା ମିଳିବ ।